ସବୁରି ମୂଳରେ ‘ମୁଁ’

ଡ. ସୀତାକାନ୍ତ ତ୍ରିପାଠୀ

ଥରେ ଶ୍ରେଣୀ ଶିକ୍ଷକ ଜଣେ ଛାତ୍ରକୁ ଡାକି ଉପସ୍ଥିତ ଛାତ୍ର ସଂଖ୍ୟା ଗଣି ତାଙ୍କୁ ଜଣାଇବାକୁ କହିଲେ। ଛାତ୍ର ଜଣକ ମଧ୍ୟ ଆଗ୍ରହ ସହକାରେ ଗଣି ସାରିବା ପରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଶିକ୍ଷକଙ୍କୁ କହିଲା। କିନ୍ତୁ ଶିକ୍ଷକଙ୍କର ସନ୍ଦେହ ହେଲା କାରଣ ପ୍ରାର୍ଥନା ସଭା ସମୟରେ ଉପସ୍ଥିତ ପିଲା ସଂଖ୍ୟାଠାରୁ ତାହା ୧ କମ୍‌ ଥିଲା। ତେବେ ଶ୍ରେଣୀର ଉପସ୍ଥିତ ପିଲା ସଂଖ୍ୟା ଅଧିକ ହେବ ସିନା କମ୍‌ ହେବାର ତ କୌଣସି କାରଣ ନାହିଁ। ତା’ଛଡ଼ା ଯଦି କୌଣସି କାରଣରୁ ପିଲାଟିଏ ବିଦ୍ୟାଳୟ ବାହାରକୁ ଯିବ ତାଙ୍କୁ ତ ନିଶ୍ଚୟ ଜଣାଇବ। ସନ୍ଦେହ ମୋଚନ ପାଇଁ ନିଜେ ଆସି ଗଣିଲେ ଏବଂ ତାଙ୍କର ସନ୍ଦେହ ମଧ୍ୟ ଠିକ୍‌ ଥିଲା। ଶେଷରେ ଜଣାପଡ଼ିଲା ଉକ୍ତ ଛାତ୍ରଜଣକ ଗଣିବା ଅବସରରେ ନିଜକୁ ସେଥିରେ ସାମିଲ କରିବା ପାଇଁ ଭୁଲି ଯାଇଛି। ସତେ ଯେପରି ସିଏ ଉକ୍ତ ଶ୍ରେଣୀର ଛାତ୍ର ନୁହେଁ।
ଏହା ଏକ ଗଳ୍ପ / ଉଦାହରଣ ହୋଇପାରେ କିନ୍ତୁ ଆମେ ସମସ୍ତେ ଏପରି ଅବସ୍ଥା ଦେଇ ଗତି କରୁଛନ୍ତି। ଆମେ କେତେବେଳେ ନିଜର ଉପସ୍ଥିତିକୁ ଭୁଲିଯାଉଛନ୍ତି ତ ଆଉ କେତେବେଳେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଅନେକ ତୁମ୍ବିତୋଫାନ ପରିସ୍ଥିତି ସୃଷ୍ଟି କରୁଛନ୍ତି। ‘ମୁଁ’ କୁ ନେଇ ମଣିଷର ଉଭୟ ସ୍ବାଭିମାନ ଓ ଅହଂକାର ଆସେ ଏବଂ ଏହି ଅହଂକାରକୁ ନେଇ ଯାବତୀୟ ପାରିବାରିକ, ସାମାଜିକ ଓ ରାଜନୈତିକ ବିଶୃଙ୍ଖଳା। ସମାଜର ରୀତି, ନୀତି, ନିୟମ ସବୁ ‘ମୁଁ’ ର ଶୃଙ୍ଖଳରେ ବନ୍ଧା। ଅନେକ ସମୟରେ ଦେଖାଯାଏ ଅଧିକାର ଜାହିର କରିବା ସମୟରେ ‘ମୁଁ’ ର ସ୍ବର ଯେମିତି ତେଜୀୟାନ ଓ ତୀକ୍ଷ୍ଣ ଥାଏ କର୍ତ୍ତବ୍ୟ ପାଳନ ବେଳକୁ ତାହା ସତେ ଯେପରି ନିଷ୍ପ୍ରଭ ହୋଇଆସେ।
ଯେଉଁମାନେ ‘ମୁଁ’ର ଚେତନାରୁ ଊର୍ଦ୍ଧ୍ୱକୁ ଯାଇଛନ୍ତି ସେମାନେ ଅମରତ୍ୱ ଲାଭ କରିଛନ୍ତି। ନିଜକୁ ତ୍ୟାଗ ଓ ତିତୀକ୍ଷାରେ ଅଭିମନ୍ତ୍ରିତ କରି ସମାଜରେ ପରମ ପୂଜ୍ୟ ହୋଇଛନ୍ତି। ରାଜା ପରିକ୍ଷିତ କ୍ଷଣିକ ଅହଂକାର ଓ କ୍ରୋଧର ବଶବର୍ତ୍ତୀ ହୋଇ ଋଷିଙ୍କ ଦେହରେ ମୃତ ସର୍ପ ପକାଇ ଦେବା ପରେ ଶାପଗ୍ରସ୍ତ ହୋଇଥିଲେ ଏବଂ ଉକ୍ତ ଶାପରୁ ମୁକ୍ତ ହେବା ପାଇଁ ତାକୁ ଅନେକ ବାଟ ବତାଇଥିବା ବେଳେ ତାଙ୍କର ଉତ୍ତର ଥିଲା ସମ୍ପୂର୍ଣ୍ଣ ଭିନ୍ନ; ‘ମୋତେ ପଛକେ ତକ୍ଷ ଖାଉ, ମୋ ବଂଶ ବ୍ରହ୍ମ ଶାପ ନୋହୁ’ ଅର୍ଥାତ୍‌ ମୁଁ ପଛେ ତକ୍ଷକ ଦଂଶନରେ ମରିଯାଏ କିନ୍ତୁ ମୋ ପାଇଁ ମୋର ବଂଶ ଅଭିଶପ୍ତ ନ ହେଉ। ଠିକ୍‌ ସେହିପରି ଆମ ସୀମାରେ ମୁତୟନ ଥିବା ବୀର ଯବାନମାନଙ୍କ ପାଖରେ ‘ମୁଁ’ ଓ ମୋର ପରିବାର ଭାବନା ଦେଶର ସୁରକ୍ଷା ଆଗରେ ତୁଚ୍ଛ। ନ ହେଲେ କ୍ଷଣିକ ମଧ୍ୟରେ ସମଗ୍ର ଦେଶର ପରିସ୍ଥିତି କ’ଣ ହେବ ତାହା ଆମ ସମସ୍ତଙ୍କୁ ଅନୁମେୟ।
‘ମଣିଷ ସ୍ବାଭିମାନକୁ ନେଇ ବଞ୍ଚେ ଆଉ ସ୍ବାଭିମାନକୁ ନେଇ ମରେ’ ନ୍ୟାୟରେ ବିଶ୍ୱ ବିଜୟୀ ଆଲେକ୍‌ଜାଣ୍ଡାରଙ୍କ ଠାରୁ ଯୁଦ୍ଧରେ ପରାଜିତ ହେବା ପରେ ମଧ୍ୟ ରାଜା ପୁରୁ ତାଙ୍କଠାରୁ ଜଣେ ରାଜାର ମର୍ଯ୍ୟାଦା ଓ ସମ୍ମାନ ଆଶା କରିଥିଲେ, ଯାହା ଇତିହାସରେ ଏକ ବିରଳ ଉଦାହରଣ। ‘ମୁଁ’ ଓ ‘ମୋର’ ଅହଂକାରକୁ ନେଇ ଅନେକ ବଂଶ, ରାଜ ପରିବାର ଧ୍ୱଂସପ୍ରାପ୍ତ ହୋଇଥିବାର ଅନେକ ଗଳ୍ପ ଓ କିମ୍ବଦନ୍ତୀ ରହିଛି। ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ସ୍ଥାପନା ପରେ ଚତୁର୍ଦ୍ଧା ମୂର୍ତ୍ତିକୁ ନୀଳକନ୍ଦରରେ ପ୍ରତିଷ୍ଠା କରି ସାରିବା ପରେ ତାଙ୍କୁ ଯେତେବେଳେ ବର ମାଗିବା ପାଇଁ କୁହାଯାଇଥିଲା ତାଙ୍କର ପ୍ରାର୍ଥନା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ନିଜକୁ ନିର୍ବଂଶ କରିବା ପାଇଁ ସିଏ ଭଗବାନଙ୍କୁ ମାଗୁଣି କରିଥିଲେ। ତାଙ୍କର ଆଶଙ୍କା ଥିଲା ଯେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଉକ୍ତ ମନ୍ଦିରକୁ ତାଙ୍କ ବଂଶଜଙ୍କ କରାମତି କହି ଗର୍ବ କରିବାକୁ ହୁଏତ ଅବସର ମିଳିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ସମସ୍ତେ ଚାହୁଁ ଆମର ପିଲା ଶ୍ରେଷ୍ଠ ହେଉ। ବଂଶ, ଖାନଦାନି ଓ ବୁନିୟାଦି ନାଁରେ ବିଭିନ୍ନ କ୍ଷେତ୍ରରେ ସମସ୍ତେ ନିଜ ନିଜର ଗାଦି ମାଡ଼ି ବସି ଉତ୍ତର ପିଢ଼ିକୁ ସେଥିରେ ବସାଇବାରେ ବ୍ୟସ୍ତ ଓ ସେଥିପାଇଁ ସମସ୍ତ ନୀତି, ନିୟମ, ଆଇନ କାନୁନକୁ ଜଳାଞ୍ଜଳି ଦେବାପାଇଁ ମଧ୍ୟ ସେମାନେ ପ୍ରସ୍ତୁତ। ଆଉ କଥାରେ କଥାରେ କୁହନ୍ତି ‘ଚାଟ ଘର ପିଲା ଚାଟ, ଭାଟ ଘର ପିଲା ଭାଟ’। କାହିଁକି, ଜଣେ ସାଧାରଣ ପିଲା ପାଖରେ କ’ଣ ପ୍ରତିଭା ନ ଥାଏ? ବରଂ ପୃଷ୍ଠପୋଷକତା ଅଭାବରୁ ବଣମଲ୍ଲୀଟି ବଣରେ ଫୁଟି ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ବଣରେ ଝଡ଼ିଯାଏ ସିନା ତା’ ବିଷୟରେ ଜନ ସମାଜ ପାଖରେ କୌଣସି ଖୋଜ ଖବର ନ ଥାଏ। ‘ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ’ ନ୍ୟାୟରେ ଯଦି ପ୍ରତି ମଣିଷ ମଧ୍ୟରେ ଥିବା ପ୍ରତିଭା ଖୋଜିବାର ପ୍ରୟାସ କରାଯାଇ ପାରନ୍ତା ତା’ହେଲେ ହୁଏତ ‘ମୁଁ’ର ପରିଭାଷା ବଦଳି ପାରନ୍ତା।
ଭଦ୍ରକ, ମୋ-୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri