Posted inଖେଳ

‘ଯଦି ରାହୁଲଙ୍କୁ ନୂଆ ଟିମ୍‌ ଯୋଗାଯୋଗ କରିଛି, ତେବେ ଏହା ନିୟମ ବିରୋଧରେ’

ନୂଆଦିଲ୍ଲୀ,୧।୧୨: ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଲୋକେଶ ରାହୁଲ ନୂଆ ଫ୍ରାଞ୍ଚାଇଜ ଯୋଗାଯୋଗରେ ଥିବା ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପଞ୍ଜାବ ଫ୍ରାଞ୍ଚାଇଜର ସହମାଲିକ ନେସ ଓ୍ବାଡିଆ। ଯଦି ରାହୁଲଙ୍କୁ ନୂଆ ଫ୍ରାଞ୍ଚାଇଜ ପକ୍ଷରୁ ଯୋଗାଯୋଗ କରାଯାଇ ଥାଏ, ତେବେ ଏହା ବିସିସିଆଇର ନିୟମ ବିରୋଧରେ ବୋଲି ଓ୍ବାଡିଆ କହିଛନ୍ତି।

୨୦୨୦ ସିଜନ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ରାହୁଲଙ୍କୁ ଦଳର ନେତୃତ୍ୱ ଭାର ଦିଆଯାଇଥିଲା। ସେବେଠାରୁ ସେ ବ୍ୟାଟରେ ଭଲ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ଦଳକୁ ଫ୍ଲେ-ଅଫ୍‌ରେ ପହଞ୍ଚାଇ ପାରି ନ ଥିଲେ। ସେ ଏବେ ନୂଆ ଲକ୍ଷ୍ନୌ ଫ୍ରାଞ୍ଚାଇଜ ଯୋଡ଼ି ହେବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ ଆରପିଏସ୍‌ଜି ଗ୍ରୁପ୍‌ ସମର୍ଥତ୍ତ ଫ୍ରାଞ୍ଚାଇଜର ସେ କ୍ୟାପଟେନ ଭାର ସମ୍ଭାଳିବେ।

“ଆମେ ରାହୁଲଙ୍କୁ ରିଟେନ କରିବାକୁ ଚାହୁଁଥିଲୁ। କିନ୍ତୁ ସେ ଅକଶନକୁ ଯିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ। ଯଦି ଅକଶନ ପୂର୍ବରୁ ତାଙ୍କୁ ଅନ୍ୟ ଫ୍ରାଞ୍ଚାଇଜ ପ୍ରସ୍ତାବ ଦିଏ, ତେବେ ଏହା ନିୟମ ବିରୋଧରେ ହେବ” ବୋଲି ପଞ୍ଜାବ କିଙ୍ଗ୍ସ ସହମାଲିକ ନେସ ଓ୍ବାଡିଆ କହିଛନ୍ତି। ରାହୁଲ ଅନ୍ୟ ଫ୍ରାଞ୍ଚାଇଜ ସହ ଯୋଗାଯୋଗରେ ଥିବା ଜଣାପଡ଼ିଲେ ତାଙ୍କୁ ଏକ ବର୍ଷ ଲାଗି ଆଇପିଏଲରୁ ବାସନ୍ଦ ହେବାକୁ ପଡ଼ିପାରେ।

ଉଲ୍ଲେଖଯୋଗ୍ୟ, ୨୦୧୦ରେ ପ୍ରଥମ ଥର ପାଇଁ ଆଇପିଏଲରେ ଖେଳାଳିଙ୍କ ପୋଚିଂ ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ବର୍ଷକ ଲାଗି ବାସନ୍ଦ ହୋଇଥିଲେ ସିଏସ୍‌କେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ରାଜସ୍ଥାନ ରୟାଲ୍ସ ଦଳ ସହ ତାଙ୍କ ଚୁକ୍ତି ଶେଷ ହୋଇ ନ ଥିବା ବେଳେ ସେ ଅନ୍ୟ ଫ୍ରାଞ୍ଚାଇଜ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri