Posted inଜାତୀୟ

ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଆଗରେ ୩୧ ଘଣ୍ଟା ଧାରଣାରେ ବସିଲେ ସ୍ବାମୀ: ଆଉ ତା’ପରେ

ଆଗ୍ରା,୨୪।୫: ଉତ୍ତର ପ୍ରଦେଶର ଆଗ୍ରାରେ ସ୍ବାମୀ-ସ୍ତ୍ରୀ କଳିର ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଆଗରେ ୩୧ ଘଣ୍ଟା ଧାରଣାରେ ବସିଥିଲେ ସ୍ବାମୀ। କିନ୍ତୁ ସ୍ତ୍ରୀ ଘର ବାହାରକୁ ଆସି ନ ଥିଲେ କି କବାଟ ମଧ୍ୟ ଖୋଲି ନ ଥିଲେ। ରାଜସ୍ଥାନର ବୈଷ୍ଣବ ନଗର ନିବାସୀ ଅବିନାଶ ବର୍ମା ସୁଲହକୁଲ ନଗରର ଜଣେ ଯୁବତୀଙ୍କୁ ୨୦୧୫,ମେ ୨ରେ ବିବାହ କରିଥିଲେ। ଅବିନାଶ ଜଣେ ଆକାଉଣ୍ଟାଣ୍ଟ ଥିଲେ। ତାଙ୍କ ପିତା ଜଣେ ଅବସରପ୍ରାପ୍ତ ନାଏବ ତହସିଲଦାର। ଅବିନାଶଙ୍କ ଅନୁଯାୟୀ, ପ୍ରଥମ ବିବାହ ବାର୍ଷିକୀରେ ସ୍ତ୍ରୀ ବିୟୁଟି ପାର୍ଲରକୁ ଯିବାକୁ କହି ଘରୁ ବାହାରି ଆସିଥିଲେ। ଏହା ପରେ ସେ ଆଉ ଫେରି ନଥିଲେ। ସେ ତାଙ୍କ ସ୍ତ୍ରୀଙ୍କୁ ଫୋନ କଲେ। କିଛି ସମୟ ପରେ ଫେରି ବୋଲି ସେ କହିଲେ। ଅନେକ ଘଣ୍ଟା ପରେ ସେ ଆଉ ଘରକୁ ନ ଫେରି ନିଜ ବାପଘରକୁ ପଳାଇଥିଲେ।
ସ୍ତ୍ରୀ ଅବିନାଶଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଛନ୍ତି। ଅବିନାଶଙ୍କୁ ତାଙ୍କ ପିତାମାତା ସମ୍ପତ୍ତିରୁ ବାହାର କରି ଦେଇଛନ୍ତି। ସେ ତାଙ୍କର ଚାକିରି ହରାଇଛନ୍ତି ବୋଲି ସ୍ତ୍ରୀ କହିଛନ୍ତି। ସେପଟେ ଅବିନାଶ କହିଛନ୍ତି ସ୍ତ୍ରୀ ଫୋନରେ କଥା ହୁଅନ୍ତି। କିନ୍ତୁ, ସେ ଘରକୁ ଆସିବାକୁ ପ୍ରସ୍ତୁତ ନୁହଁନ୍ତି। ଗତ ଶନିବାର ସେ ଫୋନ୍‌ ନ ଉଠାଇବାରୁ ଅବିନାଶ ଶ୍ୱଶୁର ଘର ବାହାରେ ଧାରଣାରେ ବସିଥିଲେ। ପ୍ରାୟ ୩୧ ଘଣ୍ଟା ବସିବା ପରେ ମଧ୍ୟ ତାଙ୍କ ସ୍ତ୍ରୀ କି ଶ୍ୱଶୁରଘର ଲୋକେ ବାହାରକୁ ଆସି ନ ଥିଲେ। ପଡୋଶୀ ଘର ଅବିନାଶଙ୍କୁ ବସିବା ପାଇଁ ଚେୟାର ଦେଇଥିଲେ। ସେ ଅନଲାଇନ୍‌ରେ ଖାଦ୍ୟ ମଗାଇ ଖାଇଥିଲେ। ଅବିନାଶ କହିଛନ୍ତି ଯେ, ସେ ସ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛନ୍ତି କି ସେ ଏକାଠି ରହିବାକୁ ଚାହୁଁଛନ୍ତି କି ଅଲଗା ତାହା ସ୍ପଷ୍ଟ ଭାବରେ କୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୧।୩: ଉତ୍ତରପ୍ରଦେଶର ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ରେକର୍ଡ କରିଛନ୍ତି। ଯୋଗୀ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏ ଲଗାତାର ୫ ବର୍ଷ ଏବଂ...

ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର...

କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି କରୁଛି ଭାଜପା: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୨୬।୧୦: ବିହାର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ଶିବସେନାର ବାର୍ଷିକ ଦଶହରା ରାଲି ରବିବାର ଦାଦରର ସାବାର୍କ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ...

ଜୟପୁର ଗଲେ କଂଗ୍ରେସ ବିଧାୟକ

ଜୟପୁର,୧୨ା୩(ପି.ଟି.): ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଘୋଡ଼ାବେପାର ଏଡାଇବା ପାଇଁ ପାଖାପାଖି ୯୦ କଂଗ୍ରେସ ବିଧାୟକଙ୍କୁ...

ଦିଲ୍ଲୀ ପାଇଁ ଘୋଷଣାପତ୍ର ଜାରି କଲା ଏଏପି

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀ ପାଇଁ ଗୁରୁବାର ଆମ ଆଦ୍‌ମୀ ପାର୍ଟି(ଏଏପି) ତା’ର ଘୋଷଣାପତ୍ର ଜାରି କରିଛି। ଦଳ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀ...

ଭିନ୍ନ ଲୁକ୍‌ରେ ତେଜ ପ୍ରତାପ: ଟୁଇଟରରେ ଶେୟାର କଲେ ଫଟୋ

ପାଟନା,୧୧।୧୨: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ସବୁବେଳେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳେ। କେତେବେଳେ...

ଦିନେ ପିଓକେ ହେବ ଭାରତର…

ନୂଆଦିଲ୍ଲୀ,୨୭।୧୦: ଦିନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ ବିଶେଷ ହେବ। ଭାରତୀୟ ସେନା ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ବାୟୁସେନା କମାଣ୍ଡିଂ-ଇନ-ମୁଖ୍ୟ...

ଘୋଷଣା ହେଲା କେଦାରନାଥ, ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ତାରିଖ

ଡେରାଡୁନ,୨୦।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର...

Advertisement
Archives

Model This Week