Posted inଜାତୀୟ

ମତେ ଜହର ଦେଇ ହତ୍ୟା କରାଯିବାର ହୋଇଥିଲା ଉଦ୍ୟମ: ଇସ୍ରୋ ବୈଜ୍ଞାନିକ

ବେଙ୍ଗାଲୁରୁ,୬।୧: ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ରାଙ୍କୁ ଜହର ଦେଇ ହତ୍ୟା କରାଯିବା ଉଦ୍ୟମ ହୋଇଥିଲା। ଏନେଇ ନିଜେ ତପନ ସୂଚନା ଦେଇଛନ୍ତି। ୨୦୧୭ରେ ସେ ଅହମଦାବାଦ୍‌ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେହି ବର୍ଷ ମେ ୨୩ରେ ପଦୋନ୍ନତି ସାକ୍ଷାତ୍‌କାର ସମୟରେ ବେଙ୍ଗାଲୁରୁଠାରେ ତାଙ୍କୁ ଜଳଖିଆରେ ଜହର ଦିଆଯାଇଥିବା ସେ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି। ‘ଲଙ୍ଗ୍‌ କେପ୍ଟ ସିକ୍ରେଟ୍‌’ ନାମକ ଫେସ୍‌ବୁକ୍‌ ପୋଷ୍ଟରେ ତପନ ଏଭଳି ଉଲ୍ଲେଖ କରିଛନ୍ତି। ତାଙ୍କୁ ଆର୍ସେନିକ୍‌ ଟ୍ରାଇଅକ୍ସାଇଡ୍‌ ଦିଆଯାଇଥିବା ସେ କହିଛନ୍ତି। ଏହାକୁ ଚଟଣୀ ଅବା ଦୋସାରେ ମିଶାଯାଇଥିବା ସେ କହିଛନ୍ତି। ଏହାଯୋଗୁ ସେ ୨ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ ଜାଇଡ଼ସ୍‌ କାଡ଼ିଲା, ମୁମ୍ବାଇର ଟିଏମ୍‌ଏଚ୍‌ ହସ୍ପିଟାଲ ଏବଂ ଦିଲ୍ଲୀ ଏମ୍ସ୍‌ରେ ଚିକିତ୍ସିତ ହେଉଥିବା କହିଥିଲେ। ୧୯୭୧ରେ ବିକ୍ରମ ସରାଭାଇଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଥିଲା।

ସେହିପରି ୧୯୯୪ରେ ନମ୍ବିନାରାୟଣଙ୍କ ମାମଲା ଏବଂ ୧୯୯୯ରେ ବିଏସ୍‌ଏସ୍‌ସିର ନିର୍ଦ୍ଦେଶକ ଡ. ଏସ୍‌. ଶ୍ରୀନିବାସନ୍‌ଙ୍କର ଅଚାନକ ମୃତ୍ୟୁ ଘଟିଥିଲା ବୋଲି ସେ କହିଛନ୍ତି। ତାଙ୍କୁ ହତ୍ୟା କରାଯିବା ଲାଗି ଉଦ୍ୟମ ହେଉଥିବା ଜଣେ ସହକର୍ମୀ ୨୦୧୭ ଜୁନ୍‌ ସତର୍କ କରାଇଥିଲେ। ଏହାପରେ ଜୁନ୍‌ ୭ରେ ସୁରକ୍ଷା ଏଜେନ୍ସିର ଅଧିକାରୀ ଆର୍ସେନିକ୍‌ ପ୍ରୟୋଗ କରାଯିବା ନେଇ ସଚେତନ କରାଇଥିଲେ। ଏହାପରେ ଚିକିତ୍ସା ଲାଗି ସୁରକ୍ଷା ଏଜେନ୍ସି ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ଚିକିତ୍ସା ବିନା ୨-୩ ସପ୍ତାହ ମଧ୍ୟରେ ମଲ୍ଟି ଅର୍ଗାନ୍‌ ଫେଲ୍ୟୁର ଯୋଗୁ ତାଙ୍କର ମୃତ୍ୟୁ ଘଟିଥାନ୍ତା ବୋଲି ତପନ କହିଛନ୍ତି। ତାଙ୍କୁ ଆର୍ସେନିକ ଦିଆଯାଇଥିବାର ଲକ୍ଷଣ ପ୍ରକାଶ ପାଇବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏନେଇ ମୁୁହଁ ଖୋଲିବାକୁ ମତେ ବାରଣ କରାଯାଇଥିଲା। ୨୦୧୮ ମେ ୩ରେ ଏକ ବିସ୍ଫୋରଣ ମଧ୍ୟ କରାଯାଇଥିଲା। ଏଥିରେ ୧୦୦ କୋଟି ଟଙ୍କାର ଏକ ପ୍ରୟୋଗଶାଳା ନଷ୍ଟ ହୋଇଯାଇଥିଲା। ୨୦୧୯ ଜୁଲାଇ ୧୨ରେ ମଧ୍ୟ ତାଙ୍କୁ ହତ୍ୟା କରାଯିବାର ଉଦ୍ୟମ ହୋଇଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସମ୍ଭବତଃ ଏହାର ୨ ଦିନ ପରେ ହେବାକୁ ଥିବା ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖିବା ପାଇଁ ଏଭଳି କରାଯାଇଥିବା ସେ କହିଛନ୍ତି।

୨୦୨୦ ଜାନୁୟାରୀ ୨୩ ଏବଂ ୨୪ରେ ତାଙ୍କ ଘରର ସିସିଟିଭି କ୍ୟାମେରାର ରେକର୍ଡିଂକୁ ହ୍ୟାକ୍‌ କରାଯାଇଥିଲା। ତେବେ ସୁରକ୍ଷା ଏଜେନ୍ସିଙ୍କ ସତର୍କ ସୂଚନା ଯୋଗୁ ଏହି ଉଦ୍ୟମ ଅସଫଳ ରହିଥିଲା। ଗତ ୨ ବର୍ଷ ମଧ୍ୟରେ ତାଙ୍କ ବାସଭବନ ପରିସରରେ ନାଗ ଏବଂ ଚିତି ସାପ ଛଡ଼ାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ବାସଭବନ ପରିସରରେ ଏକ ଗୁପ୍ତ ସୁଡ଼ଙ୍ଗଠାବ କରାଯାଇଥିବା ସେ କହିଛନ୍ତି। ୨୦୨୦ ସେପ୍ଟେମ୍ବରରେ ତାଙ୍କ ଉପରେ ପୁଣିଥରେ ଆର୍ସେନିକ୍‌ ଦ୍ୱାରା ଆକ୍ରମଣ ହୋଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?