‘ମାନବ ଚାଲାଣ ମଧ୍ୟସ୍ଥଙ୍କ ମୂଳୋତ୍ପାଟନ ଜରୁରୀ’

ପୁରୀ,୧୩ା୨( ଅଜିତ୍‌ କୁମାର ମହାନ୍ତି): ମାନବ ଚାଲାଣ ଏକ ଘୃଣ୍ୟ ଓ ଜଘନ୍ୟ ଆପରାଧିକ କାର୍ଯ୍ୟ। ଏହାକୁ ସାମୂହିକ ଉଦ୍ୟମ ଓ ସହଯୋଗ ଦ୍ୱାରା ପ୍ରତିହତ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବୁଧବାର ଅପରାହ୍ନରେ ପୁରୀ ଜିଲା ସଂସ୍କୃତି ଭବନରେ ଜାତୀୟ ମହିଳା କମିଶନ ଏବଂ ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଲୱେ ସୁରକ୍ଷା ବଳର ମିଳିତ ଆନୁକୂଲ୍ୟରେ ମାନବ ଚାଲାଣ ସମ୍ପର୍କରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ଯୋଗଦେଇ କର୍ମଶାଳାକୁ ଉଦ୍‌ଘାଟନ କରିବା ସହ କହିଛନ୍ତି, ମାନବ ଚାଲାଣ ରୋକିବାକୁ ଅର୍ଥ ବାଧକ ସାଜିବ ନାହିଁ। ରେଲୱେ ସୁରକ୍ଷା ବଳ, ଆରକ୍ଷୀ ବାହିନୀ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶିକ୍ଷା ବିଭାଗର ଲଗାତାର ମିଳିତ ସହଯୋଗରେ ମାନବ ଚାଲାଣକୁ ସମ୍ପୂର୍ଣ୍ଣ ବିଲୁପ୍ତ କରାଯାଇପାରିବ। ଗାଁର ଗରିବ, ଅସହାୟ ଓ ଅଶିକ୍ଷିତ ଲୋକେ କିଛି ଧୂର୍ତ୍ତ ମଧ୍ୟସ୍ଥିଙ୍କ ଠକାମିର ଶିକାର ହୋଇଥାନ୍ତି। ଏଥିପ୍ରତି ବିଭାଗଗୁଡିକ ନିରନ୍ତର ଦୃଷ୍ଟି ଦେବା ସହ ପ୍ରତ୍ୟେକ ବର୍ଷ ୩/୪ଟି ସଚେତନତା କର୍ମଶାଳା ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ଫଳରେ ମଧ୍ୟସ୍ଥମାନେ ଭୟ କରିବେ ଓ ସାଧାରଣ ଲୋକେ ସଚେତନ ହୋଇ ସାହସ ପାଇବେ। ଗତବର୍ଷ ରଥଯାତ୍ରାରେ ଗୋଟିଏ ବି ପିଲା ହଜି ନ ଥିବା ଆମ ସମସ୍ତଙ୍କ ମିଳିତ ଉଦ୍ୟମର ଫଳ। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆର୍‌ପିଏଫ୍‌ ମିଶି ଚଳିତ ବର୍ଷ ୮୧୯ ନାବାଳକ ଓ ୬୯ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ପୂର୍ବରୁ ଚାଲାଣ ହୋଇ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ପିଲାଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କର୍ମଶାଳାରେ ଅଧ୍ୟକ୍ଷତା କରି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା କେ. ରାହତକର କହିଛନ୍ତି, ମହିଳାଙ୍କୁ ନିରାପତ୍ତା ଓ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ ମହିଳା କମିଶନ କାର୍ଯ୍ୟ କରୁଛି। କୌଣସି ସ୍ତରରେ ବି ଚୁପ ନ ରହି ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ତୁଣ୍ଡ ଖୋଲିବାକୁ ସେ ଅନୁରୋଧ କରିଥିଲେ। ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନବ ଚାଲାଣ ବିରୋଧୀ ଅଭିଯାନର ଜଣେ ଜଣେ ଆମ୍ବାସାଡାର। ୨୦୧୮ରୁ ମୁମ୍ବାଇରେ ମାନବ ଚାଲାଣର ବିଲୋପ ପାଇଁ ପ୍ରୟାସ ଜାରି ରହିଛି। ଚଳିତ ବର୍ଷ ୨୫ଟି କର୍ମଶାଳା ମହିଳା କମିଶନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି। ମାନବ ଚାଲାଣରେ କେବଳ ଗୋଟିଏ ଜୀବନ ନଷ୍ଟ ହୁଏ ନାହିଁ, ସ୍ବପ୍ନ ସହ ପରିବାର ମଧ୍ୟ ଭୁଶୁଡ଼ିପଡ଼େ ବୋଲି କହିବା ସହ ଏହାର ନିରାକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଇଷ୍ଟକୋଷ୍ଟ ରେଲୱେ ଆଇଜି ଆଲୋକ ଭୋରା କହିଥିଲେ ଏହା ଏକ ସମ୍ବେଦନଶୀଳ ସମସ୍ୟା। ମିଳିତ ଉଦ୍ୟମ ଦ୍ୱାରା ଏହାର ସମାଧାନ ପାଇଁ ସେ ଅନୁରୋଧ କରିଥିଲେ। ଏସ୍‌ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ କର୍ମଶାଳାରେ ଉପସ୍ଥିତ ଥିଲେ। ସିନିୟର ଡିଏସ୍‌ସି ମିଥୁନ ସୋନି ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଷୟ ବିଶାରଦ ଭାବେ ଏଡିଜି ଅରୁଣ ବୋଥ୍ରା, ବରିଷ୍ଠ ପରାମର୍ଶଦାତା ନିଶିତ ଦୁବେ ଓ ଗୌରବ ଗିଲ ପ୍ରମୁଖ ମାନବ ଚାଲାଣର ପ୍ରକ୍ରିୟା, ସମ୍ପୃକ୍ତ ରହୁଥିବା ବ୍ୟକ୍ତି ଚରିତ୍ର, ପ୍ରତିହତର ପ୍ରକ୍ରିୟା, ଅଧିକାରୀ କର୍ମଚାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?