ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗତ ଦୁଇଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଅନେକ ଜିଲାରେ ଚାଷଜମି ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଏଥିସହିତ କେତେକ ନଦୀରେ ମଧ୍ୟ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ବର୍ଷା ହେବା ସମ୍ଭାବନା ଥିବାରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପ୍ରବଳ ବର୍ଷା ଯୋଗୁ ବୈତରଣୀ, ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା ନଦୀ ଫୁଲିବାରେ ଲାଗିଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ଗୋଟିଏ ଲେଖାଏ ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି। ସେହିପରି ବାଲେଶ୍ୱର ଜିଲାରେ ୨ଟି ଏନ୍‌ଡିଆର୍‌ଏଫ୍‌, ଭଦ୍ରକ ଓ ଯାଜପୁର ଜିଲାରେ ଗୋଟିଏ ଲେଖାଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି। ଏଥିସହ ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାର ଜଳସ୍ତର ଚମ୍ପୁଆରେ ବିପଦ ସଙ୍କେତ ୩୭୫.୩୩ ମିଟର ଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ୩୭୬.୪୧ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଆନନ୍ଦପୁରରେ ବିପଦ ସଙ୍କେତସ୍ତର ୩୭.୪୫ ମିଟର ଥିବା ବେଳେ ୩୮.୩୬ ମିଟର ଉପରେ ପ୍ରବାହିତ ହେଉଛି। ଜଳକା ନଦୀର ମଥାନିରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି ମହାନଦୀର ନରାଜ, ଖଇରମାଳ, ବ୍ରାହ୍ମଣୀ ତାଳଚେର, ଜେନାପୁର, ପାନପୋଷ, ସୁବର୍ଣ୍ଣରେଖା ନଦୀର ଜାମଶୋଳାଘାଟ, ଜାମସେଦପୁର, ବଂଶଧାରାର ଗୁଡାରି, ଋଷିକୁଲ୍ୟାର ସୋରଡ଼ା ଏବଂ ବୁଢ଼ାବଳଙ୍ଗ ନଦୀର ବାରିପଦା ଓ ଏନ୍‌ଏଚ୍‌-୫ ଗୋବିନ୍ଦପୁରଠାରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି।
ଅତ୍ୟଧିକ ବର୍ଷା ଯୋଗୁ ବିଭିନ୍ନ ଜିଲାରେ କେତେକ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇରହିଛି। କେତେକ ଜାଗାରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇଛି। କେତେକ ସ୍ଥାନରେ ରାସ୍ତା ବୁଡିଯିବାରୁ ଯୋଗାଯୋଗ ବ୍ୟାହତ ହୋଇଛି। ବରାଳୀ ଓ ସରାଳୀ ନଦୀର ଜଳସ୍ତର ବୃଦ୍ଧି ପାଇ ମୟୂରଭଞ୍ଜ ଜିଲାର ଅଳ୍ପ କେତେକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ତାହା ଧୀରେ ଧୀରେ ହ୍ରାସ ପାଇଛି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲାର ଶୁକୃଳି ତହସିଲ ମହୁଲିଆସୁଲି ଗ୍ରାମର ୬୨ ବର୍ଷୀୟ ନଳିନୀ ମୁଣ୍ଡାଙ୍କର କାନ୍ଥପଡ଼ି ପ୍ରାଣହାନି ଘଟିଛି। ରାଜ୍ୟ ଓ ଜିଲା ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି।
ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଅଧିକାଂଶ ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଏହି ସମୟରେ ରାଜ୍ୟରେ ହାରାହାରି ୭୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ରାଜ୍ୟର ୯ ଜିଲା କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଜଗତ୍‌ସିଂହପୁର, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୦୦ ମିିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଅନ୍ୟ ୧୧ ଜିଲା ଦେବଗଡ଼, ଅନୁଗୋଳ, ସମ୍ବଲପୁର, ବାଲେଶ୍ୱର, ଢେଙ୍କାନାଳ, ପୁରୀ, କନ୍ଧମାଳ, ବରଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ୫୦ରୁ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କେନ୍ଦ୍ରାପଡ଼ା ଜିଲାରେ ୧୬୮.୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୧୬୨.୩, ଜଗ୍‌ତସିଂହପୁର ୧୪୬.୫, ବୌଦ୍ଧ ୧୩୩.୩, କେନ୍ଦୁଝର ୧୨୪.୮, ମୟୂରଭଞ୍ଜ ୧୨୨.୨, ଭଦ୍ରକ ୧୧୭, ଯାଜପୁର ୧୧୫ ଏବଂ କଟକ ଜିଲାରେ ସର୍ବାଧିକ ୧୦୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
୪ଟି ଜିଲାରେ ୨୦୦ ମିଲିମିଟରରୁ ଅଧିକ ବୃଷ୍ଟିପାତ ହୋଇଛି।
କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକରେ ସର୍ବାଧିକ ୨୩୪ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲାର ଚମ୍ପୁଆ ବ୍ଲକରେ ୨୧୦, ବୌଦ୍ଧ ଜିଲାର ବୌଦ୍ଧ ବ୍ଲକରେ ୨୦୮.୨ ଏବଂ ବାରିପଦା ବ୍ଲକରେ ୨୦୭ ମିଲିମିଟର ବର୍ଷା ହୋଇଛି। ଏହାଛଡ଼ା ୯୨ ବ୍ଲକରେ ୧୦୦ ମି.ମି.ରୁ ଊର୍ଦ୍ଧ୍ୱ ଏବଂ ୯୬ ବ୍ଲକରେ ୫୦ ମି.ମି.ରୁ ୧୦୦ ମି.ମି. ମଧ୍ୟରେ ବୃଷ୍ଟିପାତ ରେକର୍ଡ କରାଯାଇଛି। ସମଗ୍ର ରାଜ୍ୟରେ ଏହି ସମୟରେ ୬ ପ୍ରତିଶତ ବର୍ଷା ଅଧିକ ହୋଇଛି। ଏହି ସମୟରେ ସ୍ବାଭାବିକ ଭାବେ ୮୫୫ ମିଲିିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୯୦୬.୫ ମିଲିମିଟର।
ଜୁନ୍‌ ପହିଲାରୁ ଅଗଷ୍ଟ ୨୭ ତାରିଖ ମଧ୍ୟରେ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ କଟକ ଜିଲାରେ ସ୍ବାଭାବିକ ବର୍ଷାଠାରୁ ୧୯ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ୧୬ଟି ଜିଲାରେ ସ୍ବାଭବିକ ବର୍ଷା ହୋଇଛି।
ଉପକୂଳ ଓଡ଼ିଶାରେ ବର୍ଷା ପରେ ଲଘୁଚାପ ଉତ୍ତର ପୂର୍ବ ଦିଗକୁ ଗତି କରି ଆଭ୍ୟନ୍ତରୀଣ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri