୨୦୩୦ ସୁଦ୍ଧା ଅମର ହୋଇପାରେ ମଣିଷ

ଓ୍ବାଶିଂଟନ୍‌, ୪।୪: ଦୁନିଆରେ ଜନ୍ମ ଓ ମୃତ୍ୟୁ ଏକମାତ୍ର ସତ ବୋଲି କୁହାଯାଏ, ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ବିଜ୍ଞାନ ତଥା ଚିକିତ୍ସା କ୍ଷେତ୍ରରେ ଉନ୍ନତି ଯୋଗୁ ବର୍ତ୍ତମାନ ସମୟରେ ବହୁ ଦୁଃସାଧ୍ୟ ରୋଗକୁ ଭଲ କରାଯାଇ ପାରୁଛି। ଫଳରେ ମଣିଷ ନିଜର ମୃତ୍ୟୁ କାଳକୁ କିଛି ସମୟ ପାଇଁ ଟାଳି ଦେଉଛି। ତେବେ ମଣିଷକୁ ଅମର କରି ରଖିବାରେ ଅଦ୍ୟାବଧି କୌଣସି ବୈଜ୍ଞାନିକ ପଦ୍ଧତି ବିକାଶଲାଭ କରି ନାହିଁ। କିନ୍ତୁ ମଣିଷ ଖୁବ୍‌ଶୀଘ୍ର ଏହାକୁ ସତ ପ୍ରମାଣିତ କରିବାକୁ ଯାଉଛି। ୨୦୩୦ ବେଳକୁ ମଣିଷ ଅମର ହୋଇଯିବ ବୋଲି ଗୁଗଲ କମ୍ପାନୀର ପୂର୍ବତନ ଇଞ୍ଜିନିୟର୍‌ ରେ’ କୁର୍ଜଓ୍ବେଲ ଦାବି କରିଛନ୍ତି।
କୁର୍ଜଓ୍ବେଲ୍‌ଙ୍କ ପୁସ୍ତକ ‘ଦ ସିଙ୍ଗୁଲାରିଟି ଇଜ୍‌ ନିୟର୍‌’ ଅନୁସାରେ ଭବିଷ୍ୟକତରେ ମଣିଷ ନିଜେ ନଜର ଭାଗ୍ୟ ନିର୍ଦ୍ଧାରଣ କରିବ। ମଣିଷ ଅମର ହେବା ଲାଗି ଯେଉଁ ସ୍ବପ୍ନ ଦେଖିଥିଲା, ତାହା ଆଗାମୀ ୭ ବର୍ଷ ମଧ୍ୟରେ ପୂରା ହେବାକୁ ଯାଉଛି। ଏହା କେବଳ ନାନୋରୋବଟ୍ସ୍‌ ମାଧ୍ୟମରେ ସମ୍ଭବପର ହେବ ବୋଲି କୁର୍ଜଓ୍ବେଲ୍‌ ତାଙ୍କ ପୁସ୍ତକ ଜରିଆରେ କହିଛନ୍ତି। ଅନ୍ୟପକ୍ଷେ ଅମରତ୍ୱ ଲାଭ କରିବା ସକାଶେ ବିଜ୍ଞାନାଗାରରେ ବୈଜ୍ଞାନିକମାନଙ୍କ ପକ୍ଷରୁ ଅନେକ ପ୍ରକାର ଗବେଷଣା କରାଯାଉଥିଲେ ହେଁ କୌଣସିଥିରେ ଅଦ୍ୟାବଧି ସଫଳତା ମିଳିପାରି ନାହିଁ।
୨୦୦୫ରେ କୁର୍ଜଓ୍ବେଲଙ୍କ ପୁସ୍ତକ ‘ଦ ସିଙ୍ଗୁଲାର ଇଜ୍‌ ନିୟର’ ଉନ୍ମୋଚିତ ହୋଇଥିଲା। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ କିଛିଦିନ ପୂର୍ବେ ଟେକ୍‌ ବ୍ଲଗର୍‌ ଆଡାଜିଓ ଏ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଜେନେଟିକ୍ସ, ରୋବୋଟିକ୍ସ, ନାନୋ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) କୁ ପ୍ରୟୋଗ କରି ମଣିଷକୁ ଅମର କରାଯିବ। ୨୦୨୯ବେଳକୁ ଉନ୍ନତମାନର ଏଆଇ ବୈଜ୍ଞାନିକମାନେ ବିକାଶ କରିବେ ବୋଲି କୁର୍ଜଓ୍ବେଲ୍‌ ୨୦୧୭ରେ କହିଥିଲେ। ‘ଦ ସିଙ୍ଗୁଲାରିଟି ଇଜ୍‌ ନିୟର୍‌’ ଅନୁସାରେ ଟେକ୍ନୋଲୋଜିରେ ଦ୍ରୁତ ପରିବର୍ତ୍ତନର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିବ। ଏହାଦ୍ୱାରା ମଣିଷ ନିଜେ ହିଁ ନିଜର ଭାଗ୍ୟ ନିର୍ମାତା ସାଜିବ। ଫଳରେ ମଣିଷ ଯେତିକି ବର୍ଷ ଜିଇବାକୁ ଚାହିଁବ ସେତିକି ସମୟ ଜୀବିତ ରହିପାରିବ। ଏ ନେଇ କରାଯାଇଥିବା ୧୪୭ ପୂର୍ବାନୁମାନ ଭିତରୁ ୮୬% ଆଗାମୀ ଦିନରେ ସତ ହେବାକୁ ଯାଉଥିବା କୁର୍ଜଓ୍ବେଲ ୨୦୧୦ରେ କହିଥିଲେ।
୭୫ ବର୍ଷୀୟ କମ୍ପ୍ୟୁଟର ସାଇଣ୍ଟିଷ୍ଟ୍‌ କୁର୍ଜଓ୍ବେଲ ୧୯୯୯ରେ ଟେକ୍ନୋଲୋଜି କ୍ଷେତ୍ରରେ ନ୍ୟାଶନାଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କୁର୍ଜଓ୍ବେଲ୍‌ ପ୍ରଥମ କରି ସିସିଡି ଫ୍ଲାଟ୍‌-ବେଡ୍‌ ସ୍କାନର ବିକାଶ କରିଥିଲେ। ୨୦୧୨ରେ ସେ ଗୁଗଲର ଡିରେକ୍ଟର ଅଫ୍‌ ଇଞ୍ଜିନିୟରିଂ ଦାୟିତ୍ୱ ଗ୍ରହଣ କରିଥିଲେ। ଆମେରିକାର ୩ ରାଷ୍ଟ୍ରପତିଙ୍କ ଦ୍ୱାରା ୧୩ ଡକ୍ଟରେଟ୍‌ ପୁରସ୍କାରରେ କୁର୍ଜଓ୍ବେଲ୍‌ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୨ବର୍ଷ ପରେ ଜାଣିଲେ ଦେଶର ନାଗରିକ ନୁହଁନ୍ତି, ଏବେ କୋର୍ଟ ଧାଉଁଛନ୍ତି ଡାକ୍ତର…

ଓ୍ବାଶିଂଟନ୍‌,୧।୧୨: ଆମେରିକାର ଉତ୍ତର ଭର୍ଜିନିଆରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଡାକ୍ତର ଦୀର୍ଘ ୬୨ବର୍ଷ ପରେ ଦେଶର ନାଗରିକ ନୁହଁନ୍ତି...

କପ-୨୮ ସମ୍ମିଳନୀରେ ସାମିଲ ହୋଇଥିବା ନେତା ଏକାଠି ଆସିଲେ ନଜର, କ୍ଲିକ କରାଗଲା ଫଟୋ

ନୂଆଦିଲ୍ଲୀ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ସଂଯୁକ୍ତ ରାଜ୍ୟ ଏମିରେଟ୍ସର ରାଜଧାନୀ ଦୁବାଇରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ଭାରତୀୟ ସମ୍ପ୍ରଦାୟ ତାଙ୍କୁ...

ମହିଳା ଜନ୍ମ କରନ୍ତୁ ୮ଟି ଲେଖାଏଁ ଶିଶୁ: ପୁଟିନ

ମସ୍କୋ,୧।୧୨: ଋଷିଆ-ୟୁକ୍ରେନ ସଂଘର୍ଷକୁ ଦେଢ ବର୍ଷରୁ ଅଧିକ ପୁରିଥିବାବେଳେ ଏଥିରେ ୩ଲକ୍ଷର ଅଧିକ ଲୋକ ନିହତ ହୋଇଛନ୍ତି। ପ୍ରାୟ ୮ରୁ ୯ଲକ୍ଷ ଲୋକ ଦେଶ ଛାଡି...

ଯୁଦ୍ଧବିରତି ଅବଧି ଶେଷ ହେବା ପରେ ପୁଣି ଗାଜା ଉପରେ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ

ଜେରୁଜେଲମ,୧।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ଯୁଦ୍ଧବିରତି ଅବଧି ଶେଷ ହେବା ପରେ ଇସ୍ରାଏଲ ପୁଣି ଥରେ ଗାଜା...

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

ବିମାନରୁ ଓହ୍ଲାଇବାକୁ ଅଧ ଘଣ୍ଟା ଅପେକ୍ଷା କଲେ ରାଷ୍ଟ୍ରପତି

ଦୋହା,୧।୧୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟରଙ୍କୁ କତାରରେ ଅବତରଣ କରିବା ପରେ ବିମାନରେ ଅଧ ଘଣ୍ଟା ଅପେକ୍ଷା କରିବାକୁ ପଡିଥିବା ବେଳେ ତାଙ୍କୁ ଏକ...

ଚାଇନା ପରେ ଏବେ ଆମେରିକାରେ ବ୍ୟାପିଲାଣି ରହସ୍ୟମୟ ନିମୋନିଆ!

ଓ୍ବାଶିଂଟନ,୧।୧୨: ଆମେରିକାର ଓହିଓରେ ବହୁ ସଂଖ୍ୟକ ଶିଶୁ ରହସ୍ୟମୟ ନିମୋନିଆରେ ପୀଡିତ ହୋଇଥିବା କୁହାଯାଉଛି। ଏହି କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାଇନାରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri