ସଙ୍କଟରେ ଶହେ ବର୍ଷର କୌଳିକ ବୃତ୍ତି

କେନ୍ଦୁଝର, ୪।୯(ସ୍ବ.ପ୍ର.) – କେନ୍ଦୁଝର ସହରର ଆଟୋପୁର ସାହିର ପିଟା ବାସନ ଜିଲା ଓ ଜିଲା ବାହାରେ ପ୍ରସିଦ୍ଧି ଲାଭ କରିଛି। ପ୍ରୋତ୍ସାହନ ଅଭାବରୁ ଏହି ଶହେ ବର୍ଷର ପିଟା ବାସନ ପରମ୍ପରା ଲୋପ ପାଇବାକୁ ବସିଲାଣି। ଆଜିକାଲି ମେଶିନରେ ଆଲୁମିନିୟମରୁ ବାସନ କୁସନ ବହୁଳ ଭାବରେ ପ୍ରସ୍ତୁତ ହେଉଥିବାରୁ ଧୀରେ ଧୀରେ ପିଟା ବାସନର ଚାହିଦା କମୁଛି। ପିଟା ଡେକ୍‌ଚିରେ ଖାଦ୍ୟର ସ୍ବାଦ ନିଆରା। ଏଣୁ ଏବେ ମଧ୍ୟ ଅନେକ ଘରେ ଏହି ଡେକ୍‌ଚିର ବ୍ୟବହାର ହୋଇଥାଏ। ସେହିପରି ମେଳା ମହୋତ୍ସବ ସମୟରେ ଏହି ପିଟା ଡେକ୍‌ଚିକୁ ପ୍ରାୟ ସମସ୍ତେ ଖୋଜନ୍ତି। ତେବେ କରୋନା କଟକଣା କାରିଗରଙ୍କ ଜୀବିକା ଉପରେ ପାହାର ସଦୃଶ୍ୟ ହୋଇଛି।
କଠିନ ପରିଶ୍ରମ କରି ହାତରେ ଆଲୁମିନିୟମକୁ ପିଟି ପିଟି ଡେକ୍‌ଚି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର ଉଚିତ ମୂଲ୍ୟ ପାଉ ନ ଥିବାରୁ ଆଉ ଆଗଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। କଞ୍ଚାମାଲର ଅଭାବ, କୋଇଲା ଓ କଞ୍ଚାମାଲର ମୂଲ୍ୟ ବୃଦ୍ଧି, ବିକ୍ରିବଟା ପାଇଁ ବଜାରର ଅଭାବ ଯୋଗୁ ଏହି ବହୁ ପୁରାତନ କାରିଗରି ବନ୍ଦ ହେବାକୁ ବସିଛି। ତେବେ ଅନେକ ପୁରୁଖା କାରିଗର କଷ୍ଟସାଧ୍ୟ ହେଲେ ମଧ୍ୟ ଏହି କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ଧାର କରଜ କରି କଞ୍ଚା ମାଲ ଆଣି ବାସନକୁସନ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ବହୁ ପରିବାର ଏହି ବୃତ୍ତିକୁ ଆପଣାଇ ଆସୁଥିଲେ। ଏବେ ହାତ ଗଣତି କେତେକ ଘରେ ଏହା ଦେଖିବାକୁ ମିଳୁଛି। କେନ୍ଦୁଝର ସହରରୁ ଏହି ବାଟ ଦେଇ ପୁରୁଣା ସହର ଗଲେ ଆପେ ଆପେ ଡେକ୍‌ଚି ପ୍ରସ୍ତୁତ ଶବ୍ଦ ଶୁଣି ଜାଣି ପାରି ଡେକ୍‌ଚି କିଣିବାକୁ ଆସିଥାନ୍ତି। ଏବେ କରୋନା କଟକଣା ଯୋଗୁଁ ସବୁ କିଛି ଠପ୍‌ ହୋଇଯାଇଥିବାରୁ ସେମାନେ ଚିନ୍ତାରେ ରହିଥିବା ଉକ୍ତ ସାହିର ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି। ଏବେ ପରିଶ୍ରମର ଫଳ ମିଳୁନାହିଁ। ନିଆଁ ଗରମରେ ଖଟୁଛୁ। ମଜୂରୀ ମିଳୁନାହିଁ। ମହାଜନ ପୁରୁଣା ମାଲ ଆଣି ଦେଲେ ତାହାକୁ ତରଳାଇ ପ୍ଲେଟ ତିଆରି ହୁଏ। ସେଥିରୁ ପିଟି ପିଟି ବାସନ ତିଆରି ହୁଏ ବୋଲି କାରିଗର ପ୍ରସନ୍ନ ସାହୁ କୁହନ୍ତି। ସୋସାଇଟି ନାହିଁ। ସାମଗ୍ରୀ ରଖିବା ପାଇଁ ଜାଗା ନାହିଁ। ସରକାରୀ ସହାୟତା ମଧ୍ୟ ମିଳୁନାହିଁ। ବାହାର ଜିଲା ଓ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନ ହାଟ ବୁଲି ବୁଲି ବିକିଆସୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri