Posted inଖେଳ

ହାଇଦ୍ରାବାଦ ଆଗରେ ୨୦୮ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୫।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୦ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ଓ୍ବିଲିୟମନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୦୭ ରନ୍‌ କରିଛି। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଆଗରେ ୨୦୮ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଦିଲ୍ଲୀ।

ଦିଲ୍ଲୀ କ୍ୟାପିଟାଲ୍ସ ଦୁଇ ଓପନର ମନଦୀପ ସିଂହ ଏବଂ ଡେଭିଡ ଓ୍ବାର୍ନର ଭଲ ଷ୍ଟାଟ ଦେବେ ବୋଲି ଦଳ ଆଶା କରିଥିଲା। ହେଲେ ମନଦୀପ ଖାତା ନ ଖୋଲି ଆଉଟ୍‌ ହୋଇଯାଇଥିଲେ। ସେହିପରି ମିଶେଲ ମାର୍ଶ ମଧ୍ୟ ୧୦ ରନ୍‌ କରି ବ୍ୟାଟିଂ ବିଫଳ ହୋଇଥିଲେ। ଏଭଳିସ୍ଥିତିରେ ଡେଭିଡ୍‌ ଓ୍ବାର୍ନର ୫୮ବଲ୍‌ରେ ୯୨ ରନ୍‌(୧୨ ଚଉକା ଏବଂ ୩ ଛକା)ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ମଜଭୂତ ସ୍ଥିତିରେ ପହଞ୍ଚାଇ ଥିଲେ। ସେହିପରି ଅଧିନାୟକ ରିଷଭ ପନ୍ତ ୨୬ ରନ୍‌ କରିଥିବା ବେଳେ ରୋଭମାନ ପାଓ୍ବେଲଙ୍କ ଅର୍ଦ୍ଧଶତକ ୩୫ବଳରେ ୬୭ ରନ୍‌ (୩ ଚଉକା ଏବଂ ୬ ଛକା ) କରିଥିଲେ। ଫଳରେ ଦିଲ୍ଲୀ ୨୦୭ ରନ୍‌ କରିବାରେ ସକ୍ଷମ ହୋଇଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଶ୍ଚିତ ବିଜୟ ଲକ୍ଷ୍ୟରେ ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨୭।୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଶୁକ୍ରବାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଦକ୍ଷିଣ ଆଫ୍ରିକା ଓ ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା...

ଭାରତକୁ ପରାଜିତ କରିବାର ଶ୍ରେୟ ଏମାନଙ୍କୁ ଦେଲେ ବିରୋଧି ଅଧିନାୟକ, କହିଲେ…

ଅହମ୍ମଦାବାଦ,୧୩।୩: ଚଳିତ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୮ ଉଇକେଟରେ ହରାଇଛି ଇଂଲଣ୍ଡ। ଟେଷ୍ଟ ସିରିଜରେ ପରାଜୟ ପରେ ଏହି ବିଜୟ ଦଳର ଖେଳାଳିଙ୍କୁ...

ଜାତୀୟ ବକ୍ସିଂ ଚାମ୍ପିୟନଶିପ୍‌: ସେମି ପରାଜୟ ନେଇ ଦୁଆତିଙ୍କ ଚ୍ୟାଲେଞ୍ଜ୍‌

କାନପୁର,୮।୧୨(ପି.ଟି.)- ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜୟିନୀ ତଥା ଡିଫେଣ୍ଡିଂ ଚାମ୍ପିୟନ ତଥା ମହିଳା ବକ୍ସର ବନଲାଲ ଦୁଆତି ନିଜର ପରାଜୟ ନେଇ ଅସନ୍ତୋଷ ଥିବା...

ଟସ୍‌ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଡ଼ା...

କ୍ରୀଡ଼ା ମହଲରେ ଶୋକ

ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍‌ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...

୧୧୦ରେ ଇଂଲଣ୍ଡ ଅଲଆଉଟ୍‌

ଲଣ୍ଡନ,୧୨।୭: ଟି୨୦ ସିରିଜରେ ଇଂଲଣ୍ଡକୁ ପରାଜିତ କରିବା ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହାର ଝଲକ୍‌ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ...

ଏହି ମହିଳା ହେଲେ କ୍ରିକେଟ ଆସୋସିଏଶନ୍‌ର ପ୍ରଥମ ସଭାପତି

ଚେନ୍ନାଇ,୨୧।୯: ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନସିଏ)ର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ସାଇ ଗୁରୁନାଥ। ଟିଏନସିଏର ୮୭ତମ ବାର୍ଷିକ ସାଧାରଣ ବୈଠକରେ ରୂପାଙ୍କୁ ସଭାପତି ଭାବେ...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବୋର୍ନ,୨୯।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଫଳରେ ସିରିଜ୍‌ ୧-୧ ବରାବର ରହିଛି। ଭାରତୀୟ ଦଳ...

Advertisement
Archives

Model This Week