ସଙ୍କଟରେ ଶହେ ବର୍ଷର କୌଳିକ ବୃତ୍ତି

କେନ୍ଦୁଝର, ୪।୯(ସ୍ବ.ପ୍ର.) – କେନ୍ଦୁଝର ସହରର ଆଟୋପୁର ସାହିର ପିଟା ବାସନ ଜିଲା ଓ ଜିଲା ବାହାରେ ପ୍ରସିଦ୍ଧି ଲାଭ କରିଛି। ପ୍ରୋତ୍ସାହନ ଅଭାବରୁ ଏହି ଶହେ ବର୍ଷର ପିଟା ବାସନ ପରମ୍ପରା ଲୋପ ପାଇବାକୁ ବସିଲାଣି। ଆଜିକାଲି ମେଶିନରେ ଆଲୁମିନିୟମରୁ ବାସନ କୁସନ ବହୁଳ ଭାବରେ ପ୍ରସ୍ତୁତ ହେଉଥିବାରୁ ଧୀରେ ଧୀରେ ପିଟା ବାସନର ଚାହିଦା କମୁଛି। ପିଟା ଡେକ୍‌ଚିରେ ଖାଦ୍ୟର ସ୍ବାଦ ନିଆରା। ଏଣୁ ଏବେ ମଧ୍ୟ ଅନେକ ଘରେ ଏହି ଡେକ୍‌ଚିର ବ୍ୟବହାର ହୋଇଥାଏ। ସେହିପରି ମେଳା ମହୋତ୍ସବ ସମୟରେ ଏହି ପିଟା ଡେକ୍‌ଚିକୁ ପ୍ରାୟ ସମସ୍ତେ ଖୋଜନ୍ତି। ତେବେ କରୋନା କଟକଣା କାରିଗରଙ୍କ ଜୀବିକା ଉପରେ ପାହାର ସଦୃଶ୍ୟ ହୋଇଛି।
କଠିନ ପରିଶ୍ରମ କରି ହାତରେ ଆଲୁମିନିୟମକୁ ପିଟି ପିଟି ଡେକ୍‌ଚି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗର ଉଚିତ ମୂଲ୍ୟ ପାଉ ନ ଥିବାରୁ ଆଉ ଆଗଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। କଞ୍ଚାମାଲର ଅଭାବ, କୋଇଲା ଓ କଞ୍ଚାମାଲର ମୂଲ୍ୟ ବୃଦ୍ଧି, ବିକ୍ରିବଟା ପାଇଁ ବଜାରର ଅଭାବ ଯୋଗୁ ଏହି ବହୁ ପୁରାତନ କାରିଗରି ବନ୍ଦ ହେବାକୁ ବସିଛି। ତେବେ ଅନେକ ପୁରୁଖା କାରିଗର କଷ୍ଟସାଧ୍ୟ ହେଲେ ମଧ୍ୟ ଏହି କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ଧାର କରଜ କରି କଞ୍ଚା ମାଲ ଆଣି ବାସନକୁସନ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ବହୁ ପରିବାର ଏହି ବୃତ୍ତିକୁ ଆପଣାଇ ଆସୁଥିଲେ। ଏବେ ହାତ ଗଣତି କେତେକ ଘରେ ଏହା ଦେଖିବାକୁ ମିଳୁଛି। କେନ୍ଦୁଝର ସହରରୁ ଏହି ବାଟ ଦେଇ ପୁରୁଣା ସହର ଗଲେ ଆପେ ଆପେ ଡେକ୍‌ଚି ପ୍ରସ୍ତୁତ ଶବ୍ଦ ଶୁଣି ଜାଣି ପାରି ଡେକ୍‌ଚି କିଣିବାକୁ ଆସିଥାନ୍ତି। ଏବେ କରୋନା କଟକଣା ଯୋଗୁଁ ସବୁ କିଛି ଠପ୍‌ ହୋଇଯାଇଥିବାରୁ ସେମାନେ ଚିନ୍ତାରେ ରହିଥିବା ଉକ୍ତ ସାହିର ଆଇନଜୀବୀ ସନ୍ତୋଷ ସାହୁ କହିଛନ୍ତି। ଏବେ ପରିଶ୍ରମର ଫଳ ମିଳୁନାହିଁ। ନିଆଁ ଗରମରେ ଖଟୁଛୁ। ମଜୂରୀ ମିଳୁନାହିଁ। ମହାଜନ ପୁରୁଣା ମାଲ ଆଣି ଦେଲେ ତାହାକୁ ତରଳାଇ ପ୍ଲେଟ ତିଆରି ହୁଏ। ସେଥିରୁ ପିଟି ପିଟି ବାସନ ତିଆରି ହୁଏ ବୋଲି କାରିଗର ପ୍ରସନ୍ନ ସାହୁ କୁହନ୍ତି। ସୋସାଇଟି ନାହିଁ। ସାମଗ୍ରୀ ରଖିବା ପାଇଁ ଜାଗା ନାହିଁ। ସରକାରୀ ସହାୟତା ମଧ୍ୟ ମିଳୁନାହିଁ। ବାହାର ଜିଲା ଓ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନ ହାଟ ବୁଲି ବୁଲି ବିକିଆସୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri