Posted inଖେଳ

ଟି-୨୦ କ୍ରିକେଟର ନିୟମ ବଦଳାଇଲା ଆଇସିସି; ଏଥର ସ୍ଲୋ ଓଭର ରେଟ୍‌ ପାଇଁ ମିଳିବ…

ଦୁବାଇ, ୭।୧: ଟି-୨୦ କ୍ରିକେଟର ନିୟମ ବଦଳିଲା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ନିୟମ ପରିବର୍ତ୍ତନ କରିଛି। ଜାନୁୟାରୀ ୧୬ରେ ୱେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ।

ଆଇସିସିର ନିୟମ ଅନୁଯାୟୀ, ଉଭୟ ପୁରୁଷ ଓ ମହିଳା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସ୍ଲୋ-ଓଭର ରେଟ୍‌ ପାଇଁ ଦଣ୍ଡ ସେହି ମ୍ୟାଚ ମଧ୍ୟରେ ଦିଆଯିବ । ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଲାଗି ଆଇସିସି ଆଚାର ସଂହିତା ଧାରା ୨.୨୨ ଅନୁଯାୟୀ ସ୍ଲୋ ଓଭର ରେଟ୍‌ ପାଇଁ ଡିମେରିଟ୍‌ ପଏଣ୍ଟ ଏବଂ ଦଳ ତଥା ଅଧିନାୟକଙ୍କ ଉପରେ ଆର୍ଥିକ ଦଣ୍ଡ ଅନ୍ତର୍ଭୁକ୍ତ। ଏହା ସହିତ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରତ୍ୟେକ ଇନିଂସ ମଧ୍ୟରେ ଅଢ଼େଇ ମିନିଟର ଡ୍ରିଙ୍କ୍ସ ବ୍ରେକ ନେଇ ପାରିବେ। କିନ୍ତୁ ଏଥିପାଇଁ ଟି-୨୦ ସିରିଜ ପୂର୍ବରୁ ଉଭୟ ଦେଶର ବୋର୍ଡ ଏହା ଉପରେ ଆପୋଷ ବୁଝାମଣା କରିବାକୁ ପଡ଼ିବ ।

ନୂଆ ନିୟମ ଅନୁସାରେ ଯଦି ଏକ ଟିମ ନିର୍ଦ୍ଧାରିତ ସମୟ ପଛରେ ରହିବ ତେବେ ଅବଶିଷ୍ଟ ଓଭରରେ ବୋଲିଂ ଦଳର ଗୋଟିଏ କମ ଖେଳାଳି ୩୦ ଗଜ ବାହାରେ ରହିବେ। ଅର୍ଥାତ ବର୍ତ୍ତମାନ ପାୱାର ପ୍ଲେ ପରେ ୩୦ ଗଜ ବାହାରେ ୫ ଜଣ ଖେଳାଳି ରହୁଥିଲେ । କିନ୍ତୁ ଓଭର ରେଟ ପାଇଁ ପେନାଲ୍‌ଟି ପାଇବା ପରେ କେବଳ ଚାରି ଜଣ ଫିଲ୍ଡର ବାହାରେ ରହିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?