ଘର ସଫା କରି ସ୍ତ୍ରୀଙ୍କୁ ସ୍ବାମୀ ମାଗିଲେ ୭୪ହଜାର ଟଙ୍କାର ପାରିଶ୍ରମିକ, ଏହାପରେ…

ଇଂଲଣ୍ଡ,୩୦।୧: ‘ଘର ସବୁ ସଫାସଫି କାମ ସରିଛି। ଘରେ ଥିବା ବଡ ସୋଫ ସହ ଛୋଟ ଛୋଟ ସୋଫା, ଚେୟାର ଟେବୁଲ ସହ ୩ଟି ବେଡରୁମର କାର୍ପେଟ ଓ ଚଟାଣକୁ ମଧ୍ୟ ସଫା କରିଛି। ଏଥର ମୋତେ ଅନଲାଇନ ପେମେଣ୍ଟ କରନ୍ତୁ’। କୌଣସି ଚାକରଙ୍କୁ ନୁହେଁ ଖୋଦ୍‌ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଏପରି ମେସେଜ କରୁଛନ୍ତି। ଯାହାର ସ୍କ୍ରିନଶଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବ୍ୟକ୍ତିଜଣକ ନିଜ ଘରକୁ ଲଗାତାର ୬ଘଣ୍ଟା ଧରି ସଫା କରିଥିଲେ। ଯାହାପରେ ସେ ହ୍ବାଟସଆପ୍‌ରେ ଗୋଟିଏ ଲିଷ୍ଟ କରି ସ୍ତ୍ରୀଙ୍କୁ ଏକ ବିଲ୍‌ ପଠେଇଥିଲେ। ଏହାପରେ ସେ ଅନଲାଇନରେ ପଠାଇଥିବା ଲିଙ୍କ୍‌ରେ ପେମେଣ୍ଟ କରିବାକୁ କହିଥିଲେ। ଯାହାକୁ ଦେଖି ସ୍ତ୍ରୀ ସାଙ୍ଗେ ସାଙ୍ଗେ ରାଗି ଯାଇଥିଲେ। ତେବେ ସ୍ବାମୀ-ସ୍ତ୍ରୀଙ୍କ କଥୋପକଥନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏଥିରେ ଖୁବ୍‌ କମେଣ୍ଟ ମଧ୍ୟ ଦେଉଛନ୍ତି।

ବ୍ରିଟେନରେ ରହୁଥିବା ଏହି ବ୍ୟକ୍ତିଜଣକ ହେଉଛନ୍ତି ମାର୍କ। ମାର୍କ ନିଜ ସ୍ତ୍ରୀ ଜସ୍ମିନଙ୍କୁ ଘରକାମର ଲିଷ୍ଟ ପଠାଇ ତାଙ୍କୁ ୭୪ହଜାର ଟଙ୍କାର ପାରଶ୍ରମିକ ଦେବାକୁ କହିଥିଲେ। ଯାହାପରେ ସ୍ତ୍ରୀଙ୍କ ରାଗ ପଞ୍ଚମରେ। ଜସ୍ମିନ ରାଗିଯାଇ କହିଥିଲେ, ଆମେ ବିବାହିତ ଆଉ ଆମର ୩ଟି ସନ୍ତାନ ଅଛନ୍ତି। ଏହି କଥାବାର୍ତ୍ତାର ସ୍କ୍ରିନଶଟ୍‌ ମାର୍କ ଫେସବୁକ୍‌ରେ ଶେୟାର କରିଛନ୍ତି।

मार्क को पत्नी ने दिया जवाब (तस्वीर- फेसबुक)

ସବୁଠୁ ମଜାଦାର କଥା ହେଉଛି, ମାର୍କ ଫେସବୁକ୍‌ରେ ସ୍କ୍ରିନଶଟ୍‌ ଶେୟାର କରି ମଜାଳିଆ ଢଙ୍ଗରେ ଲେଖିଛନ୍ତି,ଗତ ସପ୍ତାହରେ ଆମ ସହ ଏକ ର୍ଦୁଭାଗ୍ୟପୂର୍ଣ୍ଣ ଘଟଣା ଘଟିଥିଲା। ଜଣେ ଗ୍ରାହକ ଆମକୁ ପାରଶ୍ରମିକ ଦେବାକୁ ମନା କରିଦେଇଛନ୍ତି! ଏକ ବଡ ସୋଫା, ୩ଟି ବେଡରୁମ୍‌ କାର୍ପେଟ ଓ ଏକ ପଥର ଚଟ୍ଟାଣକୁ ସଫା କରିବା ପରେ ମଧ୍ୟ ଗ୍ରାହକ ଜଣକ ଏଥିରେ ଖୁସି ନ ଥିବା କହିଛନ୍ତି। ପରେ ଚାଟ୍‌ ଦେଖି ୟୁଜର୍ସ ଜାଣିପାରିଥିଲେ କି, ଗ୍ରାହକ ଜଣକ ମାର୍କଙ୍କ ସ୍ତ୍ରୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?