Posted inଖେଳ

ଆଇସିସି ବୋର୍ଡ ବୈଠକ ଆଜି: ଟି୨୦ ବିଶ୍ୱକପ୍‌ ନେଇ ନିଷ୍ପତ୍ତି ନିଆଯିବ

ଦୁବାଇ,୧୯।୭(ପି.ଟି.): ସୋମବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ଭର୍ଚୁଆଲ ବୋର୍ଡ ବୈଠକ ବସିବ। ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ନେଇ ଗତ ଦୁଇମାସ ହେବ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ଏହି ବୈଠକରେ ବିଶ୍ୱକପ୍‌ ନେଇ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଟି୨୦ ବିଶ୍ୱକପ୍‌ ବାତିଲ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଶା ରଖିଛି। ଏପରି ହେଲେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆୟୋଜନ ହେବା ପାଇଁ ବାଟ ଫିଟିବ।
ଟି୨୦ ବଶ୍ୱକପ୍‌ ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୧୫ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଦେଶରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଅକ୍ଷମତା ପ୍ରକାଶ କରିଛି। ପଳରେ ବିଶ୍ୱକପ୍‌ ଘୁଞ୍ଚାଯିବା ନିଶ୍ଚିତ ମନେ ହେଉଛି। ଏପଟେ ଭାରତରେ ମଧ୍ୟ ଏହି ମହାମାରୀ ଉଗ୍ର ରୂପ ଧାରଣ କରିଛି। ତେଣୁ ଯଦି ସରକାର ଅନୁମତି ଦିଅନ୍ତି ତା’ହେଲେ ୟୁନାଇଟେଡ ଆରବ ଏମିରାଟ୍ସ (ୟୁଏଇ)ରେ ଆଇପିଏଲ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବାନ ରହିଛି।
ପୂର୍ବରୁ ଏସିଆ କପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ମଧ୍ୟ ସମକାରଣ ଯୋଗୁ ଘୁଞ୍ଚାଇ ଦିଆଯାଇଛି। ଆଇସିସି ବିଶ୍ୱକପ୍‌ ଘୁଞ୍ଚିବା ନେଇ ଘୋଷଣା କରିବା ପରେ ବିସିସିଆଇ ତା’ର ପ୍ରସ୍ତୁତି ଆରମ୍ଭ କରିବ। ଏହି ଟି୨୦ ବିଶ୍ୱକପ୍‌ ୨୦୨୨ରେ ଆୟୋଜନ ହୋଇପାରେ। କାରଣ ଭାରତ ତା’ର ୨୦୨୧ ଆୟୋଜନ ଅଧିକାରକୁ ବଦଳ କରିବାକୁ ଚାହୁଁନାହିଁ। ଅନ୍ୟପେଟ ନିଷ୍ପତ୍ତି ନେବା ପୂର୍ବରୁ ଆଇସିସି ସବୁ ପ୍ରକାର ବିକଳ୍ପ ନେଇ ଆଲୋଚନ କରିବ।
ଇତିମଧ୍ୟରେ ଶଶାଙ୍କ ମନୋହର ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ବୈଠକରେ ପରବର୍ତ୍ତୀ ଆଇସିସି ଅଧ୍ୟକ୍ଷ ପଦ ନିର୍ବାଚନ ଓ ନାମାଙ୍କନ ପ୍ରକ୍ରିୟା ନେଇ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଅଧ୍ୟକ୍ଷ ପଦ ଦୌଡ଼ରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖ୍ୟ କଲିନ ଗ୍ରେଭ୍ସ ସବୁଠାରୁ ଆଗରେ ରହିଛନ୍ତି। ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ନ୍ୟୁଜିଲାଣ୍ଡର ଗ୍ରେଗର ବାରକ୍ଲେ ଓ ହଂକଂର ଇମ୍ରାନ ଖ୍ବାଜା ମଧ୍ୟ ଏହି ଦୌଡ଼ରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?