୨୦୩୦ ସୁଦ୍ଧା ଅମର ହୋଇପାରେ ମଣିଷ

ଓ୍ବାଶିଂଟନ୍‌, ୪।୪: ଦୁନିଆରେ ଜନ୍ମ ଓ ମୃତ୍ୟୁ ଏକମାତ୍ର ସତ ବୋଲି କୁହାଯାଏ, ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ସୁନିଶ୍ଚିତ। ବିଜ୍ଞାନ ତଥା ଚିକିତ୍ସା କ୍ଷେତ୍ରରେ ଉନ୍ନତି ଯୋଗୁ ବର୍ତ୍ତମାନ ସମୟରେ ବହୁ ଦୁଃସାଧ୍ୟ ରୋଗକୁ ଭଲ କରାଯାଇ ପାରୁଛି। ଫଳରେ ମଣିଷ ନିଜର ମୃତ୍ୟୁ କାଳକୁ କିଛି ସମୟ ପାଇଁ ଟାଳି ଦେଉଛି। ତେବେ ମଣିଷକୁ ଅମର କରି ରଖିବାରେ ଅଦ୍ୟାବଧି କୌଣସି ବୈଜ୍ଞାନିକ ପଦ୍ଧତି ବିକାଶଲାଭ କରି ନାହିଁ। କିନ୍ତୁ ମଣିଷ ଖୁବ୍‌ଶୀଘ୍ର ଏହାକୁ ସତ ପ୍ରମାଣିତ କରିବାକୁ ଯାଉଛି। ୨୦୩୦ ବେଳକୁ ମଣିଷ ଅମର ହୋଇଯିବ ବୋଲି ଗୁଗଲ କମ୍ପାନୀର ପୂର୍ବତନ ଇଞ୍ଜିନିୟର୍‌ ରେ’ କୁର୍ଜଓ୍ବେଲ ଦାବି କରିଛନ୍ତି।
କୁର୍ଜଓ୍ବେଲ୍‌ଙ୍କ ପୁସ୍ତକ ‘ଦ ସିଙ୍ଗୁଲାରିଟି ଇଜ୍‌ ନିୟର୍‌’ ଅନୁସାରେ ଭବିଷ୍ୟକତରେ ମଣିଷ ନିଜେ ନଜର ଭାଗ୍ୟ ନିର୍ଦ୍ଧାରଣ କରିବ। ମଣିଷ ଅମର ହେବା ଲାଗି ଯେଉଁ ସ୍ବପ୍ନ ଦେଖିଥିଲା, ତାହା ଆଗାମୀ ୭ ବର୍ଷ ମଧ୍ୟରେ ପୂରା ହେବାକୁ ଯାଉଛି। ଏହା କେବଳ ନାନୋରୋବଟ୍ସ୍‌ ମାଧ୍ୟମରେ ସମ୍ଭବପର ହେବ ବୋଲି କୁର୍ଜଓ୍ବେଲ୍‌ ତାଙ୍କ ପୁସ୍ତକ ଜରିଆରେ କହିଛନ୍ତି। ଅନ୍ୟପକ୍ଷେ ଅମରତ୍ୱ ଲାଭ କରିବା ସକାଶେ ବିଜ୍ଞାନାଗାରରେ ବୈଜ୍ଞାନିକମାନଙ୍କ ପକ୍ଷରୁ ଅନେକ ପ୍ରକାର ଗବେଷଣା କରାଯାଉଥିଲେ ହେଁ କୌଣସିଥିରେ ଅଦ୍ୟାବଧି ସଫଳତା ମିଳିପାରି ନାହିଁ।
୨୦୦୫ରେ କୁର୍ଜଓ୍ବେଲଙ୍କ ପୁସ୍ତକ ‘ଦ ସିଙ୍ଗୁଲାର ଇଜ୍‌ ନିୟର’ ଉନ୍ମୋଚିତ ହୋଇଥିଲା। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ କିଛିଦିନ ପୂର୍ବେ ଟେକ୍‌ ବ୍ଲଗର୍‌ ଆଡାଜିଓ ଏ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଜେନେଟିକ୍ସ, ରୋବୋଟିକ୍ସ, ନାନୋ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) କୁ ପ୍ରୟୋଗ କରି ମଣିଷକୁ ଅମର କରାଯିବ। ୨୦୨୯ବେଳକୁ ଉନ୍ନତମାନର ଏଆଇ ବୈଜ୍ଞାନିକମାନେ ବିକାଶ କରିବେ ବୋଲି କୁର୍ଜଓ୍ବେଲ୍‌ ୨୦୧୭ରେ କହିଥିଲେ। ‘ଦ ସିଙ୍ଗୁଲାରିଟି ଇଜ୍‌ ନିୟର୍‌’ ଅନୁସାରେ ଟେକ୍ନୋଲୋଜିରେ ଦ୍ରୁତ ପରିବର୍ତ୍ତନର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିବ। ଏହାଦ୍ୱାରା ମଣିଷ ନିଜେ ହିଁ ନିଜର ଭାଗ୍ୟ ନିର୍ମାତା ସାଜିବ। ଫଳରେ ମଣିଷ ଯେତିକି ବର୍ଷ ଜିଇବାକୁ ଚାହିଁବ ସେତିକି ସମୟ ଜୀବିତ ରହିପାରିବ। ଏ ନେଇ କରାଯାଇଥିବା ୧୪୭ ପୂର୍ବାନୁମାନ ଭିତରୁ ୮୬% ଆଗାମୀ ଦିନରେ ସତ ହେବାକୁ ଯାଉଥିବା କୁର୍ଜଓ୍ବେଲ ୨୦୧୦ରେ କହିଥିଲେ।
୭୫ ବର୍ଷୀୟ କମ୍ପ୍ୟୁଟର ସାଇଣ୍ଟିଷ୍ଟ୍‌ କୁର୍ଜଓ୍ବେଲ ୧୯୯୯ରେ ଟେକ୍ନୋଲୋଜି କ୍ଷେତ୍ରରେ ନ୍ୟାଶନାଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କୁର୍ଜଓ୍ବେଲ୍‌ ପ୍ରଥମ କରି ସିସିଡି ଫ୍ଲାଟ୍‌-ବେଡ୍‌ ସ୍କାନର ବିକାଶ କରିଥିଲେ। ୨୦୧୨ରେ ସେ ଗୁଗଲର ଡିରେକ୍ଟର ଅଫ୍‌ ଇଞ୍ଜିନିୟରିଂ ଦାୟିତ୍ୱ ଗ୍ରହଣ କରିଥିଲେ। ଆମେରିକାର ୩ ରାଷ୍ଟ୍ରପତିଙ୍କ ଦ୍ୱାରା ୧୩ ଡକ୍ଟରେଟ୍‌ ପୁରସ୍କାରରେ କୁର୍ଜଓ୍ବେଲ୍‌ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼, ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?