Posted inଖେଳ

୨୦୧୧ ବିଶ୍ୱକପ୍‌ରୁ ବିଦାୟ ପରେ କ୍ରିକେଟରଙ୍କୁ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ, ୧୮।୫ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଫାଫ ଡୁପ୍ଲେସି ମଙ୍ଗଳବାର ଏକ ବଡ଼ ଖୋଲାସା କରିଛନ୍ତି। କ୍ୱାର୍ଟର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ୨୦୧୧ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା ଦକ୍ଷିଣ ଆଫ୍ରିକା। ଏହାପରେ ଡୁପ୍ଲେସି ଓ ତାଙ୍କ ପତ୍ନୀଙ୍କୁ ମିଳିଥିଲା ହତ୍ୟା ଧମକ।

ବାଂଲାଦେଶର ମୀରପୁରଠାରେ ଖେଳାଯାଇଥିବା ନକଆଉଟ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪୯ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୨୨ ରନ୍‌ ବିଜୟ ଲକ୍ଷ୍ୟ ଆଗରେ ୧୭୨ ରନ୍‌ରେ ସୀମିତ ରହିଥିଲା ଦକ୍ଷିଣ ଆଫ୍ରିକା। ଏକଦା ୩ ଉଇକେଟ ହରାଇ ୧୨୧ ରନ୍‌ କରିଥିବା ଗ୍ରେମ ସ୍ମିଥଙ୍କ ନେତୃତ୍ୱାଧୀନ ଦଳ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ମାତ୍ର ୫୧ ରନ୍‌ରେ ୭ ଉଇକେଟ ହରାଇ ପରାଜୟ ବରଣ କରିଥିଲା ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଦ୍ୱାଦଶ ଖେଳାଳି କାଇଲ ମିଲ୍ସଙ୍କୁ ଧକା ମାରିବା କାରଣରୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ହରାଇଥିଲେ ଡୁପ୍ଲେସି।

” ସେହି ମ୍ୟାଚ୍‌ ପରେ ମୋତେ ଓ ମୋ ସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିଲା। ଆମେ ସୋସିଆଲ ମିଡିଆ ଛାଡ଼ି ଦେଇଥିଲୁ। ଏହା ଖୁବ୍‌ ବ୍ୟକ୍ତିଗତ ହୋଇଯାଇଥିଲା। ଏହି କାରଣରୁ ମୁଁ ଲୋକଙ୍କଠାରୁ ଦୂରେଇ ରୁହେ। ପ୍ରାୟ ଖେଳାଳି ଏଭଳି ପରିସ୍ଥିତି ଦେଇ ଗତି କରନ୍ତି ଓ ଏଥି ଯୋଗୁ କ୍ରିକେଟରଙ୍କ ସର୍କଲ ଖୁବ କମ୍‌ ଥାଏ “ ବୋଲି ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋ ସହ ଆଲୋଚନା ବେଳେ ଡୁପ୍ଲେସି କହିଛନ୍ତି।

ଆଇପିଏଲ ସ୍ଥଗିତ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ନିକଟରେ ସ୍ବଦେଶ ଫେରିଛନ୍ତି। ଚଳିତ ଆଇପିଏଲରେ ୭ ମ୍ୟାଚ୍‌ ଖେଳିଥିବା ଡୁପ୍ଲେସି ୧୩୬ ଷ୍ଟ୍ରାଇକରେଟ୍‌ରେ ୩୨୦ ରନ୍‌ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଭିନ୍‌- ଅଣ୍ଡ୍ରିଆସ୍‌ କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ

ପ୍ୟାରିସ୍‌,୧୨।୧୦(ଏପି): ଜର୍ମାନୀ ଯୋଡି କେଭିନ୍‌ କ୍ରଓ୍ବିଜ୍‌ ଓ ଆଣ୍ଡ୍ରିଆସ୍‌ ମାଇସ୍‌ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ...

ଅଲୋଡ଼ା ତାଲିକାରେ ଓ୍ବାର୍ନର

ମାଞ୍ଚେଷ୍ଟର,୫।୯: ଚଳିତ ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନରଙ୍କ ଖରାପ ଫର୍ମ ଜାରି ରହିଛି। ସେ ଏଠାରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ...

ଟପ୍‌ ୫ରେ ତିସିତ୍‌ସିପାସ୍‌

ଓ୍ବାଶିଂଟନ, ୩ା୮ (ଏଏଫ୍‌ପି)- ଏଠାରେ ଚାଲିଥିବା ଓ୍ବାଶିଂଟନ ଏଟିପି ଓପନ୍‌ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ ଯୋଗୁ ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଣ୍ଡି ମୁରେ ସିଙ୍ଗଲ୍ସକୁ ପ୍ରତ୍ୟାବର୍ତ୍ତନ...

ଆର୍‌ସିବିକୁ ଫେରିବେ ଡିଭିଲିୟର୍ସ

ବେଙ୍ଗାଲୁରୁ,୧୧।୫: ଆସନ୍ତାବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଫେରିବେ ଦକ୍ଷିଣ ଆଫ୍ରିକା କ୍ରିକେଟର ସୁପରଷ୍ଟାର ଏବି ଡିଭିଲିୟର୍ସ । ନୂତନ ଭୂମିକା ସହ ଆରସିବି କ୍ୟାମ୍ପକୁ ସେ...

କୋଭିଡ୍‌ ନିୟମ ଭାଙ୍ଗି ଚେପକ ଗ୍ରାଉଣ୍ଡରେ ପଶିଗଲେ ଛାତ୍ର, ଆଉ ତାପରେ

ଚେନ୍ନାଇ, ୧୫।୨ : ସ୍ଥାନୀୟ ଚେପକ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ବେଳେ ସ୍ଥାନୀୟ ସ୍କୁଲର ଜଣେ ଦଶମ ଶ୍ରେଣୀର ଛାତ୍ର କୋଭିଡ୍‌...

୧୧.୧୫ ଟାଇମିଂ ହେଉଛି ମୂଳ ଲକ୍ଷ୍ୟ: ଦୂତୀ

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି। ଉଭୟ...

ଏମ୍‌ଜିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ପାନ୍ଥର୍ସ ୪ ରନରେ ବିଜୟୀ

ଭୁବନେଶ୍ୱର,୧୦।୧(ସ୍ପୋର୍ଟ୍ସ ବ୍ୟୁରୋ): ଏମ୍‌ଜିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୪ ରନରେ ଓଡ଼ିଶା ଜାଗୁଆର୍ସକୁ ପରାସ୍ତ କରିଛି।...

ବିଶ୍ୱର ଏକମାତ୍ର ଅମ୍ପାୟାର: କ୍ରିକେଟ ସହ ଫୁଟବଲ ବିଶ୍ୱକପ୍‌ରେ ମ୍ୟାଚ୍‌ ରେଫରୀ ଭୂମିକା ତୁଲାଇଛନ୍ତି

ସାଧାରଣତଃ କ୍ରିକେଟ ଏବଂ ଫୁଟବଲ ସହ କୌଣସି ସମ୍ପର୍କ ନ ଥାଏ। ଉଭୟ ଖେଳର ନିୟମ ଭିନ୍ନ। ଏସବୁ ଭିତରେ ଯଦି ଜଣେ ଫୁଟବଲ୍‌ ରେଫରୀଙ୍କୁ...

Advertisement
Archives

Model This Week