Posted inଖେଳ

ପାକିସ୍ତାନରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାରେ ଅସୁବିଧା ହେବ ନାହିଁ

ଦୁବାଇ,୨୨।୧୧: ପାକିସ୍ତାନରେ ହେବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରିବା ଲାଗି କୌଣସି ଦଳ ଅନିଚ୍ଛା ପ୍ରକାଶ କରିବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଏଭଳି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି। ଗତ ସପ୍ତାହରେ ଅନ୍ତର୍ଜାତୀୟ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ଅଧିକାର ପାକିସ୍ତାନକୁ ଦେଇଥିଲା। ଦୁଇ ଦଶନ୍ଧିର ବ୍ୟବଧାନ ପରେ ପାକିସ୍ତାନକୁ ଫେରିବାକୁ ଯାଉଛି ଆଇସିସି ଇଭେଣ୍ଟ। ଅନ୍ତିମ ଥର ୧୯୯୬ରେ ଭାରତ ଓ ଶ୍ରୀଲଙ୍କା ସହ ମିଶି ପାକିସ୍ତାନ ଦିନିକିଆ ବିଶ୍ୱକପ୍‌ ଆୟୋଜନ କରିଥିଲା। କିନ୍ତୁ ୨୦୦୯ରେ ଶ୍ରୀଲଙ୍କା ଦଳର ବସ ଉପରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପ୍ରାୟତଃ ଅନ୍ତର୍ଜାତୀୟ ଦଳ ପାକିସ୍ତାନ ଯିବାକୁ ମନା କରି ଦେଉଛନ୍ତି।

”ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଫେରିବାକୁ ଯାଉଛି ଆଇସିସି କ୍ରିକେଟ୍‌ ଇଭେଣ୍ଟ। ଏଥିରେ ଅଂଶଗ୍ରହଣ କରିବା ଲାଗି କେହି ଅନିଚ୍ଛା ପ୍ରକାଶ କରିବେ ନାହିଁ। ପାକିସ୍ତାନ ପାଖରେ ସଫଳତାର ସହ ଇଭେଣ୍ଟ ଆୟୋଜନ କରିବାର ଦକ୍ଷତା ନ ଥିଲେ ଆଇସିସି ଏଭଳି ନିଷ୍ପତ୍ତି ନେଇ ନ ଥାନ୍ତା। ବିଶ୍ୱ ସ୍ତରୀୟ ଇଭେଣ୍ଟ ଆୟୋଜନ କରିବା ଲାଗି ପାକିସ୍ତାନ ପାଖରେ ଭଲ ସୁଯୋଗ ଅଛି। ମୁଁ ନିଶ୍ଚିତ ଯେ, ସେମାନେ ସଫଳତାର ସହ ଏହି ଇଭେଣ୍ଟ ଆୟୋଜନ କରିବେ“ ବୋଲି ଆଇସିସି ଚେୟାରମ୍ୟାନ ଗ୍ରେଗ ବାର୍ସଲ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସୁରକ୍ଷା ଜନିତ କାରଣ ଦର୍ଶାଇ ପାକିସ୍ତାନରେ ଦ୍ୱିପାକ୍ଷିକ ସିରିଜ୍‌ ଖେଳିବାକୁ ମନା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri