Posted inଖେଳ

ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ

ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ମ୍ୟାଚରେ ୬୯ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି। ସନ୍‌ରାଇଜର୍ସ ୨୦ ଓଭରରେ ୬ ଉଇକେଟ ହରାଇ ୨୦୧ ରନ କରିଥିଲାବେଳେ ପଞ୍ଜାବ ୧୬.୫ ଓଭରରେ ୧୩୨ ରନକରି ଅଲଆଉଟ ହୋଇ ଯାଇଥିଲା। ୬ ମ୍ୟାଚରୁ ତୃତୀୟ ବିଜୟ ସହିତ ସନ୍‌ରାଇଜର୍ସର ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ୬ ମ୍ୟାଚରୁ ୫ମ ପରାଜୟ ସହ ପଞ୍ଜାବ ନିମ୍ନରେ ଅପରିବର୍ତ୍ତିତ ରହିଛି।
ଟାର୍ଗେଟ ବଡ଼ ଥିବାବେଳେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବୁଝାମଣାର ଅଭାବ ଯୋଗୁ ପଞ୍ଜାବ ଦଳ ଆରମ୍ଭରୁ ଅସୁବିଧାରେ ପଡ଼ିଥିଲା। ଫର୍ମରେ ଥିବା ମୟଙ୍କ ଅଗ୍ରଓ୍ବାଲ (୯) ରନ ଆଉଟ ହେବାରୁ ୧୧ ରନରେ ଦଳ ପ୍ରଥମ ଉଇକେଟ ହରାଇଥିଲା। ସିମରନ ସିଂ ଓ ଅଧିନାୟକ ଲୋକେଶ ରାହୁଲ ୧୧ ରନ ଲେଖାଏ କରି ପ୍ୟାଭିଲିୟନ ଫେରିଥିଲେ। ମିଡିଲ ଅର୍ଡରରେ ଗ୍ଲେନ ମ୍ୟାକ୍ସଓ୍ବେଲ(୭) ରନଆଉଟ ଏବଂ ମନଦୀପ ସିଂ(୬) ଫ୍ଲପ୍‌ ହେବାରୁ ନିକୋଲାସ ପୁରନଙ୍କ ଉପରେ ଅତ୍ୟଧିକ ଚାପ ପଡ଼ିଥିଲା। ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଁ ଏକାକୀ ଦଳକୁ ବିଜୟୀ କରାଇପାରି ନ ଥିଲେ। ୩୭ ବଲ୍‌ର ସମ୍ମୁଖୀନ ହୋଇଥିବା ପୁରନ ୫ ଚୌକା ଓ ୭ ଛକା ସହାୟତାରେ ୭୭ ରନ କରି ଆଉଟ ହେବା ସହିତ ପଞ୍ଜାବ ବିଜୟ ଆଶା ଶେଷ ହୋଇ ଯାଇଥିଲା। ଦଳର ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶକରିପାରି ନ ଥିଲେ। ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ ରଶିଦ ଖାଁ ୩ଟି, ଖଲିଲ ଅହମଦ ଓ ଟି. ନଟରାଜନ ୨ଟି ଲେଖାଏ ଏବଂ ଅଭିଷେକ ଶର୍ମା ଗୋଟିଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସନ୍‌ରାଇଜର୍ସ। ନିଜ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ ଅଧିନାୟକ ଡେଭିଡ ଓ୍ବାର୍ନର। ଅନ୍ୟତମ ଓପନର ଜନି ବେୟାରଷ୍ଟୋ ମଧ୍ୟ ଖେଳିଥିଲେ ସ୍ମରଣୀୟ ଇନିଂସ। ଦୁହେଁ ପଞ୍ଜାବ ବୋଲରଙ୍କୁ ଧୁଲେଇ କରି ଓପନିଂ ଯୋଡ଼ିରେ ୯୦ ବଲ୍‌ରୁ ଗଢ଼ିଥିଲେ ୧୬୦ ରନର ଭାଗୀଦାରି। ନିଜ ପ୍ରଥମ ଓଭରରେ ୧୮ ରନ ବ୍ୟୟ କରିଥିବା ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ୧୬ତମ ଓଭରରେ ବୋଲିଂଭାର ଦେଇଥିଲେ ଅଧିନାୟକ ଲୋକେଶ ରାହୁଲ। ଅଧିନାୟକଙ୍କୁ ନିରାଶ ନ କରି ନିଜ ଦ୍ୱତୀୟ ଓଭର ପ୍ରଥମ ବଲରେ ଓ୍ବାର୍ନରଙ୍କ ଉଇକେଟ ନେଇ ଦଳକୁ ବହୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ବିଷ୍ଣୋଇ। ୪୦ଟି ବଲ୍‌ ଖେଳିଥିବା ଓ୍ବାର୍ନର ୫ ଚୌକା ଓ ୧ ଛକା ସହାୟତାରେ ୫୨ ରନ କରିଥିଲେ। ବିଷ୍ଣୋଇ କେବଳ ସେତିକିରେ ସନ୍ତୁଷ୍ଟ ନ ଥିଲେ। ସେହି ଓଭରର ୪ର୍ଥ ବଲ୍‌ରେ ବେୟାରଷ୍ଟୋଙ୍କୁ ଏଲବିଡବଲ୍ୟୁ ଆଉଟ କରି ଦଳୀୟ ଶିବିରରେ ଖୁସି ଖେଳାଇ ଦେଇଥିଲେ। ତୃତୀୟ ଅମ୍ପାୟରଙ୍କ ନିକଟକୁ ଯିବା ସମୟରେ ପଞ୍ଜାବ ପାଇଁ ଏକା ସମୟରେ ୨ଟି ବିକଳ୍ପ ରହିଥିଲା। ତାହା ହେଲା ଅବଦୁଲ ସମଦଙ୍କ ରନଆଉଟ ଏବଂ ବେୟାରଷ୍ଟୋଙ୍କ ଏଲବିଡବଲ୍ୟୁ। ଷ୍ଟମ୍ପ ଭାଙ୍ଗିବାବେଳେ ସମଦ କ୍ରିଜରୁ ଦୂରରେ ରହିଥିଲେ ହେଁ ବଡ଼ ମାଛ ଶିକାର ଉଦ୍ଦେଶ୍ୟରେ ଅଧିନାୟକ ରାହୁଲ ବେୟାରଷ୍ଟୋଙ୍କ ଏଲବିଡବଲ୍ୟୁ ରିଭ୍ୟୁ କରାଇଥିଲେ। ନିଷ୍ପତ୍ତି ତାଙ୍କ ସପକ୍ଷରେ ଯାଇଥିଲା। ଫଳରେ ଦୃଢ଼ ଆତ୍ମବିଶ୍ୱାସରେ ଖେଳିଥିବା ବେୟାରଷ୍ଟୋ ମାତ୍ର ୩ ରନ ପାଇଁ ଶତକରୁ ବଞ୍ଚତ୍ତ ହୋଇଥିଲେ। ସେ ୫୫ ବଲ୍‌ରୁ ୭ ଚୌକା ଓ ୬ ଛକା ସହ ୯୭ ରନ କରି ଅତି ନୈରାଶ୍ୟଜନକଭାବେ ପ୍ୟାଭିଲିୟନ ଫେରିଥିଲେ। ଏହାର ପରବର୍ତ୍ତୀ ଓଭରରେ ଫର୍ମରେ ଥିବା ମନୀଷ ପାଣ୍ଡେଙ୍କୁ ଅର୍ଶଦୀପ ସିଂ ଆଉଟ କରିବାରୁ ହାଇଦ୍ରାବାଦ ରନହାରରେ ଅଙ୍କୁଶ ଲାଗିଥିଲା। ସମଦ ୮ ରନ କରି ବିଷ୍ଣୋଇଙ୍କ ତୃତୀୟ ଶିକାର ବନିଥିବାବେଳେ ପ୍ରିୟମ ଗର୍ଗ ଖାତାଖୋଲିପାରି ନ ଥିଲେ। ଗ୍ଲେନ ମ୍ୟାକ୍ସଓ୍ବେଲ ୧୨ ରନ କରି ପାରିଥିଲେ। କେନ୍‌ ଓ୍ବିଲିୟମସନ ୯ ବଲ୍‌ରୁ ୧୮(୧ ଚୌକା, ୧ ଛକା) ରନରେ ଅପରାଜିତ ରହିବାରୁ ଦଳୀୟ ସ୍କୋର ୨୦୧ରେ ପହଞ୍ଚତ୍ଥିଲା। ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ୩ଟି, ଅର୍ଶଦୀପ ସିଂ ୨ଟି ଓ ମହମ୍ମଦ ସାମି ଗୋଟିଏ ଉଇକେଟ ନେଇଥିଲେ। ପଞ୍ଜାବ ୩ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। କ୍ରିସ୍‌ ଜୋର୍ଡାନ, ହରପ୍ରୀତ ବ୍ରାର ଓ ସର୍ଫରାଜ ଖାଁଙ୍କୁ ବାଦ୍‌ ଦେଇ ପ୍ରଭ୍‌ସିମରନ ସିଂ, ଅର୍ଶଦୀପ ସିଂ ଓ ମୁଜିବୁର ରହମନଙ୍କୁ ଚୂଡ଼ାନ୍ତ ଏକାଦଶରେ ନେଇଥିଲା। ଅନ୍ୟପକ୍ଷରେ ସିଦ୍ଧାର୍ଥ କାଉଲଙ୍କ ସ୍ଥାନରେ ଖଲିଲ ଅହମ୍ମଦଙ୍କୁ ଖେଳାଇଥିଲେ ସନ୍‌ରାଇଜର୍ସ।
ସଂକ୍ଷିପ୍ତ ସ୍କୋର
ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୦୧/୬(ବେୟାରଷ୍ଟୋ-୯୭, ଓ୍ବାର୍ନର-୫୨, ଓ୍ବିଲିୟମସନ-୨୦*, ବିଷ୍ଣୋଇ-୩/୨୯, ଅର୍ଶଦୀପ-୨/୩୩, ସାମି-୧/୪୦)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୧୬.୫ ଓଭରରେ ୧୩୨/ଅଲଆଉଟ (ପୁରନ-୭୭, ରଶିଦ-୩/୧୨, ଖଲିଲ-୨/୨୪, ନଟରାଜନ-୨/୨୪, ଅଭିଷେକ-୧/୧୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri