Posted inଜାତୀୟ

ଶ୍ମଶାନ ଘାଟରେ ହଙ୍ଗାମା: ମୃତଦେହ ଅଦଳବଦଳ ପଡ଼ିଲା ଜଣା

ଲକ୍ଷ୍ନୌ, ୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କେତେକ ହସ୍ପିଟାଲରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଘଟଣା ନେଇ ଅଭିଯୋଗ କରାଯାଉଛି। ଉତ୍ତରପ୍ରଦେଶ ଫରିଦାବାଦ୍‌ରେ ଥିବା ଏସିଆନ୍‌ ହସ୍ପିଟାଲରେ ଏଭଳି ଏକ ବଡ଼ ଧରଣର ଅବହେଳା ଘଟଣା ରବିବାର ଘଟିଛି। ଏଠାରେ ଚିକିତ୍ସିତ ହେଉଥିବା ରାଜକିଶୋର ନାମକ ଜଣେ ଲୋକଙ୍କର ମୃତ୍ୟୁ କ୍ୟାନସର ଯୋଗୁ ହୋଇଥିଲା। ଶନିବାର ରାତିରେ ରାଜକିଶୋରଙ୍କ ମୃତ୍ୟୁ ଘଟିଥିଲା। ତେବେ ରବିବାର ତାଙ୍କ ପରିବାରବର୍ଗଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ପରିବାରବର୍ଗ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ପହଞ୍ଚିଲେ। ସେଠାରେ ରାଜକିଶୋରଙ୍କ ମୃତଦେହ ଉପରୁ କପଡ଼ା ହଟା ଯାଇଥିଲା। ଜଣାପଡ଼ିଥିଲା ତାହା ରାଜକିଶୋରଙ୍କ ମୃତଦେହ ନୁହେଁ। ଏହା ଅନ୍ୟ ଜଣେ ମହିଳାଙ୍କର। ଫଳରେ ଶ୍ମଶାନ ଘାଟରେ ହଙ୍ଗାମା ହୋଇଥିଲା। ଅପରପକ୍ଷରେ ଏସିଆନ୍‌ ହସ୍ପିଟାଲରୁ ମଧ୍ୟ ଜଣେ କ୍ୟାନସର ପୀଡ଼ିତା ମହିଳା ଉଷାଙ୍କ ମୃତ ଦେହ ଗାଏବ ଥିବା ଜଣାପଡ଼ିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୁଦ୍ଧି ହଜିଯାଇଥିଲା। ରାଜକିଶୋରଙ୍କ ପରିବାରବର୍ଗ ହସ୍ପିଟାଲକୁ ଫୋନ୍‌ କରି ସେମାନଙ୍କ ହସ୍ତାନ୍ତର କରାଯାଇଥିବା ମୃତଦେହ ସମ୍ପର୍କରେ ଜଣାଇଥିଲେ। ତତ୍‌କ୍ଷଣାତ୍‌ ଏସିଆନ୍‌ ହସ୍ପିଟାଲ ପକ୍ଷରୁ ରାଜକିଶୋରଙ୍କ ମୃତ ଦେହ ଶ୍ମଶାନକୁୁ ଆମ୍ବୁଲାନ୍ସ୍‌ରେ ନିଆଯାଇଥିଲା। ସେଠାରୁ ପୋଲିସ ଉପସ୍ଥିତିରେ ଉଷାଙ୍କ ମୃତଦେହକୁ ଫେରାଇ ଅଣାଯାଇଥିଲା। ରାଜକିଶୋର ଏବଂ ଉଷାଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ବୁଝାସୁଝା ମଧ୍ୟ କରିଥିଲେ। ଅସାବଧାନତା ବଶତଃ ଏଭଳି ଘଟିଥିବା ଏସିଆନ୍‌ ହସ୍ପିଟାଲର ସହାୟକ ଚିକିତ୍ସା ଅଧିକାରୀ ଡ. ଗୀତିକା ବିରଦି ସୂଚନା ଦେଇଛନ୍ତି। ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍‌ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍‌...

‘୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ ମୋଦି’

ପାଟନା,୧୨।୮: ବିହାରରେ ଏନଡିଏ ସହ ସମ୍ପର୍କ ଭାଙ୍ଗିବା ପରେ ଭାରତୀୟ ଜନତା ପାର୍ଟିର ନେତାମାନେ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ତଥା...

ସୁଖବିନ୍ଦର ସିଂ ସୁଖୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୧।୧୨: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ...

ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ...

ହରିୟାଣାରେ ଭାଜପା-କଂଗ୍ରେସ ଟାଇ: ମହାରାଷ୍ଟ୍ରରେ ପଦ୍ମ-ଶିବସେନା ଫିପ୍ଟି-ଫିପ୍ଟି ସରକାର

ଚଣ୍ଡିଗଡ଼/ମୁମ୍ବାଇ,୨୪।୧୦: ସମସ୍ତ ଏକ୍‌ଜିଟ୍‌ ପୋଲ୍‌କୁ ଭୁଲ୍‌ ପ୍ରମାଣିତ କରିଛି ହରିୟାଣା ଓ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଫଳାଫଳ। ହରିୟାଣାରେ ଶାସକ ଭାଜପା ଓ କଂଗ୍ରେସ ୩୫...

ଲାଲୁଙ୍କୁ କିଡ୍‌ନୀ ଦାନ କରିବାକୁ ଆଗେଇ ଆସିଲେ ପ୍ରିୟଙ୍କା

ପାଟନା,୧୯।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗ କରୁଛନ୍ତି। ହେଲେ...

ଦେଶରେ ଦୈନିକ ୮୨ ମର୍ଡର

ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୨ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ପ୍ରତି ୧ ଲକ୍ଷ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୪ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ପୁଣିଥରେ ତ୍ରୁଟି ପରିଲକ୍ଷିତ ହୋଇଛି । ଆନ୍ଧ୍ର ପ୍ରଦେଶ ଗସ୍ତ ସମୟରେ ବିଜୟୱାଡାରେ ଏହି ଘଟଣା ଘଟିଛି...

Advertisement
Archives

Model This Week