ଡେନ୍‌ମାର୍କରେ ମିଳିଲା ‘ଭାଇକିଂ’ ଯୁଗର ବିଶାଳ ବସ୍ତ୍ର ଉତ୍ପାଦନ କେନ୍ଦ୍ର

ସୋଫ୍ଟେନ (ଡେନମାର୍କ), ୨୫ା୬ (ଏପି): ୟୁରୋପର ପ୍ରାଚୀନ ଇତିହାସକୁ ନେଇ ବଡ଼ ପ୍ରତ୍ନତାତ୍ତ୍ୱିକ ସଫଳତା ମିଳିଛି। ଡେନ୍‌ମାର୍କରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଭାଇକିଂ ଯୁଗର ଏକ ବିଶାଳ ବସ୍ତ୍ର ଉତ୍ପାଦନ କେନ୍ଦ୍ର ଆବିଷ୍କାର କରିଛନ୍ତି, ଯାହା ପ୍ରାୟ ୧୦୦୦ ବର୍ଷରୁ ଅଧିକ ପୁରୁଣା। ଏହି ଆବିଷ୍କାର ପ୍ରାଚୀନ ଭାଇକିଂ ସମାଜର ଉଚ୍ଚ ସାଂସ୍କୃତିକ ଓ ବୈଷୟିକ ସମୃଦ୍ଧତାକୁ ଦର୍ଶାଉଛି। ସ୍ଥାନୀୟ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ (ମୋଏସଗାର୍ଡ ମ୍ୟୁଜିୟମ)ର ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧ ଲକ୍ଷ ବର୍ଗ ମିଟର ପରିମିତ ଏହି ସ୍ଥାନରେ ବସ୍ତ୍ର ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ‘ଛଣପଟ’ ବା ଫ୍ଲାକ୍ସ ପ୍ରକ୍ରିୟାକରଣ କେନ୍ଦ୍ର ସହ ୮୦ରୁ ଅଧିକ ଅର୍ଦ୍ଧ-ନିମଜ୍ଜିତ ମାଟିଘର ଉଦ୍ଧାର କରାଯାଇଛି, ଯାହାକୁ ସେହି ସମୟରେ କର୍ମଶାଳା ଏବଂ ବାସଗୃହ ଭାବେ ବ୍ୟବହାର କରାଯାଉଥିଲା।
ଡେନ୍‌ମାର୍କର ଦ୍ୱିତୀୟ ବୃହତ୍ତମ ସହର ଆରହୁସ୍‌ଠାରୁ ୧୦ କିଲୋମିଟର ଦୂର ସୋଫ୍ଟେନ ଅଞ୍ଚଳରେ ଏହି ଖନନ କାର୍ଯ୍ୟ କରାଯାଇଛି। ଏହି ସ୍ଥାନଟି ଖ୍ରୀଷ୍ଟାବ୍ଦ ୬୦୦ରୁ ୯୫୦ ମଧ୍ୟରେ ଅର୍ଥାତ୍‌ ଲୌହଯୁଗର ଶେଷ ଭାଗ ଏବଂ ଭାଇକିଂ ଯୁଗର ପ୍ରାରମ୍ଭିକ ସମୟର ବୋଲି ଜଣାପଡ଼ିଛି। ଭାଇକିଂ ଯୁଗ ହେଉଛି ୟୁରୋପୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସମୟ, ଯେତେବେଳେ ସ୍କାଣ୍ଡିନେଭିଆ (ନରୱେ, ସ୍ବୀଡେନ ଓ ଡେନ୍‌ମାର୍କ) ଅଞ୍ଚଳର ନର୍ସ ସମୁଦାୟର ଯୋଦ୍ଧା, ବ୍ୟବସାୟୀ ଓ ନାବିକମାନେ ସମଗ୍ର ୟୁରୋପରେ ନିଜର ପ୍ରଭାବ ବିସ୍ତାର କରିଥିଲେ।
୧୦ ମାସ ଧରି ଚାଲିଥିବା ଏହି ଖନନ କାର୍ଯ୍ୟର ନେତୃତ୍ୱ ନେଉଥିବା ପ୍ରତ୍ନତତ୍ତ୍ୱବିତ୍‌ ଲିଭ ଷ୍ଟିଡସିଂ କହିଛନ୍ତି, ଏଠାରେ ସୂତା କାଟିବା ପାଇଁ ବ୍ୟବହୃତ ଚରଖା ସଦୃଶ ସାମଗ୍ରୀ (ସ୍ପିଣ୍ଡଲ ହୋଲର୍‌ସ) ଏବଂ ବସ୍ତ୍ର ବୁଣିବା ଯନ୍ତ୍ର (ୱେଟ ଲୁମ୍ସ) ମିଳିଛି। ଏହା ସହିତ ପ୍ରାଚୀନ ରୁପା ମୁଦ୍ରା, କାଚର ଗୁଲି ଏବଂ ମାଟିପାତ୍ର ମଧ୍ୟ ଜବତ କରାଯାଇଛି। ଉତ୍ପାଦନ ଓ ହସ୍ତଶିଳ୍ପ ପାଇଁ ସ୍ବତନ୍ତ୍ର ଜୋନ୍‌ ଏବଂ ମାତ୍ର ଗୋଟିଏ ବାସଗୃହ ମିଳିଥିବାରୁ ଅନୁମାନ କରାଯାଉଛି ଯେକୌଣସି ଜଣେ ଶକ୍ତିଶାଳୀ ଶାସକ କିମ୍ବା ଶିଳ୍ପପତିଙ୍କ ଅଧୀନରେ ଏହି ସମଗ୍ର ଉତ୍ପାଦନ କାର୍ଯ୍ୟ ପରିଚାଳିତ ହେଉଥିଲା। ଇତିହାସକାର କାସପର ଆଣ୍ଡରସେନ୍‌ଙ୍କ କହିବା ଅନୁଯାୟୀ, ଭାଇକିଂ ଯୁଗରେ ଆରହୁସ୍‌ ସହରଟି ଅନ୍ତର୍ଜାତୀୟ ବାଣିଜ୍ୟ ଓ ରାଜ ପରିବାରର ଏକ ପ୍ରମୁଖ କେନ୍ଦ୍ର ଥିଲା। ଏହି ଶିଳ୍ପାଞ୍ଚଳରୁ ବୃହତ୍‌ ପରିମାଣର ବସ୍ତ୍ର ଉତ୍ପାଦନ କରାଯାଇ ବିଶ୍ୱ ବଜାରକୁ ରପ୍ତାନି କରାଯାଉଥିଲା। ଏତେ ବଡ଼ ସ୍ତରରେ ବସ୍ତ୍ର ପ୍ରସ୍ତୁତି କେବଳ ସ୍ଥାନୀୟ ଆବଶ୍ୟକତା ପାଇଁ ନଥିଲା, ବରଂ ଏହାକୁ ବଡ଼ ଅନ୍ତର୍ଜାତୀୟ ବ୍ୟବସାୟିକ ନେଟ୍‌ୱର୍କର ଏକ ଅଂଶ ଭାବେ ବୁଝିବାକୁ ହେବ।
ସାଧାରଣତଃ ଇତିହାସରେ ଭାଇକିଂମାନଙ୍କୁ ଅସଭ୍ୟ, ବର୍ବର ଏବଂ ଲୁଟେରା ଦଳ ଭାବେ ଚିତ୍ରଣ କରାଯାଉଥିଲା। ମାତ୍ର ଏହି ଆବିଷ୍କାର ପ୍ରମାଣ କରୁଛି ଯେ ସେମାନେ ଏକ ଅତ୍ୟନ୍ତ ସୁସଂଗଠିତ ଏବଂ ଶିଳ୍ପ ସମୃଦ୍ଧ ସମାଜର ଅଂଶ ଥିଲେ, ଯେଉଁଠାରେ ଉତ୍ପାଦନ ଏବଂ ବଜାରର ବ୍ୟବସ୍ଥା ଖୁବ୍‌ ଉନ୍ନତ ଥିଲା। ପ୍ରାୟ ୧.୫ ବର୍ଷ ପୂର୍ବେ ଏକ ନୂତନ ରାସ୍ତା ଓ ଶିଳ୍ପାଞ୍ଚଳ ନିର୍ମାଣ ପାଇଁ ମାଟି ଖୋଳାଯିବା ସମୟରେ ପ୍ରଥମେ ଏହି ପ୍ରାଚୀନ ସଭ୍ୟତାର ସୂଚନା ମିଳିଥିଲା। ଆଗାମୀ ଦିନରେ କାର୍ବନ ଡେଟିଂ ଏବଂ ପରାଗ ରେଣୁ ବିଶ୍ଳେଷଣ (ପୋଲିନ ଆନାଲିସିସ୍‌) ମାଧ୍ୟମରେ ଏଠାରେ କେଉଁ ପ୍ରକାର କପଡ଼ା ତିଆରି ହେଉଥିଲା, ସେ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ ଆଶା ପ୍ରକାଶ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

ଧାନ ରୋଇବା ବେଳେ ବଜ୍ରପାତ, ବିଲରେ ଘଟିଲା ଏମିତି…

ପାତ୍ରପୁର,୯।୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ତଣ୍ଡିପୁର ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

ସ୍ତ୍ରୀ ଶୋଇଥିବା ବେଳେ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ, ଏବେ ଗଲେ ଜେଲ

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଏ.ଅନ୍ତରା ପାତ୍ର ତାଙ୍କ ସ୍ତ୍ରୀ ଏ.ଶଶି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri