Posted inଜାତୀୟ

ମୁଁ କାହା ବାପାଙ୍କୁ ବି ଭୟ କରେନା, ଯାହା କହିଛି ସତ କହିଛି: ସଞ୍ଜୟ ରାଉତ-ଅଜିତ ପାଓ୍ବାର ମୁହାଁମୁହିଁ…

ମୁମ୍ବାଇ,୧୯।୪ : ଅଜିତ ପାୱାରଙ୍କ ଉପରେ କଠୋର ଆଭିମୁଖ୍ୟ ଦର୍ଶାଇ ଶିବସେନା (ଉଦ୍ଧବ ବାଲ ଠାକରେ) ନେତା ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଠାକରେ ସେନା ତାଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବା ସ୍ଥିତିରେ ଅଛନ୍ତି। ମୁଁ ସାମାନାରେ ସତ୍ୟ ଲେଖିଥିଲି, ଯେଉଁଥିପାଇଁ ଏନସିପିରେ ଭାଜପାର ଅପରେଶନ ଲୋଟସ ବିଫଳ ହୋଇଛି। ମୋ ଲେଖାର ସତ୍ୟତା ଅଜିତ ପୱାରଙ୍କୁ କାହିଁକି ଖରାପ ଲାଗୁଛି?

ଗଣମାଧ୍ୟମ ସହ କଥାବାର୍ତ୍ତା କରି ସଞ୍ଜୟ ରାଉତ କହିଛନ୍ତି, ଆଜି ଏନସିପିର ଅନେକ ନେତା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିଙ୍କ ଚାପରେ ଅଛନ୍ତି। ଏହି ଚାପ ମାଧ୍ୟମରେ ଭାଜପା ଏନସିପିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଯେତେବେଳେ ଶିବସେନା ଭାଙ୍ଗିଗଲା, ସେତେବେଳେ ଅଜିତ ପାୱାର ଏବଂ ତାଙ୍କ ଦଳ ବହୁ ପ୍ରଚାର କରିଥିଲେ କାହିଁକି? ଯେତେବେଳେ ମୁଁ ଏହା କରୁଛି ସେତେବେଳେ ଅଜିତଙ୍କୁ ଖରାପ କାହିଁକି ଲାଗୁଛି? ମୁଁ ଏମଭିଏର ଚୌକିଦାର ଏବଂ ଏଥିରେ ସାମିଲ ହୋଇଥିବା ସମସ୍ତ ଦଳଙ୍କୁ ଏକଜୁଟ କରି ରଖିବା ମୋର ଦାୟିତ୍ୱ।
ମୁଁ ସାମନାରେ ଲେଖିବି, ମୁଁ କାହାର ବାପାଙ୍କୁ ବି ଭୟ କରେ ନାହିଁ। ଅଜିତ ପାୱାରଙ୍କ ଉପରେ ସଞ୍ଜୟ ରାଉତ ମନ୍ତବ୍ୟ ଦେଇଥିଲେ। ସାମନା ଖବରକାଗଜର ସ୍ତମ୍ଭ ସେ ଲେଖିଥିଲେ, ଭାଜପା ଅଜିତ ପାୱାରଙ୍କ ସମେତ କେତେକ ଏନସିପି ନେତାଙ୍କୁ ଇଡି ଯାଞ୍ଚ ଏବଂ ଜେଲ ଯିବା ଭୟ ଧମକ ଦେଉଛି। ଜାରଣ୍ଡେଶ୍ୱର ଚିନି ମିଲର ଇଡି ଅନୁସନ୍ଧାନରେ ଦାଖଲ ହୋଇଥିବା ଚାର୍ଜଶିଟରେ ଅଜିତ ପାୱାରଙ୍କ ନାମ ନାହିଁ। ଏହା ଚାପ ପକାଯାଉଥିବା ରାଜନୀତି।

ମଙ୍ଗଳବାର ଅଜିତ ପାୱାର ସଞ୍ଜୟ ରାଉତଙ୍କ ନାମ ନ ନେଇ ପ୍ରତିକ୍ରିୟା ଦେଇ କହିଥିଲେ, ଅନ୍ୟ ଦଳର ସଦସ୍ୟ ଥିବାବେଳେ କିଛି ଲୋକ ଏନସିପିର ମୁଖପାତ୍ର ହେବାର ପ୍ରୟାସ କରୁଛନ୍ତି, ସେମାନଙ୍କୁ ନିଜ ଦଳ ବିଷୟରେ କହିବା ଆବଶ୍ୟକ। ଏନେଇ ସଞ୍ଜୟ ରାଉତ କହିଛନ୍ତି, ଅଜିତ ପାୱାର ମୋର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ। କେବଳ ଶରଦ ପାୱାର ଏହା କରିପାରିବେ। ମୁଁ ସବୁବେଳେ ଲେଖିବି ଏବଂ ଯଦି ଏହା କାହାକୁ ଅପମାନିତ କରେ ସେଥିରେ ମୋର କିଛି ଯାଏ ଆସେ ନାହିଁ। ଅଜିତ ପାୱାର ଖରାପ ଅନୁଭବ କରୁଛନ୍ତି କାରଣ ମୁଁ ସାମନାରେ ସତ୍ୟ ଲେଖିଛି। ମୋର କିଛି ଆପତ୍ତି ନାହିଁ। ସାମନାରେ ଲେଖାଯାଇଥିବା ସବୁକିଛି ଠିକ। ମୁଁ ଲେଖି ନ ଥିଲେ , ଭାଜପାର ଅପରେଶନ ଲୋଟସ ସଫଳ ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri