Posted inଖେଳ

ବେଲ୍‌ଜିୟମକୁ ଭେଟିବ ଭାରତ

ଲଣ୍ଡନ,୨୬ା୫: ପ୍ରୋ ହକି ଲିଗ୍‌ର ୟୁରୋପ ଚରଣ ଶୁକ୍ରବାର ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ। ୧୯ ପଏଣ୍ଟ ସହିତ ଭାରତ ପ୍ରୋ ହକି ଲିଗ୍‌ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି। ଭାରତ ସମୁଦାୟ ୮ ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ବିଜୟୀ ହୋଇଛି। ନିକଟରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଇଥିବା ଚରଣରେ ଭାରତ ନିଜର ୩ଟି ଯାକ ମ୍ୟାଚ୍‌ ବିଜୟୀ ହୋଇଥିଲା। ନୂତନ କୋଚ୍‌ କ୍ରେଗ୍‌ ଫୁଲଟନ୍‌ଙ୍କ ଅଧୀନରେ ଭାରତ ଖେଳିବାକୁ ଯାଉଥିବା ବେଳେ ଦଳ ସଫଳ ହେବାକୁ ପ୍ରୟାସ କରିବ। ବେଲ୍‌ଜିୟମ ଓ ଗ୍ରେଟ୍‌ ବ୍ରିଟେନ୍‌ ଏହି ସିରିଜରେ ଅଂଶଗ୍ରହଣ କରିବେ। ଆୟୋଜକ ଗ୍ରେଟ୍‌ ବ୍ରିଟେନ ମଧ୍ୟ ଚମତ୍କାର ଫର୍ମରେ ରହିଛି। କ୍ରିଷ୍ଟଚର୍ଚ୍ଚରେ ଖେଳା ଯାଇଥିବା ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଦୁଇଟି ଲେଖାଏରେ ପରାସ୍ତ କରିଥିଲା। ୧୯ ପଏଣ୍ଟ ସହିତ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ଦଳର କୋଚ୍‌ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା କ୍ରେଗ୍‌ ଫୁଲଟନଙ୍କ ପାଇଁ ଏହା ଏକ ବୃହତ୍‌ ଚ୍ୟାଲେଞ୍ଜ ରହିବ। ହରମନ୍‌ପ୍ରୀତ୍‌ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବେଲ୍‌ଜିୟମ ବିରୋଧରେ ନିଜର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ଭାରତ ଶେଷ ଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲା। ଏହି ମ୍ୟାଚ୍‌କୁ ଦଳ ୩-୧ରେ ଜିତି ନେଇଥିଲା। ୨୦୧୬ ପରଠାରୁ ଭାରତ ଓ ବେଲ୍‌ଜିୟମ ମଧ୍ୟରେ ୧୯ଟି ମ୍ୟାଚ୍‌ ଖେଳା ଯାଇଛି। ଏଥିରୁ ୯ ଥର ବେଲ୍‌ଜିୟମ ବିଜୟୀ ହୋଇଥିବା ବେଳେ ୮ ଥର ଭାରତ ଜିତିଛି ଓ ୨ଟି ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି। ବିଗତ ୫-୬ ବର୍ଷ ମଧ୍ୟରେ ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ସ୍ତର ବେଶ୍‌ ଉପରକୁ ଉଠିଥିବା ବେଳେ ଏହାକୁ ନେଇ ଆମେ ଉତ୍ସାହିତ ଅଛୁ ବୋଲି କହିଛନ୍ତି ଅଧିନାୟକ ହରମନ୍‌ପ୍ରୀତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri