Posted inଖେଳ

ପାକିସ୍ତାନରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାରେ ଅସୁବିଧା ହେବ ନାହିଁ

ଦୁବାଇ,୨୨।୧୧: ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ଲାଗି କୌଣସି ଦଳ ଅନିଚ୍ଛା ପ୍ରକାଶ କରିବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଏଭଳି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ଗତ ସପ୍ତାହରେ ଅନ୍ତର୍ଜାତୀୟ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ଅଧିକାର ପାକିସ୍ତାନକୁ ଦେଇଥିଲା। ଦୁଇ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନକୁ ଫେରିବାକୁ ଯାଉଛି ଆଇସିସି ଇଭେଣ୍ଟ। ଅନ୍ତିମ ଥର ୧୯୯୬ରେ ଭାରତ ଓ ଶ୍ରୀଲଙ୍କା ସହ ମିଶି ପାକିସ୍ତାନ ଦିନିକିଆ ବିଶ୍ୱକପ୍‌ ଆୟୋଜନ କରିଥିଲା। କିନ୍ତୁ ୨୦୦୯ରେ ଶ୍ରୀଲଙ୍କା ଦଳର ବସ ଉପରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପ୍ରାୟତଃ ଅନ୍ତର୍ଜାତୀୟ ଦଳ ପାକିସ୍ତାନ ଯିବାକୁ ମନା କରି ଦେଉଛନ୍ତି।

”ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଫେରିବାକୁ ଯାଉଛି ଆଇସିସି କ୍ରିକେଟ୍‌ ଇଭେଣ୍ଟ। ଏଥିରେ ଅଂଶଗ୍ରହଣ କରିବା ଲାଗି କେହି ଅନିଚ୍ଛା ପ୍ରକାଶ କରିବେ ନାହିଁ। ପାକିସ୍ତାନ ପାଖରେ ସଫଳତାର ସହ ଇଭେଣ୍ଟ ଆୟୋଜନ କରିବାର ଦକ୍ଷତା ନ ଥିଲେ ଆଇସିସି ଏଭଳି ନିଷ୍ପତ୍ତି ନେଇ ନ ଥାନ୍ତା। ବିଶ୍ୱ ସ୍ତରୀୟ ଇଭେଣ୍ଟ ଆୟୋଜନ କରିବା ଲାଗି ପାକିସ୍ତାନ ପାଖରେ ଭଲ ସୁଯୋଗ ଅଛି। ମୁଁ ନିଶ୍ଚିତ ଯେ, ସେମାନେ ସଫଳତାର ସହ ଏହି ଇଭେଣ୍ଟ ଆୟୋଜନ କରିବେ“ ବୋଲି ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍ସଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସୁରକ୍ଷା ଜନିତ କାରଣ ଦର୍ଶାଇ ପାକିସ୍ତାନରେ ଦ୍ୱିପାକ୍ଷିକ ସିରିଜ୍‌ ଖେଳିବାକୁ ମନା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri