ପଶ୍ଚିମ ଦେଶ ସହାୟତା କଲେ ଚଳିତ ବର୍ଷ ରୁଷିଆକୁ ହରାଇ ଯୁଦ୍ଧ ଜିତିବୁ: ୟୁକ୍ରେନ…

ମସ୍କୋ,୧୨।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରାୟ ୧୧ ମାସ ବିତିବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଜିତିବାରେ ସକ୍ଷମ ହୋଇ ନାହିଁ। ଏଥି ସହିତ, ସମୟ ଗଡିବା ସହିତ, ୟୁକ୍ରେନ ଦୃ ଢ଼ ଭାବରେ ଠିଆ ହୋଇଥିବା ପରି ମନେହେଉଛି। ଏହା ସହିତ ରୁଷିଆ ସେନାର ବହୁତ କ୍ଷତି ଘଟିଛି ବୋଲି ୟୁକ୍ରେନ ପକ୍ଷରୁ ଏକ ବଡ ଦାବି କରାଯାଇଛି। ଏହି ଦାବି ରୁଷିଆର ସେନାଙ୍କ ନିଦ ହଜାଇ ଦେଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଉପଦେଷ୍ଟା ମିଖାଇଲୋ ପୋଡୋଲିୟକ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ଅସ୍ତ୍ରଶସ୍ତ୍ର ଯୋଗାଣକୁ ବିଶେଷ କରି ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ ବୃଦ୍ଧି କଲେ ୟୁକ୍ରେନ ଚଳିତ ବର୍ଷ ଯୁଦ୍ଧରେ ରୁଷିଆକୁ ହରାଇ ବିଜୟୀ ହୋଇପାରେ।

ଗଣମାଧ୍ୟମକୁ ସୂଚନା ଦେଇ ମିଖାଇଲୋ ପୋଡୋଲିୟକ କହିଛନ୍ତି, କେବଳ ୧୦୦ କିଲୋମିଟର ଲକ୍ଷ୍ୟ ଭେଦ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ଆମକୁ ରୁଷିଆର ସେନାଠାରୁ ଆମର ଅଞ୍ଚଳ ଫେରାଇ ଆଣିବାରେ ସାହାଯ୍ୟ କରିବ। ଯଦି ଆମେ ଦୂରଗାମୀ କ୍ଷେପଣାସ୍ତ୍ର ପାଇବୁ, ତେବେ ଚଳିତ ବର୍ଷ ଶରତ ଋତୁ ସୁଦ୍ଧା ଯୁଦ୍ଧ ସମାପ୍ତ ହେବ ଏବଂ ଆମର ବିଜୟ ହେବ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୂର ଦୂରଗାମୀ କ୍ଷେପଣାସ୍ତ୍ର ୟୁକ୍ରେନକୁ ରୁଷିଆର ସେନା ଦ୍ୱାରା ନିୟନ୍ତ୍ରିତ ୟୁକ୍ରେନ ଅଞ୍ଚଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଡିପୋକୁ ଟାର୍ଗେଟ କରିବାକୁ ସକ୍ଷମ ହେବ। ଯାହା ବର୍ତ୍ତମାନ ସମ୍ଭବ ନୁହେଁ ।

ଆମେରିକା ଗତ ବର୍ଷ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦେଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୮୦ କିଲୋମିଟର। ଏହି କ୍ଷେପଣାସ୍ତ୍ର ଯୋଗୁ ୟୁକ୍ରେନ ରୁଷିଆର ବହୁ କ୍ଷତି କରିଛି। ସମାନ କ୍ଷେପଣାସ୍ତ୍ରକୁ ଫ୍ରାନ୍ସଠାରୁ ୟୁକ୍ରେନ ଗ୍ରହଣ କରିଛି, କିନ୍ତୁ ୟୁକ୍ରେନ ଆମେରିକାର ଏଟିଏସିଏମଏସ କ୍ଷେପଣାସ୍ତ୍ର ଦେବା ପାଇଁ ୱାଶିଂଟନ ଉପରେ ଚାପ ପ୍ରୟୋଗ କରୁଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୩୦୦ କିଲୋମିଟର।

ବରିଷ୍ଠ ପରାମର୍ଶଦାତା କହିଛନ୍ତି, ଆମେ ରୁଷିଆ ଉପରେ ଆକ୍ରମଣ କରିବୁ ନାହିଁ। ଆମେ କେବଳ ପ୍ରତିରକ୍ଷା ଯୁଦ୍ଧ କରୁଛୁ। କିନ୍ତୁ ପାଶ୍ଚାତ୍ୟ ଦେଶର ଅସ୍ତ୍ରଶସ୍ତ୍ରର ବୃହତ ବିତରଣ ବିନା ଯୁଦ୍ଧ ଦଶନ୍ଧି ଧରି ଚାଲିବାର ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ସମୁଦ୍ରରେ ବୁଡ଼ିଯିବେ କୋଟି କୋଟି ଲୋକ! ନେପାଳ ବିତ୍ପାତ ପରେ ଭାରତର ୨ଟି ସହରକୁ UNର ଭୟଙ୍କର ଚେତାବନୀ?

ନୂଆଦିଲ୍ଲୀ,୧।୯: ସମୁଦ୍ର ପତନ ବୃଦ୍ଧି ପାଇବା ଯୋଗୁଁ କୋଲକାତା ଏବଂ ମୁମ୍ୱାଇର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ମିଳିତ ଜାତିସଂଘର ରିପୋର୍ଟରେ ଚେତାବନୀ ଦିଆଯାଇଛି।…

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଜନ୍ତରମନ୍ତର ଆନ୍ଦୋଳନରେ ଛାତ୍ରଙ୍କ ବିରୋଧରେ ହୋଇଥିବା ସବୁ ଏଫଆଇଆର ରଦ୍ଦ

ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ଯନ୍ତରମନ୍ତର ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି (ସିଜେଆଇ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri