‘ଦଳୀୟ ଟିକେଟ ନ ମିଳିଲେ ସ୍ବାଧୀନରୁ ଲଢ଼ିବି’

କୋରାପୁଟ/ନାରାୟଣପାଟଣା,୨୪ା୨(ଅମିତାଭ ବେହେରା/ରାଜକିଶୋର ଜେନା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନେଇ ଜିଲାର ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗା। ଶନିବାର ନିଜ ଗାଁରେ ସମର୍ଥକଙ୍କ ସହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ନାଚିକା ଲିଙ୍ଗା।

ରାଜ୍ୟର ଶାସକ ବିଜେଡି ସମେତ ଭାଜପା କଂଗ୍ରେସ ଆଦି ତିନି ପ୍ରମୁଖ ଦଳରୁ କୌଣସି ଅଫର୍‌ ନ ଆସେ ତେବେ ସ୍ବାଧୀନ ଭାବେ ସେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ଜମି ମୁକ୍ତି ଗତି ମୁକ୍ତି ମଦ ମୁକ୍ତି ଆନ୍ଦୋଳନର ପୁରୋଧା ସାଜିଥିବା ଆଦିବାସୀ ନେତା ନାଚିକା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଲା ପରିଷଦରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ଥିଲେ। ନାଚିକାଙ୍କ ସ୍ବାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ଦ୍ବାରା ଶାସକ ବିଜେଡିକୁ ତିନି ନମ୍ବରରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ନାଚିକାଙ୍କ ପୁଅ ରବି ନାଚିକା ଭୁବନେଶ୍ୱର ଯାଇ ବିଜେଡିରେ ଯୋଗଦେଇଥିଲେ। ପରେ ନାଚିକାଙ୍କ ପୁଅ ରବିଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନାରାୟଣପାଟଣାର ସଦସ୍ୟ କରାଯାଇଥିଲା। ଏବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ନାଚିକା ପୁଣି ବିଧାୟକ ପ୍ରାର୍ଥୀ ହେବାକୁ ମନ ବଳାଇବା ରାଜନୀତି ଗୋଳିଆ ହେବା ସମ୍ଭାବନା ଦେଖାଦେଲାଣି। ଆଜି ନିଜ ଗାଁ ଭାଲିଆପୁଟରେ ହାତଗଣତି ସମର୍ଥକଙ୍କ ସହ ମେଳି କରିଥିଲେ। ବିକାଶ ଆଜି ବି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ହୋଇ ନ ଥିବା ସେ କହିଥିଲେ। ଆମ ଆଦିବାସୀଙ୍କୁ ସରକାର ଡାକୁଛନ୍ତି। ମିଛ କେସ୍‌ରେ ଆଦିବାସୀଙ୍କୁ ଜେଲ୍‌ ପଠାଉଛନ୍ତି। ଆଦିବାସୀଙ୍କୁ ନ୍ୟାୟ ମିଳୁନି। ଗାଁଗୁଡ଼ିକରେ ବିଜୁଳି ସମସ୍ୟା ସମାଧାନ ନ ହେବା ପରି ମୌଳିକ ସମସ୍ୟା ବିଷୟରେ ଗୁରୁତ୍ୱ ଦେଉନାହାନ୍ତି ସରକାର। ଆମର ଖଣି ନେଉଛନ୍ତି ଅଞ୍ଚଳରୁ, ଆମ ଆଦିବାସୀ ପିଲା ଦାଦନ ଖଟିବାକୁ ଯାଉଛନ୍ତି। ବିଧାୟକ ପ୍ରାର୍ଥୀ ହେବାକୁ ବିଭିନ୍ନ ମହଲରୁ ପ୍ରାର୍ଥୀ ପାଇଁ ଗାଁ ଗାଁ ଲୋକ ଅନୁରୋଧ କରୁଛନ୍ତି। ସେମାନଙ୍କର କଥାକୁ ଗୁରୁତ୍ୱ ଦେଇ ବିଧାୟକ ପ୍ରାର୍ଥୀ ହୋଇ ସମସ୍ୟା ସମାଧାନ ପାଇଁ ଗାଁ ଗାଁ ବୁଲିବି ବୋଲି ନାଚିକା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?