ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶୀ। ବିବାହକୁ ନେଇ ନେଇ ଚାଲିଥିବା ଗୁଜବ ଶେଷରେ ସତ ହୋଇଛି। ନିକଟରେ ହୁମା ତାଙ୍କ ବୟଫ୍ରେଣ୍ଡ ରଚିତ ସିଂଙ୍କ ସହ ବୁଲୁଥିବା ଦେଖିବାକୁ ମିଳିଥିଲା। ଉଭୟ ଖୁବ୍ଶୀଘ୍ର ବିବାହ କରିବେ ବୋଲି ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ହେଉଛି। ଚଳିତବର୍ଷ ଶେଷ ସୁଦ୍ଧା ରଚିତଙ୍କ ହାତ ଧରିବେ ହୁମା।
ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଉଭୟ ଅକ୍ଟୋବର ଶେଷ କିମ୍ବା ନଭେମ୍ବରରେ ବିବାହ କରିବାକୁ ଯୋଜନା କରୁଛନ୍ତି। ଦୁହେଁ ଭବ୍ୟ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ବିବାହରେ ତାଙ୍କ ନିକଟତର ବନ୍ଧୁ ଏବଂ ପରିବାର ଯୋଗଦେବେ ଏବଂ ପରେ ଏକ ବଡ଼ ରିସେପ୍ସନ ହେବ। ଏହି କାର୍ଯ୍ୟକ୍ରମ ମୁମ୍ବାଇରେ ହେବ।
Dharitri – Odisha’s No.1 Odia Daily

