Posted inଖେଳ

ନିଜ ପକ୍ଷ ରଖିଲେ ଡି’କକ୍‌

ଶାରଜା, ୨୮।୧୦ : ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚ୍‌ ଲାଗି ନିଜକୁ ଉପଲବ୍ଧ କରିଛନ୍ତି କୁଇଣ୍ଟନ ଡି’କକ୍‌। ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଖେଳି ନ ଥିଲେ। ‘ବ୍ଲାକ ଲାଇଫ୍‌ ମ୍ୟାଟର୍ସ’ ଅଭିଯାନ ପ୍ରତି ସମର୍ଥନ ଜାହିର କରିବା ପାଇଁ ମ୍ୟାଚ୍‌ ପୂର୍ବରୁ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ତା’ର ଖେଳାଳିଙ୍କୁ ଗୋଟିଏ ଆଣ୍ଠୁରେ ଆଣ୍ଠେଇବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଏହାକୁ ବିରୋଧ କରି ମ୍ୟାଚ୍‌ରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ ଡି’କକ୍‌। ଏଥି ଯୋଗୁ ସୋସିଆଲ ମିଡିଆରେ ଡି’କକ୍‌ଙ୍କୁ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଥିଲା।

“ମୋ କାରଣରୁ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଓ ତିକ୍ତତା ପାଇଁ ମୁଁ ଦୁଃଖିତ। ମୁଁ ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଏପର୍ଯ୍ୟନ୍ତ ଚୁପ ଥିଲି। କିନ୍ତୁ ଏବେ ମୋତେ ନିଜ ପକ୍ଷ ରଖିବାକୁ ପଡ଼ିବ। ପ୍ରାୟତଃ ପ୍ରତ୍ୟେକ ଥର ଆମେ ବିଶ୍ୱକପ୍‌ରେ ଖେଳିବା ପୂର୍ବରୁ କିଛି ନା କିଛି ଡ୍ରାମା ହେଉଛି। ତାହା ଉଚିତ ନୁହେଁ। ଯେଉଁମାନେ ଜାଣି ନାହାନ୍ତି, ସେମାନଙ୍କୁ କହି ଦେବାକୁ ଚାହେଁ ମୁଁ ମିଶ୍ରିତ ପରିବାରରୁ ଆସିଛି। ମୋ ସାବତ ଭଉଣୀ ଓ ମା’ ଶ୍ୟାମଳବର୍ଣ୍ଣର। ଜନ୍ମ ହେବା ପରଠାରୁ ମୋ ପାଇଁ ଶ୍ୟାମଳବର୍ଣ୍ଣର ଲୋକଙ୍କ ଜୀବନ ମାନେ ରଖେ। କେବଳ ଅନ୍ତର୍ଜାତୀୟ ସ୍ତରରେ ଏକ ଅଭିଯାନ ଚାଲିଛି ବୋଲି ମୁଁ ଏହା କହୁନାହିଁ। ଆଉ ମୁଁ ବର୍ଣ୍ଣ ବଷୈମତାକୁ ବିରୋଧ କରେ। ମୋ ମତରେ ସଭିଙ୍କ ଅଧିକାର ସମାନ। ସିଏସ୍‌ଏ ପକ୍ଷରୁ ନିର୍ଦ୍ଦେଶ ଜାରି ହେବା ପରେ ମୋ ଅଧିକାର ଛଡ଼ାଇ ନିଆଯାଉଥିବା ଭଳି ମନେ ହୋଇଥିଲା। ମୋତେ ସମର୍ଥନ କରିଥିବାରୁ ଅଧିନାୟକ ତେମ୍ବା ବଭୁମାଙ୍କୁ ଧନ୍ୟବାଦ୍‌” ବୋଲି ଡି’କକ୍‌ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri