୭୨ ଘଣ୍ଟା ସମୟ ଦେଲେ ସରପଞ୍ଚ ଚାମେଲୀ ଓଝା , କାର୍ଯ୍ୟାନୁଷ୍ଠାନ ନ ହେଲେ ଆପଣାଇବେ ଏହି ପନ୍ଥା…

କେନ୍ଦ୍ରାପଡ଼ା,୨୫ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା   ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ। ଧାରଣାସ୍ଥଳକୁ ଆସିବା ପୂର୍ବରୁ ଶତାଧିକ ମହିଳାଙ୍କ ସହ ଗରାପୁରସ୍ଥ ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଜଜାଙ୍ଗ ପର୍ଯ୍ୟନ୍ତ ଆସିଥିଲେ। ଏହି ଧାରଣାରେ ତାଙ୍କ ସହିତ କଳିଙ୍ଗ ଶକ୍ତି ସଙ୍ଗଠନ ଓ ଜିଲା ସରପଞ୍ଚ ସଂଘ ସାମିଲ ହୋଇଥିଲେ। ଘଟଣାସ୍ଥଳରେ ଏଏସ୍‌ପି ସୁଧାକର ଦାସ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାମେଲୀ ୭୨ ଘଣ୍ଟା ପାଇଁ ଧାରଣାରୁ ଓହରି ଯାଇଛନ୍ତି। ୭୨ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସେ ଆନ୍ଦୋଳନାତ୍ମକ ପନ୍ଥା ପୁନର୍ବାର ଜାରି ରଖିବେ। ଆବଶ୍ୟକ ପଡ଼ିଲେ ଧାରଣା ବଦଳରେ ଆମରଣ ଅନଶନ ପାଇଁ ମାନସିକ ପ୍ରସ୍ତୁତି ନେଇ ସାରିଥିବା ଚାମେଲୀ କହିଛନ୍ତି।

ଧାରଣା ଦେବା ସମ୍ପର୍କରେ ସେ କହିଛନ୍ତି, ଗତ ୧୧ ତାରିଖରୁ ଅଦ୍ୟାବଧି ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିନାହିଁ। ଘଟଣା ଦିନ ବ୍ଲକ ପରିସର ଓ ଥାନାକୁ ନେବା ସମୟରେ କେତେକ ଯୁବକ ଓ ପୋଲିସ କର୍ମଚାରୀ ମୋତେ ଦୁର୍ବ୍ୟବହାର ଓ ଆକ୍ରମଣ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବିଡିଓ, ଥାନା ଅଧିକାରୀ, ପୋଲିସ କର୍ମଚାରୀ, ଅଭିଯୋଗରେ ଉଲ୍ଲେଖ ଥିବା ୫ ଜଣ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି। ଘଟଣା ସହ ପ୍ରତ୍ୟକ୍ଷ ଭାବେ ସାମିଲ ଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଉପରେ ଯେ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହୋଇଛି, ସେ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚାମେଲୀ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଗିରଫ ୪ ଜଣଙ୍କ ମଧ୍ୟରୁ ପୋଲିସ ପକ୍ଷରୁ ଉପଯୁକ୍ତ ଦଫା ଲଗାଯାଇ ନ ଥିବାରୁ ସେମାନଙ୍କୁ ତୁରନ୍ତ ଜାମିନ ମିଳିଯାଇଛି; ଯାହା ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା ପ୍ରତି ଥିବା ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଡିଓ ଏବଂ ଥାନା ଅଧିକାରୀ ସ୍ଥାନୀୟ ବିଧାୟକଙ୍କ ଇସାରାରେ ଏପରି କାଣ୍ଡ ପାଇଁ ପ୍ରୋତ୍ସାହିତ ହୋଇଛନ୍ତି। ବିଧାୟକଙ୍କ ସହଯୋଗୀମାନେ ବ୍ଲକ ପରିସରରେ ଆକ୍ରମଣ କରିଥିବା ବେଳେ ଗାଡ଼ି ଭିତରେ ପୋଲିସ ମରଣାନ୍ତକ ଆକ୍ରମଣ କରିଛି। ଏ ନେଇ ପୂର୍ବରୁ ସେ ଜିଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ସେହିପରି ଡିଜିପି, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହାସତ୍ତ୍ୱେ ଜିଲା ପୋଲିସ ଓ ପ୍ରଶାସନିକ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଧାରଣା ଦେବା ପାଇଁ ପ୍ରସ୍ତୁତ ହୋଇ ଆସିଛନ୍ତି ବୋଲି ଓଝା କହିଛନ୍ତି।
ସୂଚନାଯୋଗ୍ୟ, ସରପଞ୍ଚା ଓଝା ଗତ ୧୧ ତାରିଖରେ ତିଖିରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା ପାଇଁ ମହାକାଳପଡ଼ା ବିଡିଓଙ୍କ ଅଫିସକୁ ଯାଇଥିଲେ। ସେଠାରେ ବିଭିନ୍ନ କଥାକୁ ନେଇ ଯୁକ୍ତିତର୍କ ସମୟରେ ଚାମେଲୀଙ୍କ ପକ୍ଷରୁ ଭିଡିଓ ରେକର୍ଡିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୧୫ରୁ ଊର୍ଦ୍ଧ୍ୱ ଯୁବକ ଚାମେଲୀଙ୍କ ମୋବାଇଲ ଛଡ଼ାଇ ନେବା ପାଇଁ ଉଦ୍ୟମ ସହ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ବିଡିଓ ରବି ନାରାୟଣ ଆଚାର୍ଯ୍ୟ ମହାକାଳପଡ଼ା ଥାନାରେ ଅଭିଯୋଗ କରିବା ପରେ (ନଂ.୧୭୦/୨୬) ମାମଲା ରୁଜୁକରି ମହାକାଳପଡ଼ା ପୋଲିସ ଚାମେଲୀଙ୍କୁ ଥାନାକୁ ନେଇଥିଲା। ଗାଡ଼ିରେ ଥାନାକୁ ନେବା ବେଳେ ଏସ୍‌ଆଇ ତପସ୍ବିନୀ ବିଶ୍ୱାଳଙ୍କ ସହ ୩ ମହିଳା ପୋଲିସ କର୍ମଚାରୀଙ୍କ ହାତ କାମୁଡ଼ିବା ସହ ଚାମେଲୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହେବା ପରେ (ନଂ. ୧୭୧/୨୬) ଆଉ ଏକ ମାମଲା ରୁଜୁ ହୋଇଛି।
ଅପରପକ୍ଷରେ ସରପଞ୍ଚ ଓଝାଙ୍କୁ ବ୍ଲକରେ ଯୁବକମାନେ ଓ ଗାଡ଼ିରେ ପୋଲିସ କର୍ମଚାରୀମାନେ ଆକ୍ରମଣ କରିଛନ୍ତି। ଏଥିସହ ବିଡିଓ ଓ ଥାନା ଅଧିକାରୀ ଏହି ଆକ୍ରମଣକୁ ଅଧିକ ପ୍ରୋତ୍ସାହନ ଯୋଗାଇଥିବା ଚାମେଲୀ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ (ନଂ. ୧୭୨/୨୬) ଆଉ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?