‘ଢେଲା ମାଡ଼ ପ୍ରମାଣିତ ହେଲେ ରାଜନୀତି ଛାଡିଦେବି, କମିଶନର ଚାକିରି ଛାଡିବେ କି’

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ ତଥା ନ୍ୟାୟ ପ୍ରଦାନ ଦାବିରେ ଶୁକ୍ରବାର ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମକୁ ପୋଲିସ ଦମନ କରିଥିଲା। ଏହି ଘଟଣାକୁ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଧାରଣସ୍ଥଳରେ ଢେଲା ମାଡ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହାର ପ୍ରତିକ୍ରିୟାରେ ରବିବାର ବିଧାୟକ ତାରାପ୍ରସାଦ ବାହିନୀପତି ପାଲଟା ଜବାବ ରଖିଛନ୍ତି।

ବାହିନୀପତି କହିଛନ୍ତି, ଛାତ୍ର କଂଗ୍ରେସର ଆନ୍ଦୋଳନ ବେଳେ ଯଦି ଧାରଣାସ୍ଥଳରେ ଢେଲା ମାଡ କରାଯାଇଥିବା ପ୍ରମାଣିତ ହୁଏ। ମୁଁ ରାଜନୀତି ଛାଡି ଦେବି। କମିଶନର ଚାକିରି ଛାଡିବା ପାଇଁ ପ୍ରସ୍ତୁତ କି ଅବା ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ସରକାର ମାଜିଷ୍ଟେଟ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରନ୍ତୁ। ପ୍ରମାଣ କରିଦେଲେ ବିଧାୟକ ପଦରୁ ଇସ୍ତଫା ଦେବି।

ମୁଖ୍ୟମନ୍ତ୍ରୀ ହକି ପୁରସ୍କାର ବାଣ୍ଟିବାକୁ ସେହି ବାଟ ଦେଇ ଗଲେ, ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଗଲେ। ଘଣ୍ଟ ବଜେଇ ବିଧାନସଭାକୁ ଡାକିଲୁ ହେଲେ ମୁଖ୍ୟମନ୍ତ୍ରୀ ଗୃହକୁ ଆସିଲେ ନାହିଁ। ଶେଷରେ ସେ ପୋଲିସ ଲଗାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବର୍ବରତାର ସହ ଦମନ କଲେ। ଆନ୍ଦୋଳନରେ ଆଣ୍ଡା ମାରିବା ସତ୍ୟ, ଟୋମାଟ ମାରିବା ସତ୍ୟ କିନ୍ତୁ ଢେଲା ମରାଯାଇନାହିଁ। ବରଂ ପୋଲିସ କଂଗ୍ରେସ ଭବନରେ ପଶିବାର ଭିଡିଓ ପ୍ରମାଣ ରହିଛି। ଏହାକୁ ନେଇ ଆଗକୁ ପୋଲିସ କମିଶନର ଅଫିସ ଘେରାଉ ହେବ। ପ୍ରିୟଦର୍ଶୀ କ୍ଷମା ମାଗନ୍ତୁ ସେ କ୍ଷମା ନ ମାଗିବା ଯାଏଁ ପଛକୁ ହଟିବି ନାହିଁ ବୋଲି ବାହିନୀପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri