Posted inଜାତୀୟ

ହୋମଗାର୍ଡଙ୍କୁ ଲୁହାପାଇପ୍‌ରେ ପିଟିଲେ ଆଇଏଏସ୍‌ ଅଧିକାରୀ

ପାଟନା,୧।୬: ବିହାରର ଛପ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଆଇଏଏସ୍‌ ଅଧିକାରୀ ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କୁ ଲୁହାପାଇପରେ ପିଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଛପ୍ରାର ଡେପୁଟି ଡେଭ୍‌ଲପମେଣ୍ଟ କମିଶନର(ଡିଡିସି) ପ୍ରିୟଙ୍କା ରାଣୀ ହୋମଗାର୍ଡ ଅଶୋକ କୁମାର ଶାହାଙ୍କୁ ଲୁହାପାଇପରେ ପିଟିଥିଲେ। ଫଳରେ ଅଶୋକ ଆହତ ହୋଇ ଚାପରା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗ ମୁତାବକ, ଅଶୋକ ଡିଡିସି ପିୟଙ୍କାଙ୍କ ଘରେ ଡ୍ୟୁଟିରେ ଥିଲେ। ସେତେବେଳେ ପ୍ରିୟଙ୍କା ରାତି ପ୍ରାୟ ୧୨ଟାରେ ଘରକୁ ଫେରିଥିଲେ। ଏହି ସମୟରେ ଅଶୋକ ମୁଖ୍ୟ ଦ୍ୱାର ଖୋଲିଥିଲେ। ସେତିକିବେଳେ ଡିଡିସି ପ୍ରିୟଙ୍କା ଅଶୋକଙ୍କୁ ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିଥିଲେ। ଅଶୋକ ଡ୍ୟୁଟିରେ ଥିବା କହିଥିଲେ। ହେଲେ ପ୍ରିୟଙ୍କା ରାସ୍ତାକୁ ଯାଇ ଡ୍ୟୁଟି କରିବାକୁ କହିଥିଲେ। ହେଲେ ଅଶୋକ ତାଙ୍କୁ କହିଥିଲେ ଯେ, ଅସ୍ତ୍ରଶସ୍ତ୍ର ଲୁଟ ହେବାର ଭୟ ଅଛି, ତେଣୁ ସେଠାରେ ଡ୍ୟୁଟି କରିପାରିବି ନାହିଁ ବୋଲି କହିଥିଲେ। ଏଥିରେ ସେ କ୍ରୋଧାନ୍ବିତ ହୋଇ ଦୁର୍ବ୍ୟବହାର କରିବା ସହ ଏକ ଲୁହାପାଇପ୍‌ରେ ଅଶୋକଙ୍କୁ ମାଡ଼ ମାରିଥିଲେ। ପରେ ତାଙ୍କ ଡ୍ରାଇଭର ଏବଂ ଅନ୍ୟ ଯବାନମାନେ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ଅଶୋକ କହିଛନ୍ତି।

ଏହି ଘଟଣାକୁ ନେଇ ହୋମଗାର୍ଡ ଆସୋସିଏଶନ ପକ୍ଷରୁ ନିନ୍ଦା କରାଯାଇଛି। ହୋମଗାର୍ଡ ୟୁନିୟନ ନେତା ଶରନ ଡିଏମ୍‌ସି ଅମନ ସମୀରଙ୍କ ନିକଟରେ ଅଭିଯୋଗକରିି ନ୍ୟାୟ ଦାବି କରିଛନ୍ତି। ୟୁନିୟନ ସଦସ୍ୟମାନେ ଡିଡିସିଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକୃତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri