ପ୍ରତିଶ୍ରୁତି ଦେଇ କିଣିଲେନି ଧାନ

ଭଦ୍ରକ ଅଫିସ, ୧୩।୩-ଧାନ ବିକି ନ ପାରି ସରକାରୀ ଧାନ ସଂଗ୍ରହ କେନ୍ଦ୍ର ଆଗରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଭଦ୍ରକ ବ୍ଲକ ବନ୍ଧଗଁାର ଚାଷୀ ରାମକୃଷ୍ଣ ପଣ୍ଡା। ଜିଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇ ସେ ଘରକୁ ମଧ୍ୟ ଫେରିଲେଣି। ସେତେବେଳେ ଘଟଣାର ବିଭାଗୀୟ ତଦନ୍ତ କରାଗଲା। ବିକ୍ରି ହୋଇ ନ ଥିବା ଧାନ ସଂଗ୍ରହ କରାଯିବ ବୋଲି ବିଭାଗୀୟ ଅଧିକାରୀ ସେତେବେଳେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାମଧ୍ୟରେ ୧୫ ଦିନ ବିତିଗଲାଣି। ହେଲେ ତାଙ୍କର ବଳକା ଧାନ ଏଯାଏ କିଣାଯାଇ ନ ଥିବା ସେ ଅଭିଯୋଗ କରି ଶୁକ୍ରବାର ସକାଳୁ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ସୂଚନାଯୋଗ୍ୟ, ବନ୍ଧଗଁା ପଞ୍ଚାୟତରେ ଏକ ମହିଳା ଗୋଷ୍ଠୀ ଧାନକିଣା ଦାୟିତ୍ୱ ତୁଲାଉଛି। ଟୋକନ ତାରିଖ ବିତିଯାଇଥିଲେ ମଧ୍ୟ ଧାନ ନେଉ ନ ଥିବାରୁ ରାମକୃଷ୍ଣ କେନ୍ଦ୍ରକୁ ଯାଇ ଫେରୁଥିଲେ। ଟୋକନ ତାରିଖ ଯିବା ପରେ ମଧ୍ୟ ତାଙ୍କ ଧାନ କିଣାଯାଇ ନ ଥିଲା। ଗତ ଫେବୃୟାରୀ ୨୭ରେ ସେ ଧାନ ସଂଗ୍ରହ କେନ୍ଦ୍ରକୁ ଯାଇ କୀଟନାଶକ ପିଇ ଦେଇଥିଲେ। ଏହି ଘଟଣା ପରେ ଉପଜିଲାପାଳ ପିତାମ୍ବର ସାମଲ ଓ ଜିଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ୍‌ ଉକ୍ତ ଧାନ କ୍ରୟ କେନ୍ଦ୍ରକୁ ଯାଇ ତଦନ୍ତ କରି ଫେରିଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଧାରଣାରେ ବସିଥିବା ରାମକୃଷ୍ଣଙ୍କ ପାଖକୁ କେହି ଅଧିକାରୀ ଯାଇ ନ ଥିବା କୁହାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଚାଷୀମାରଣ ନୀତି ବିରୋଧରେ ଭାଜପା ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଭାଜପା ୨୫ ନଂ. ଜୋନ୍‌ ମଣ୍ଡଳ ସଭାପତି ପ୍ରଭାକର ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ

ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍‌.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ...

ବନ୍ଦ ହେଲା ଟିଏମ୍‌ସି, ସିସିଏଚ୍‌:କୋଭିଡ୍‌ ରୋଗୀଙ୍କ ପାଇଁ ୫୦% ଶଯ୍ୟା, ୮୦% ଆଇସିୟୁ ସଂରକ୍ଷିତ ରଖିବେ ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୧୫।୯(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ କୋଭିଡ୍‌ କେୟାର ସେଣ୍ଟର(ସିସିସି), ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍‌ସି) ଓ କୋଭିଡ୍‌...

ପରୀକ୍ଷା ବାତିଲ୍‌ ଦାବିରେ ତାତିଲେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୨: ବାଲେଶ୍ୱର ଜିଲାର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମହାମାରୀ କରୋନା ଯୋଗୁ ଯୁକ୍ତ ୨ ଫାଇନାଲ୍‌ ପରୀକ୍ଷା ବାତିଲ୍‌ କରିବା ପାଇଁ ଦାବି...

ଆଜିଠାରୁ ଅଫ୍‌ଲାଇନ ମାଟ୍ରିକ ପରୀକ୍ଷା: ୫୦୪ ପରୀକ୍ଷା କେନ୍ଦ୍ରରେ ଦେବେ ୧୫ ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଶୁକ୍ରବାରଠାରୁ ସ୍ବତନ୍ତ୍ର ମାଟ୍ରିକ ପରୀକ୍ଷା-୨୦୨୧ ଆରମ୍ଭ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜୁନ୍‌ ୨୫ରେ ଘୋଷଣା କରାଯାଇଥିବା ପରୀକ୍ଷା ଫଳାଫଳକୁ...

ଗଣେଶ ପୂଜା ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨ା୯(ବ୍ୟୁରୋ): ଗଣେଶ ପୂଜା ପାଇଁ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ହୋଇଛି। ପୂଜା ଅବସରରେ ମଣ୍ଡପରେ ସର୍ବସାଧାରଣଙ୍କୁ...

ଜବରଦଖଲକାରୀ ମାଡ଼ି ବସିଛନ୍ତି ଜମି: ୬୦ ବର୍ଷର ହାଟର ମିଳୁନି ଚିହ୍ନବର୍ଣ୍ଣ

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ପ୍ରାୟ ୬୦ ବର୍ଷର ଏକ ପୁରାତନ ହାଟର ଆଉ ଚିହ୍ନବର୍ଣ୍ଣ ନାହିଁ। ଏହାର ଜମି...

ଝାଟିମାଟି କୁଡ଼ିଆରେ ନିଷ୍ପେଷିତ ଜୀବନ

ଯାଜପୁର ଅଫିସ,୨୬ା୧୧:  ସମାଜରୁ ବାସନ୍ଦ ହୋଇ ଅକର୍ମଣ୍ୟ ଅବସ୍ଥାରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠରୋଗୀ। ସରକାରୀ ଉଦାସୀନତା ଯୋଗୁ ନିଷ୍ପେଷିତ ଜୀବନ ବିତାଉଥିବା ଏହି ମଣିଷମାନଙ୍କ...

ରାଜଧାନୀ ଓଭରବ୍ରିଜ୍‌ରେ ମାତିଲେ ଲୁଟେରା: ଅଧଘଣ୍ଟାରେ ସିରିଜ୍‌ ଲୁଟ୍‌; ଚେନ୍‌, ଭ୍ୟାନିଟି ଝାମ୍ପିନେଲେ;ଦୁଇ ମହିଳାଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଛି ଲୁଟେରା ଗ୍ୟାଙ୍ଗ୍‌। ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ୍‌ ମାମଲାରେ ପୋଲିସ ଏଯାଏ ଲୁଟେରାଙ୍କୁ ଠାବ କରିପାରି ନ...

Advertisement
Archives

Model This Week