Posted inଖେଳ

ବେଲ୍‌ଜିୟମକୁ ଭେଟିବ ଭାରତ

ଲଣ୍ଡନ,୨୬ା୫: ପ୍ରୋ ହକି ଲିଗ୍‌ର ୟୁରୋପ ଚରଣ ଶୁକ୍ରବାର ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ। ୧୯ ପଏଣ୍ଟ ସହିତ ଭାରତ ପ୍ରୋ ହକି ଲିଗ୍‌ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି। ଭାରତ ସମୁଦାୟ ୮ ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ବିଜୟୀ ହୋଇଛି। ନିକଟରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଇଥିବା ଚରଣରେ ଭାରତ ନିଜର ୩ଟି ଯାକ ମ୍ୟାଚ୍‌ ବିଜୟୀ ହୋଇଥିଲା। ନୂତନ କୋଚ୍‌ କ୍ରେଗ୍‌ ଫୁଲଟନ୍‌ଙ୍କ ଅଧୀନରେ ଭାରତ ଖେଳିବାକୁ ଯାଉଥିବା ବେଳେ ଦଳ ସଫଳ ହେବାକୁ ପ୍ରୟାସ କରିବ। ବେଲ୍‌ଜିୟମ ଓ ଗ୍ରେଟ୍‌ ବ୍ରିଟେନ୍‌ ଏହି ସିରିଜରେ ଅଂଶଗ୍ରହଣ କରିବେ। ଆୟୋଜକ ଗ୍ରେଟ୍‌ ବ୍ରିଟେନ ମଧ୍ୟ ଚମତ୍କାର ଫର୍ମରେ ରହିଛି। କ୍ରିଷ୍ଟଚର୍ଚ୍ଚରେ ଖେଳା ଯାଇଥିବା ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଦୁଇଟି ଲେଖାଏରେ ପରାସ୍ତ କରିଥିଲା। ୧୯ ପଏଣ୍ଟ ସହିତ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ଦଳର କୋଚ୍‌ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା କ୍ରେଗ୍‌ ଫୁଲଟନଙ୍କ ପାଇଁ ଏହା ଏକ ବୃହତ୍‌ ଚ୍ୟାଲେଞ୍ଜ ରହିବ। ହରମନ୍‌ପ୍ରୀତ୍‌ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବେଲ୍‌ଜିୟମ ବିରୋଧରେ ନିଜର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ଭାରତ ଶେଷ ଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲା। ଏହି ମ୍ୟାଚ୍‌କୁ ଦଳ ୩-୧ରେ ଜିତି ନେଇଥିଲା। ୨୦୧୬ ପରଠାରୁ ଭାରତ ଓ ବେଲ୍‌ଜିୟମ ମଧ୍ୟରେ ୧୯ଟି ମ୍ୟାଚ୍‌ ଖେଳା ଯାଇଛି। ଏଥିରୁ ୯ ଥର ବେଲ୍‌ଜିୟମ ବିଜୟୀ ହୋଇଥିବା ବେଳେ ୮ ଥର ଭାରତ ଜିତିଛି ଓ ୨ଟି ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି। ବିଗତ ୫-୬ ବର୍ଷ ମଧ୍ୟରେ ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ସ୍ତର ବେଶ୍‌ ଉପରକୁ ଉଠିଥିବା ବେଳେ ଏହାକୁ ନେଇ ଆମେ ଉତ୍ସାହିତ ଅଛୁ ବୋଲି କହିଛନ୍ତି ଅଧିନାୟକ ହରମନ୍‌ପ୍ରୀତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୨ ବର୍ଷ ପରେ କୋହଲିଙ୍କ ନାଁରେ ଏହି ଲଜ୍ଜାଜନକ ରେକର୍ଡ

କାନବେରା,୨।୧୨: ଭାରତୀୟ କ୍ରିକେଟ ଦଳର ଅଧବନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍‌ରେ ୬୩ରନ୍‌ କରି ଜୋଶ ହେଜେଲଉଡଙ୍କ ଶିକାର ହୋଇଥିଲେ। ଲଗାତାର...

ଟସ ଜିତିଲା ଅଷ୍ଟ୍ରେଲିଆ: ବ୍ୟାଟିଂ ନିଷ୍ପତ୍ତି…

ଚେନ୍ନାଇ,୨୨।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚେନ୍ନାଇରେ ୩ ଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳା ଯାଉଛି। ଚେନ୍ନାଇର ଏମଏ ଚିଦାମ୍ବରମ...

ବାପାଙ୍କ ପାଇଁ ହାତ ଯୋଡି ପ୍ରାର୍ଥନା କଲେ ଜିଭା

ଦୁବାଇ,୫।୧୦: ଆଇପିଏଲ ୨୦୨୧ର ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଏକ ମଜାଦାର ଦୃଶ୍ୟ ସୋସିଆଲ ମିଡିଆରେ...

ଦୀପ୍ତି ଶର୍ମା ୟୁପି ଓ୍ବାରିୟର୍ଜ ଉପଅଧିନାୟିକା

ଲକ୍ଷ୍ନୌ, ୨୬ା୨: ଆଗାମୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଲାଗି ଭାରତୀୟ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ଓ୍ବାରିୟର୍ଜର ଉପଅଧିନାୟିକା ଘୋଷଣା କରାଯାଇଛି। ଭାରତୀୟ ମହିଳା...

ଆର୍‌ସିବି ଆଗରେ ୧୬୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୭ତମ ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି...

ଗିରୋ ଡି’ ଇଟାଲିଆ: ମାର୍ଟିନ୍‌ ଜିତିଲେ ୧୭ତମ ଷ୍ଟେଜ୍‌

ସେଗା ଡି ଆଲା(ଇଟାଲି), ୨୭।୫- ଆୟର୍ଲାଣ୍ଡର ଡାନିଏଲ ମାର୍ଟିନ ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍‌ର ବୁଧବାର ଅନୁଷ୍ଠିତ ୧୭ତମ ଷ୍ଟେଜ୍‌ରେ ବିଜୟ ହାସଲ କରିଛନ୍ତି। ଓଭରଅଲ୍‌...

ଆଇସିସି ବିଶ୍ୱକପ୍‌: ଭାରତ ଆଶା ଧୂଳିସାତ୍‌, ଫାଇନାଲରେ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଶେଷରେ ଭାରତ ଆଶା ଧୂଳିସାତ୍‌ ହୋଇଛି। କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଛନ୍ତି। ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଚଳିତ ଆଇସିସି...

ଭାରତକୁ ୧୭୭ ରନ୍‌ର ଟାର୍ଗେଟ

ରାଞ୍ଚି,୨୭।୧: ଦିନିକିଆ ସିରିଜ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳୁଛି ଭାରତ। ଶୁକ୍ରବାର ସିରିଜର ପ୍ରଥମ ମ୍ୟାଚ୍‌ ରାଞ୍ଚିରେ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍‌...

Advertisement
Archives

Model This Week