Posted inଖେଳ

‘ଯଦି ରାହୁଲଙ୍କୁ ନୂଆ ଟିମ୍‌ ଯୋଗାଯୋଗ କରିଛି, ତେବେ ଏହା ନିୟମ ବିରୋଧରେ’

ନୂଆଦିଲ୍ଲୀ,୧।୧୨: ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଲୋକେଶ ରାହୁଲ ନୂଆ ଫ୍ରାଞ୍ଚାଇଜ ଯୋଗାଯୋଗରେ ଥିବା ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପଞ୍ଜାବ ଫ୍ରାଞ୍ଚାଇଜର ସହମାଲିକ ନେସ ଓ୍ବାଡିଆ। ଯଦି ରାହୁଲଙ୍କୁ ନୂଆ ଫ୍ରାଞ୍ଚାଇଜ ପକ୍ଷରୁ ଯୋଗାଯୋଗ କରାଯାଇ ଥାଏ, ତେବେ ଏହା ବିସିସିଆଇର ନିୟମ ବିରୋଧରେ ବୋଲି ଓ୍ବାଡିଆ କହିଛନ୍ତି।

୨୦୨୦ ସିଜନ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଥିଲା। ସେବେଠାରୁ ସେ ବ୍ୟାଟରେ ଭଲ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ଦଳକୁ ଫ୍ଲେ-ଅଫ୍‌ରେ ପହଞ୍ଚାଇ ପାରି ନ ଥିଲେ। ସେ ଏବେ ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ ଯୋଡ଼ି ହେବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ ଆରପିଏସ୍‌ଜି ଗ୍ରୁପ୍‌ ସମର୍ଥତ୍ତ ଫ୍ରାଞ୍ଚାଇଜର ସେ କ୍ୟାପଟେନ ଭାର ସମ୍ଭାଳିବେ।

“ଆମେ ରାହୁଲଙ୍କୁ ରିଟେନ କରିବାକୁ ଚାହୁଁଥିଲୁ। କିନ୍ତୁ ସେ ଅକଶନକୁ ଯିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ। ଯଦି ଅକଶନ ପୂର୍ବରୁ ତାଙ୍କୁ ଅନ୍ୟ ଫ୍ରାଞ୍ଚାଇଜ ପ୍ରସ୍ତାବ ଦିଏ, ତେବେ ଏହା ନିୟମ ବିରୋଧରେ ହେବ” ବୋଲି ପଞ୍ଜାବ କିଙ୍ଗ୍ସ ସହମାଲିକ ନେସ ଓ୍ବାଡିଆ କହିଛନ୍ତି। ରାହୁଲ ଅନ୍ୟ ଫ୍ରାଞ୍ଚାଇଜ ସହ ଯୋଗାଯୋଗରେ ଥିବା ଜଣାପଡ଼ିଲେ ତାଙ୍କୁ ଏକ ବର୍ଷ ଲାଗି ଆଇପିଏଲରୁ ବାସନ୍ଦ ହେବାକୁ ପଡ଼ିପାରେ।

ଉଲ୍ଲେଖଯୋଗ୍ୟ, ୨୦୧୦ରେ ପ୍ରଥମ ଥର ପାଇଁ ଆଇପିଏଲରେ ଖେଳାଳିଙ୍କ ପୋଚିଂ ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ବର୍ଷକ ଲାଗି ବାସନ୍ଦ ହୋଇଥିଲେ ସିଏସ୍‌କେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ରାଜସ୍ଥାନ ରୟାଲ୍ସ ଦଳ ସହ ତାଙ୍କ ଚୁକ୍ତି ଶେଷ ହୋଇ ନ ଥିବା ବେଳେ ସେ ଅନ୍ୟ ଫ୍ରାଞ୍ଚାଇଜ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚିୟର୍‌ ଲିଡର୍ସଙ୍କ ସହ ନାଚିଲେ ଶାହରୁଖ୍‌

ଜାମାଇକା, ୯।୯:ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଅଭିନୟ ବ୍ୟତୀତ କ୍ରିକେଟରେ ବି ରୁଚି ରଖନ୍ତି। ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ମାଲିକାନା ମଧ୍ୟ ତାଙ୍କ...

ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ବିବାହ କରିବେ ମନୀଷ ପାଣ୍ଡେ

ବେଙ୍ଗାଲୁରୁ,୧୦ା୧୦: ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ନିଜ ଜୀବନ ସାଥୀ ପାଇଯାଇଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ଶେଟ୍ଟି।  ଆସନ୍ତା...

ଭାରତକୁ ବିଜୟ ଦେଲା ଗୁରଜିତ୍‌ଙ୍କ ଗୋଲ

ମାର୍‌ଲୋ(ଇଂଲଣ୍ଡ),୨୮।୯: ଏଠାରେ ଇଂଲଣ୍ଡ ବିପକ୍ଷରେ ଶନିବାର ଖେଳାଯାଇଥିବା ମହିଳା ହକି ମ୍ୟାଚ୍‌ରେ ଗୁରଜିତ୍‌ କୌରଙ୍କ ଗୋଲ ଭାରତୀୟ ଦଳକୁ ବିଜୟ ଆଣି ଦେଇଛି। ଏକଦା ଭାରତ...

ଯୋଡ଼ିହେବେ ୨.୫ କୋଟି ପିଲା

ଢେଙ୍କାନାଳ ଅଫିସ,୪।୧୧: ଏବେକାର ପିଲା ଇଣ୍ଟରନେଟ୍‌ ଓ ଟେଲିଭିଜନ ମଧ୍ୟରେ ଅଟକିଯାଉଛନ୍ତି। ସେମାନଙ୍କୁ ପଡ଼ିଆକୁ ଆଣିବା ଏବଂ ବିଭିନ୍ନ ଖେଳରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ...

ହାତୀ ମୃତ୍ୟୁକୁ ନେଇ କ୍ରିକେଟ ଜଗତ ସ୍ତବ୍ଧ

ତିରୁଭାନନ୍ତପୁରମ,୪।୬: ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି।...

ହିମାଚଳକୁ ହରାଇଲା ହାଇଦ୍ରାବାଦ

କଟକ,୧୬ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି ଭୈରବ ଚନ୍ଦ୍ର ମହାନ୍ତି ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ। ସନ୍ଧ୍ୟାରେ ଷ୍ଟାଡିୟମ ପରିସରରେ ଉଦ୍‌ଘାଟନୀ ଉତ୍ସବ...

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ରୋହିତ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଦୁର୍ଦ୍ଦର୍ଷ ଓପନର୍‌ ରୋହିତ୍‌ ଶର୍ମାଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’...

ସେମିରେ ମୁଗୁରୁଜା

ସାଂଘାଇ, ୯।୧ (ଏଏଫ୍‌ପି)- ଦୁଇଥରର ଗ୍ରାଣ୍ଡସ୍ଲାମ ବିଜୟିନୀ ସ୍ପାନିଶ ଟେନିସ ତାରକା ଗ୍ରାବିଏନ ମୁଗୁରୁଜା ଏଠାରେ ଚାଲିଥିବା ଶେନଝେନ ଓପନ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

Advertisement
Archives

Model This Week