Posted inଜାତୀୟ

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୬।୫:କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ଆଜି ସିଆଇଏସ୍‌ସିଇ ପକ୍ଷରୁ ପ୍ରକାଶ ପାଇଛି। ଛାତ୍ରୀଛାତ୍ର cisce.org ଏବଂ results.cisce.org ଓ୍ବେବସାଇଟ୍‌ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।
ଏହି ବର୍ଷ ମୋଟ ୯୮,୦୮୮ ଛାତ୍ରୀଛାତ୍ର ଆଇଏସ୍‌ସି ଦ୍ୱାଦଶ ଫଳାଫଳରେ ସଫଳତା ହାସଲ କରିଛନ୍ତି। ପାସ ପ୍ରତିଶତ ୯୮.୧୯ ରହିଛି। ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାରେ ସମୁଦାୟ ୯୯,୯୦୧ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଚଳିତ ବର୍ଷ ମୋଟ ୨,୪୨,୩୨୮ ଛାତ୍ରୀଛାତ୍ର ଆଇସିଏସ୍‌ଇ ଦଶମ ଫଳାଫଳ ପାସ କରିଛନ୍ତି ଏବଂ ଏହି ହାର ୯୯.୪୭% ରେକର୍ଡ କରାଯାଇଛି। ଦଶମ ପରୀକ୍ଷାରେ ସମୁଦାୟ ୨,୪୩,୬୧୭ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଛାତ୍ରଛାତ୍ରୀ ରିଚେକିଂ ଏବଂ ରିଭାଲୁଏଶନ ପାଇଁ ଆବେଦନ କରିପାରିବେ। ରିଚେକିଂ ପାଇଁ ଗୋଟିଏ ବିଷୟ ପେପର ଲାଗି ୧,୦୦୦ ଟଙ୍କା ଥିବା ବେଳେ ରିଭାଲୁଏଶନ ନିମନ୍ତେ ୧,୫୦୦ ଟଙ୍କା ରହିଛି। ତେବେ ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ରିଚେକିଂ ପାଇଁ ଆବେଦନ କରିପାରିବେ। ଏହାପରେ ୪ ସପ୍ତାହ ମଧ୍ୟରେ ରିଚେକିଂର ରେଜଲ୍ଟ ବାହାର କରାଯିବ। ସେହିଭଳି ରିଭାଲୁଏଶନ ପାଇଁ ରେଜଲ୍ଟ ପ୍ରକାଶ ପାଇବାର ୨୪ ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ। ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶର କମ୍ପାର୍ଟମେଣ୍ଟ ପରୀକ୍ଷା ଚଳିତବର୍ଷଠାରୁ ବନ୍ଦ ହୋଇଯାଇଛି। ଯେଉଁ ଛାତ୍ରୀଛାତ୍ର ସେମାନଙ୍କ ମାର୍କ/ଗ୍ରେଡ୍‌ରେ ଉନ୍ନତି ଚାହୁଁଥିବେ ସେମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। କିନ୍ତୁ ତାହା ସର୍ବାଧିକ ଦୁଇଟି ବିଷୟରେ ଦେଇହେବ। ଏହି ଏକ୍‌ଜାମିନେଶନ ଜୁଲାଇରେ ଅନୁଷ୍ଠିତ ହେବ ବୋଲି ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri