‘୯୦ ଦିନ ମଧ୍ୟରେ ଟ୍ରାଏଲ ଶେଷ କର’

ବଲାଙ୍ଗୀର ଅଫିସ,୨୮।୧୦: ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ଦଳର ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟେଓ୍ବାଲା, ଏଆଇସିସି ଓଡିଶା ପ୍ରଭାରୀ ଏ. ଚେଲାକୁମାର, କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ସମରେନ୍ଦ୍ର ମିଶ୍ରଙ୍କ ସହ ଅନ୍ୟ ନେତାମାନେ ଗୁରୁବାର ବଲାଙ୍ଗୀର ଜିଲାର ଝରଣୀ ଗାଁରେ ପହଞ୍ଚି ପୀଡିତା ମମିତା ମେହେରଙ୍କ ମାତାପିତା ଓ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍‌ ଏଠାକୁ ଆସିଛି ବୋଲି ସୂର୍ଯ୍ୟେଓ୍ବାଲା କହିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ସୂର୍ଯ୍ୟେଓ୍ବାଲା କହିଥିଲେ, ମମିତା ମେହେର ହତ୍ୟାକାଣ୍ଡ ଏକ ଏଭଳି ଘା ଯାହା ଗୋଟିଏ ପରିବାରକୁ ଲାଗି ନାହିଁ ବରଂ ଏହି ଘା’ ଓଡ଼ିଶା ଏବଂ ଦେଶର ଆତ୍ମାରେ ଲାଗିଛି ବୋଲି କହିଥିଲେ। ଯେଉଁଭଳି ଭାବେ ମମିତାଙ୍କୁ ହତ୍ୟା କରାଯାଇଛି ତାହା ପୁଣି ଥରେ ଦେଶରେ ନିର୍ଭୟା କାଣ୍ଡକୁ ମନେ ପକାଇଦେଇଛି। ଦୁର୍ଭାଗ୍ୟ ଏହା ଯେ, ଭଗବାନ ଜଗନ୍ନାଥଙ୍କ ଭୂମି ଓଡିଶାକୁ ବିଜେଡି ଅପରାଧ ପ୍ରଦେଶରେ ପରିଣତ କରିଦେଇଛି। ହତ୍ୟାକାରୀ ଏବଂ ଗୁଣ୍ଡାମାନେ ସିଂହାସନରେ ବସିଛନ୍ତି। ଜଣେ ରୋଗୀଣା ମା, ଜଣେ ସାଧାରଣ ପିତା, ଜଣେ ଭାଇ ଓ ଭଉଣୀ ଏବଂ ରାଜ୍ୟର ସମସ୍ତ ବୁଣାକାର ପରିବାର ଏବେ ନ୍ୟାୟର ଗୁହାରି କରୁଛନ୍ତି। ହତ୍ୟାକାରୀଙ୍କ ସହ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀଙ୍କ କ’ଣ ସମ୍ପୃକ୍ତି ନାହିଁ, କ’ଣ ଗୃହମନ୍ତ୍ରୀ ଓ ବିଜେଡିର ଅନ୍ୟ ମନ୍ତ୍ରୀମାନେ ଉକ୍ତ ସଂସ୍ଥାରେ ରହୁ ନ ଥିଲେ। କ’ଣ ଉକ୍ତ ସଂସ୍ଥାରେ ଝିଅମାନଙ୍କ ସହ ଯୌନଶୋଷଣ ହେଉ ନ ଥିଲା। କାହିଁକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇନାହିଁ କି ତାଙ୍କୁ ବହିଷ୍କାର କରାଯାଇନାହିଁ। ମମିତା ମେହେର ହତ୍ୟାକାଣ୍ଡ କେବଳ ଏକ ହତ୍ୟା ଘଟଣା ନୁହେଁ, ଏହି ଘଟଣା ରାଜ୍ୟର ସମସ୍ତ ଝିଅଙ୍କ ଭବିଷ୍ୟତ ଏବଂ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଓଡିଶା ପ୍ରଭାରୀ ଚେଲାକୁମାର, ଓଡିଶା ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ପୀଡିତ ପରିବାର ସହ କାନ୍ଧରେ କାନ୍ଧ ମିଶାଇ କଂଗ୍ରେସ ନ୍ୟାୟର ଲଢ଼େଇ ଲଢ଼ିବ। ମମିତା ହତ୍ୟାକାଣ୍ଡର ୯୦ଦିନ ମଧ୍ୟରେ ଟ୍ରାଏଲ ଶେଷ କରି ଦୋଷୀକୁ ଫାଶୀ ଦିଆଯାଉ, ପୀଡିତ ପରିବାରକୁ ଅତିକମ୍‌ରେ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ, ପୀଡିତାଙ୍କ ଭାଇଙ୍କୁ ସରକାରୀ ଚାକିରୀ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଏବଂ ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଗଠିତ ଏସ୍‌ଆଇଟି ଜରିଆରେ ହତ୍ୟା ଘଟଣାର ଅନୁସନ୍ଧାନ ଦାବି କରିଥିଲେ। ବିଧାୟକ ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ନ କଲେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ ବୋଲି କହିଥିଲେ। ଝରଣୀ ଗାଁରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲାର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ହୋଇ ମମିତାଙ୍କୁ ନ୍ୟାୟ ପାଇଁ ନାରାବାଜି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri