ମୁକୁଳାପଡ଼ିଛି ଶତାଧିକ ବୋର୍‌ଓ୍ବେଲ, କ୍ଷେତ୍ରୀୟ ଅନୁଧ୍ୟାନ କରିବେ ବିଭାଗୀୟ ଇଞ୍ଜିନିୟର

ସୋନପୁର,୧୬।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତର କଇଁଫୁଲ ଗାଁରେ ଏକ ଡିପ୍‌ ବୋରଓ୍ବେଲରେ ପଡି ଦୁଃଖୀ ନେଗୀ(୭୨) ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଓଡିଶା ଉଠା ଜଳସେଚନ ନିଗମ(ଓଏଲଆଇସି) ପକ୍ଷରୁ ୧୦ ବର୍ଷ ପୂର୍ବରୁ ଏହି ଗଭୀର ନଳକୂପ ଖୋଳା ଯାଇଥିଲା। ତେବେ ନଳକୂପଟି ଶୁଷ୍କ ପଡିବାରୁ ଠିକା ସଂସ୍ଥା ଉକ୍ତ ଗାତକୁ ବାଲି ଫିଲିଂ ନ କରି ସେମିତି ଛାଡି ଦେଇଥିଲା। ବର୍ଷାରେ ଧୋଇ ହୋଇ ଗାତର ଉପରି ଭାଗ କ୍ରମଶଃ ଓସାରିଆ ହୋଇ ଯାଇଥିଲା। ଫଳରେ ଘାସରେ ଭର୍ତ୍ତି ହୋଇଥିବା ଉକ୍ତ ଗାତରେ ପଡି ବୃଦ୍ଧା ଦୁଃଖୀଙ୍କ ଜୀବନ ଗଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଓଏଲଆଇସି ପକ୍ଷରୁ ରାଜ୍ୟରେ ଖୋଳା ଯାଇଥିବା ସମସ୍ତ ଡିପ୍‌ ବୋରଓ୍ବେଲ ଓ ସାଲୋ ଟ୍ୟୁବ୍‌ଓ୍ବେଲର ସ୍ଥିତି ଜାଣିବା ପାଇଁ ତତ୍ପରତା ପ୍ରକାଶ ପାଇଛି।

ଓଡିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଏହି ପ୍ରସଙ୍ଗରେ ବୁଧବାର ନିଗମର ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଠିକାସଂସ୍ଥାର ପ୍ରତିନିଧିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଏଭଳି ଦୁର୍ଭାଗ୍ୟଜନକ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାରଠାରୁ ରାଜ୍ୟର ସମସ୍ତ ପୁରାତନ ଓ ନୂତନ ଡିପ୍‌ ବୋରଓ୍ବେଲ, ସାଲୋ ଟ୍ୟୁବ୍‌ ଓ୍ବେଲର ସ୍ଥିତି ଜାଣିବା ପାଇଁ ଓଏଲଆଇସିର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀମାନେ ପ୍ରକଳ୍ପ ଅଞ୍ଚଳ ବୁଲିବେ। ଅସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ ନିଗମ ପକ୍ଷରୁ ସେଗୁଡିକୁ ତୁରନ୍ତ ପୋତାଯିବ। ସେହିପରି ଯେଉଁ ପ୍ରକଳ୍ପଗୁଡିକରେ ବିଦ୍ୟୁତ୍‌ ସଂଯୋଗ ହୋଇନି ସେଗୁଡିକୁ ଚିହ୍ନଟ କରାଯାଇ କେସିଂ ପାଇପ୍‌ରେ କ୍ୟାପିଂ କରାଯିବାକୁ ଏମ୍‌ଡି ସାମଲ ନିର୍ବାହୀ ଯନ୍ତ୍ରୀ ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୩୦ ଜିଲାରେ ୭ ଦିନ ଭିତରେ ଏହି କାମ ସାରିବାକୁ କୁହାଯାଇଛି। ନିଜ ଅଞ୍ଚଳରେ କୌଣସି ଡିପ୍‌ ବୋରଓ୍ବେଲ ଓ ସେଲୋ ଟ୍ୟୁବ୍‌ ଓ୍ବେଲ ମୁକୁଳା ପଡିନାହିଁ, ସେଗୁଡିକ ଆବଦ୍ଧ କରାଯାଇଛି ବୋଲି ନିଗମର ନିର୍ବାହୀ ଯନ୍ତ୍ରୀମାନେ ଲିଖିତ ଭାବେ ଜଣାଇବାକୁ ଏମ୍‌ଡି ସାମଲ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଏଭଳି ଦୁଃଖଦ ଘଟଣା ପରେ ବୁଧବାର ସୁବର୍ଣ୍ଣପୁର ଜିଲାର କେତେକ ଗ୍ରାମରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଖୋଳା ଯାଇଥିବା ପୁରାତନ ଓ ନୂତନ ଡିପ୍‌ ବୋରଓ୍ବେଲଗୁଡିକ ସେମିତି ମୁକୁଳା ପଡିଥିବା ଦେଖିବାକୁ ମିଳିଥିଲା। ଅସଫଳ ପ୍ରକଳ୍ପଗୁଡିକୁ ଠିକାସଂସ୍ଥା ନ ପୋତି ସେମିତି ଛାଡି ଦେଇଛନ୍ତି। ବିଭାଗୀୟ ଇଞ୍ଜିନିୟରମାନେ ଏ ଦିଗରେ ଯତ୍ନବାନ ନୁହନ୍ତି। ସେହିପରି ନୂତନ ଭାବେ ଖୋଳା ଯାଇଥିବା ବୋରଓ୍ବେଲଗୁଡିକରେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ସେଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନି। ଦୀର୍ଘ ମାସ ଧରି କେସିଂ ପାଇପ୍‌ରେ କ୍ୟାପିଂ କରାଯାଇନି। ଗଭୀର ନଳକୂପର ପାଇପ୍‌ଗୁଡିକ ମୁକୁଳା ପଡିଛି। ମୃତ ବୃଦ୍ଧାଙ୍କ ଝିଅ ଜ୍ୱାଇଁଙ୍କ ଗାଁ ମଲ୍ଳିକମୁଣ୍ଡା ପଞ୍ଚାୟତର କସୁରପାଲିରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏକାଧିକ ଡିପ୍‌ ବୋରଓ୍ବେଲର କେସିଂ ପାଇପ୍‌ ମୁକୁଳା ପଡିଛି। ସରକାରୀ ତଥ୍ୟ ଅନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୧୪-୧୫ ମସିହା ପୂର୍ବରୁ ୨୬୦୧ଟି ସଚଳ ପ୍ରକଳ୍ପ ରହିଛି। ସେହିପରି ୨୦୧୫-୧୬ ମସିହା ପରେ ୮୪୦ଟି ବୋରଓ୍ବେଲ ଖୋଳାଯାଇଛି। ସେଥିମଧ୍ୟରୁ ୫୨୩ଟି ପ୍ରକଳ୍ପ ସଚଳ ଥିବା ବେଳେ ୩୧୭ଟି ଅଚଳ ହୋଇପଡିଛି। ଚଳିତବର୍ଷ ପୁଣି ୨୩୦୦ଟି ନୂଆ ବୋରଓ୍ବେଲ ଖୋଳିବା ପାଇଁ ଟେଣ୍ଡର ପରେ କାର୍ଯ୍ୟ ଚାଲୁ ରହିଛି। ତେବେ କେତୋଟି ବୋରଓ୍ବେଲ ମୁକୁଳା ପଡିଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମୁହଁ ଖୋଲୁନାହାନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଉଠା ଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ବେହେରା କୁହନ୍ତି ସମସ୍ତ ପୁରାତନ ଓ ନୂତନ ପ୍ରକଳ୍ପଗୁଡିକୁ ଅନୁଧ୍ୟାନ କରାଯିବ। ଅସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ ସେଗୁଡିକୁ ତୁରନ୍ତ ପୋତାଯିବ। ସଫଳ ପ୍ରକଳ୍ପଗୁଡିକ ମୁକୁଳା ପଡିଥିଲେ କେସିଂ ପାଇପ୍‌ଗୁଡିକୁ କ୍ୟାପିଂ କରାଯିବ ବୋଲି କହିଛନ୍ତି। କଇଁଫୁଲ ଘଟଣାରେ ପ୍ରକଳ୍ପଟି ଅସଫଳ ହୋଇଥିଲା। ଠିକାସଂସ୍ଥା ପକ୍ଷରୁ ତାହା ପୋତା ଯାଇଥିଲା। ତେବେ ବର୍ଷାରେ ମାଟି ଦବି ଯିବାରୁ ୨୦ ଫୁଟ ଗାତ ସୃଷ୍ଟି ହୋଇଥିବା ଇଂ ବେହେରା ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ, ମୁକୁଳା ବୋର ଓ୍ବେଲରେ ପଡି ମୃତ୍ୟୁବରଣ କରିଥିବା ଦୁଃଖୀଙ୍କ ଘର ସୋନପୁର ବ୍ଲକ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁରେ। ସେ ଝିଅ ଘରକୁ ବୁଲି ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିଲା।ଏହି ଘଟଣାରେ ସୋନପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri