ତଟକ୍ଷୟ ଛଡ଼ାଇନେଲା ସାତଭାୟାର ଚାଷ,ବାସ

କେନ୍ଦ୍ରାପଡ଼ା ଅଫିସ,୧।୬: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳ ବିଶ୍ୱତାପନ ଓ ଏହାର କୁପ୍ରଭାବ ସମ୍ପର୍କରେ ଉଦାହରଣ ସାଜିଛି। ସମୁଦ୍ର ତଟକ୍ଷୟ ସାତଭାୟା ଚାଷ ଓ ବାସକୁ ନଷ୍ଟ କରିଛି। ଜୀବନ ଜୀବିକା ପାଇଁ କର୍ମ ଅନ୍ବେଷଣରେ ଅଧିକାଂଶ ସାତଭାୟାର ଯୁବବର୍ଗ କେରଳ, ସୁରଟ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟକୁ ଯାଉଛନ୍ତି। ତଟକ୍ଷୟରୁ ରକ୍ଷା ପାଇଁ ଏହି ବ୍ଲକ ଗୁପ୍ତିସ୍ଥିତ ବଗପାଟିଆକୁ ସେମାନେ ସ୍ଥାନାନ୍ତରିତ ହୋଇଛନ୍ତି। ତେବେ ଅର୍ଥାଭାବ ଗୃହର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ବାଧା ସୃଷ୍ଟି କରିଛି। ସ୍ଥାନାନ୍ତରିତ ହୋଇଥିବା ୫୭୧ ପରିବାରକୁ ଜମି ସହିତ ଗୃହ ନିର୍ମାଣ ପାଇଁ ଅନୁଦାନ ମିଳିଛି। ୧୪୮ ପରିବାର ସତ୍ୱ ହାସଲ ତହସିଲ ନିର୍ଦ୍ଦେଶନାମା ପାଇଥିଲେ ମଧ୍ୟ ଜମି ଚିହ୍ନଟରୁ ବଞ୍ଚତ୍ତ ହୋଇଛନ୍ତି। ସେହିପରି ଅବଶିଷ୍ଟ ୯୯ ପରିବାର ଜଙ୍ଗଲ ଜମି ପାଇଁ ନିଜର ବାସସ୍ଥାନ ପରିଚୟ ପତ୍ରରୁ ବଞ୍ଚତ୍ତ ହୋଇଛନ୍ତି।
ଏ ସମ୍ପର୍କରେ ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତରିତ ହୋଇଥିବା ସ୍ମିତା ଦାସ କହିଛନ୍ତି, ସମୁଦ୍ର ତଟକ୍ଷୟ ସାତଭାୟାର ଚାଷବାସକୁ ଉଜାଡି ଦେଲା। ଜୀବନ ଓ ଜୀବିକାକୁ ନେଇ ସାତଭାୟାବାସୀ ଏବେ ବି ଚିନ୍ତାରେ ଅଛନ୍ତି। ପ୍ରାୟ ୮୦ ପ୍ରତିଶତ ଯୁବକ କର୍ମ ନିଯୁକ୍ତି ପାଇଁ ଜିଲା ବାହାରକୁ ଯିବା ପାଇଁ ବାଧ୍ୟ। ଶତାଧିକ ମହିଳା ଏବେ ଜୀବିକା ମିଶନର ବିଭିନ୍ନ ଯୋଜନାରେ ସାମିଲ ପାଇଁ ଆବେଦନପତ୍ର ଦେଇଛନ୍ତି। ସେଥିମଧ୍ୟରୁ ସେ ଛେଳିପାଳନ ଋଣ ପାଇଁ ଦରଖାସ୍ତ ଦେଇଥିବା ସ୍ମିତା କହିଛନ୍ତି। ଗ୍ରାମର ଅନ୍ୟତମ ମହିଳା ଚୁଲବୁଲି ପରିଡ଼ା କହିଛନ୍ତି, ସାତଭାୟାର ବରାହିପୁରରୁ ବଗପାଟିଆକୁ ସ୍ଥାନାନ୍ତର ପରେ ଘର ଚଳାଇବା କଷ୍ଟ ହୋଇଛି। ସେଠାରେ ଚାଷ ସହିତ ମହିଁଷି ପାଳନ, ମାଛ, କଙ୍କଡା ଆଦି ଗ୍ରାମ୍ୟ ଅର୍ଥନୀତିକୁ ସରଳ କରିଥିଲା। ଏବେ ପରିବାର ଲୋକ ବାହାରୁ ପଠାଉଥିବା ୩ରୁ ୪ ହଜାର ଟଙ୍କା ଖାଇବା ଖର୍ଚ୍ଚକୁ ଅଣ୍ଟୁନାହିଁ। ପରିବାର ସଦସ୍ୟଙ୍କ ବାସଘର, ସ୍ବାସ୍ଥ୍ୟ, ଶିକ୍ଷା, କପଡା ଆଦି ପାଇଁ ସ୍ଥାନାନ୍ତରିତ ବଗପାଟିଆବାସୀ ଏବେବି ସଂଗ୍ରାମ କରୁଛନ୍ତି। ଚାରିଘରିଆ ଗ୍ରାମର ଜିତନ ମଣ୍ଡଳ କହିଛନ୍ତି, ପ୍ରାୟ ୭୦ ବର୍ଷ ଧରି ରହିଛନ୍ତି। ଜଙ୍ଗଲ ଜମି ହୋଇଥିବାରୁ ଗ୍ରାମରେ ଥିବା ୯୯ ପରିବାରଙ୍କୁ ଅଦ୍ୟାବଧି ପଟ୍ଟା ମିଳିନାହିଁ। ଯେକୌଣସି ସରକାରୀ ଯୋଜନାରେ ସାମିଲ ପାଇଁ ବାସସ୍ଥାନ ପ୍ରମାଣ ପତ୍ର ଆବଶ୍ୟକ। ଜମି ପଟ୍ଟା ନ ଥିବାରୁ ସରକାରୀ ଯୋଜନାରୁ ସେମାନେ ବଞ୍ଚତ୍ତ ହୋଇଛନ୍ତି। ବଗପାଟିଆର ତ୍ରିଲୋଚନ ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଫଳରେ ସାତଭାୟାରୁ ୫୭୧ ପରିବାର ସ୍ଥାନାନ୍ତରିତ ହୋଇଛନ୍ତି। ୧୪୮ ପରିବାରକୁ ବଗପାଟିଆରେ ରହିବା ପାଇଁ ଜମି ପ୍ରଦାନ କରାଯାଇଛି। ଏହି ଜମି ଚିହ୍ନଟିକରଣ ସହ ନୂତନ ପଟ୍ଟାଧାରୀ ଦଖଲକୁ ଆସିନାହାନ୍ତି। ଏବେବି ୯୯ ପରିବାର ଜମି ପଟ୍ଟା ଅପେକ୍ଷାରେ ଅଛନ୍ତି। ଏନେଇ ବହୁବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଶାନ୍ତିଲତା ସ୍ବାଇଁ କହିଛନ୍ତି, ସ୍ଥାନାନ୍ତରିତ ଲୋକଙ୍କ ଘର ପାଇଁ ୧୦ ଡିସିମିଲ ଜମି ପ୍ରଦାନ କରାଯାଉଛି। ତେବେ ସାତଭାୟା ଅଞ୍ଚଳର ଚାଷ ଜମି ହରାଇଛନ୍ତି। ପରିବାରର ପ୍ରତିପୋଷଣ ପାଇଁ ଏବେ ବି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳା ସାତଭାୟା ଅଞ୍ଚଳକୁ ଯାଇ ମାଛ କଙ୍କଡା ଆଦି ଧରିବାକୁ ପଡୁଛି। କେତେକ ଯୁବତୀ କର୍ମ ଅନ୍ବେଷଣରେ କେରଳ, ବାଙ୍ଗାଲୋର, ହାଇଦ୍ରାବାଦକୁ ଯାଉଛନ୍ତି। ମମତା ରାଉତ କହିଛନ୍ତି, ବଗପାଟିଆରେ ସରକାର ପକ୍ଷରୁ ଜମି ଓ ଘର ପାଇଁ ଟଙ୍କା ମିଳିଛି। ସେହି ଟଙ୍କା ଜମି ସମତୁଲରେ ଯାଇଛି। ଏଥିପାଇଁ ଘର ନିର୍ମାଣ ସମୟରେ ଟଙ୍କାର ଅଭାବ ଯୋଗୁ ଅଧାଘର ତିଆରି ହୋଇଛି। ପୂର୍ବରୁ ଏଠାରେ ଚିଙ୍ଗୁଡି ଘେରି ଥିଲା। ପୋଖରୀ ପୋତାଯାଇଛି। ଚିଙ୍ଗୁଡିଘେରିର ରାସାୟନିକ ପ୍ରଭାବ ଏବେବି ଯାଇନାହିଁ। ଏଥିପାଇଁ ଗ୍ରାମବାସୀ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ପାନୀୟଜଳ ପାଇଁ ପାଇପ, ଶିକ୍ଷା ପାଇଁ ସ୍କୁଲ ନିର୍ମାଣ ହୋଇଥିଲେ ମଧ୍ୟ ଉନ୍ନତ ବଜାରଟିଏ ନାହିଁ। କରୁଣାକର ସ୍ବାଇଁ କହିଛନ୍ତି, ସ୍ଥାନାନ୍ତରୀକରଣ ସ୍ଥାନୀୟ ଅଧିବାସୀଙ୍କ ଜୀବନ ବଞ୍ଚାଇଛି। ସାତଭାୟା ଅର୍ଥ ସାତ ଗ୍ରାମ। ବେଣୁପୁର, ମୋହନପୁର, ଗୋବିନ୍ଦପୁର, ସାନସାହିପୁର, ବଢଗହୀରମଥା, ବାଲିସାହି ଓ ରବିନ୍ଦ୍ରପଲ୍ଲୀ। ତଟକ୍ଷୟ ଯୋଗୁ ଏସବୁ ନାମ ସମୁଦ୍ର ଗର୍ଭରେ ଲୀନ ହୋଇଛି। ୧୯୭୧ ବାତ୍ୟା ପ୍ରଭାବ ପାଇଁ ତଟକ୍ଷୟ ସମସ୍ୟା ଅଧିକ ଜଣାପଡିଲା। ଫଳରେ ଏହି ଅଞ୍ଚଳର ଲୋକେ ନୂଆଭାବେ ଗଠନ ହୋଇଥିବା ସାତଭାୟା, କାହ୍ନୁପୁର, ମଗରକନ୍ଦା, ବରାହିପୁର ଆଦିକୁ ସ୍ଥାନାନ୍ତର ହେଲେ ା ଏସବୁ ଅଞ୍ଚଳକୁ ସମୁଦ୍ର ସମ୍ପୂର୍ଣ୍ଣ ଭାବେ ଗିଳିଦେଇଛି ନତୁବା କିଛି ମାତ୍ର ଚିହ୍ନ ରହିଛି ା ୧୯୯୯ ମହାବାତ୍ୟା ବହୁ ଜୀବନ ନଷ୍ଟ କରିଛି ା ପ୍ରାୟ ୫ ଦଶନ୍ଦୀ ଆନ୍ଦୋଳନ ପରେ ସ୍ଥାନୀୟ ଅଧିବାସୀ ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି ା ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ବନ୍ୟା,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥ୍ୟ ଅନୁଯାୟୀ ଓଡିଶାରେ ଅନୂନ୍ୟ ୩୬.୯ ପ୍ରତିଶତରେ ସାମୁଦ୍ରିକ ତଟକ୍ଷୟ ହେଉଛି ା ବିଶ୍ୱତାପନ ଓ ତଟାଞ୍ଚଳର ସୁରକ୍ଷା ଅଭାବରୁ ୪୮ କିଲୋମିଟର କେନ୍ଦ୍ରାପଡ଼ା ଜିଲା ତଟାଞ୍ଚଳରୁ ୨୮ କିଲୋମିଟରରେ ତଟକ୍ଷୟ ଜାରି ରହିଛି ା ଯାହାଫଳରେ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଓ ଜୀବିକା ନଷ୍ଟ ହେଉଛି ା ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ବଗପାଟିଆ ଏକ ଆଦର୍ଶ ଗ୍ରାମରେ ପରିଣତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଆସିଛି ା ନିକଟରେ ମହିଳାଙ୍କୁ ସ୍ବାବଲମ୍ବୀ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି ା ଏଠାକାର ମୁଖ୍ୟ ମନ୍ଦିର ଓ ବଗପାଟିଆର ପରିବେଶର ଉନ୍ନତିକରଣ ପାଇଁ ଅନୁଦାନ ଆସିଛି ା ପର୍ଯ୍ୟଟକଙ୍କ ପାଇଁ ଆଗାମୀ ଦିନରେ ଏହି ଗ୍ରାମ ଆକର୍ଷଣ ପାଲଟିବ ା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?