ଭାରତ ନାଁରେ ବିପୁଳ ଅର୍ଥ ସଂଗ୍ରହ

ୱାଶିଂଟନ,୧୭ା୬: ଭାରତରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଯୋଗୁ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ବଦଳରେ ବିଶ୍ୱର ଅନେକ ଦେଶ ସହଯୋଗର ହାତ ବଢ଼ାଇଥିଲେ। ଏହାକୁ ଦେଖି କେତେକ ପାକିସ୍ତାନୀ ସଙ୍ଗଠନ ଭାରତକୁ ସହାୟତା ଦେବା ନାଁରେ କ୍ରାଉଡ୍‌ ଫଣ୍ଡିଂର ସାହାରା ନେଇଥିଲେ। ସଂଗୃହୀତ ଅର୍ଥ ଏବେ ଆତଙ୍କବାଦୀ କାର୍ଯ୍ୟକଳାପରେ ଉପଯୋଗ ହେବା ଆଶଙ୍କା ସୃଷ୍ଟି ହୋଇଛି।

କରୋନା ସଙ୍କଟ ସମୟରେ ଆମେରିକାରେ ପାକିସ୍ତାନର କେତୋଟି ଦାତବ୍ୟ ସଂସ୍ଥା ମହାମାରୀ ମୁକାବିଲାରେ ଭାରତକୁ ସହାୟତା ଦେବା ନାଁରେ କୋଟି କୋଟି ଡଲାର ସଂଗ୍ରହ କରିଛନ୍ତି। ଏହି ରାଶିର ବ୍ୟବହାର ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା ଓ ସରକାର ବିରୋଧୀ ପ୍ରଦର୍ଶନର ଆୟୋଜନ ପାଇଁ କରାଯାଉଥିବା ନେଇ ଏକ ରିପୋର୍ଟରେ ଆଶଙ୍କା କରାଯାଇଛି। ଡିସ୍‌ଇନ୍‌ଫୋ ଲାବ୍‌ ପକ୍ଷରୁ କୋଭିଡ୍‌-୧୯ ସ୍କାମ୍‌ ୨୦୨୧ ରିପୋର୍ଟରେ ଦାବି କରାଯାଇଛି ଯେ କୋଭିଡ୍‌-୧୯ ଆଳରେ ପାକିସ୍ତାନର ଦାତବ୍ୟ ସଙ୍ଗଠନଗୁଡ଼ିକ ମାନବ ଇତିହାସର ଅନ୍ୟତମ ବଡ଼ ଦୁର୍ନୀତି କରିଛନ୍ତି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ‘ହେଲ୍ପ ଇଣ୍ଡିଆ ବ୍ରିଦ୍‌’ ନାମରେ ଏକ ଅଭିଯାନ ଚଳାଇ କରୋନା ଦ୍ୱିତୀୟ ଲହରର ସାମ୍ନା କରୁଥିବା ଭାରତରେ ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଓ ଟିକା ସମେତ ଅନ୍ୟ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ଆର୍ଥତ୍କ ସହଯୋଗ ଦେବାକୁ ଚ୍ୟାରିଟି ସଂସ୍ଥାଗୁଡ଼ିକ ଅନୁରୋଧ କରିଥିଲେ।
ଭାରତର ଭଲ ଛବି ଥିବା ଦେଖି ବହୁ ସଂଖ୍ୟକ ଲୋକ ମୋଟା ଅଙ୍କର ଅର୍ଥ ଦାନ କରିଥିଲେ। ଏହି ସଙ୍ଗଠନଗୁଡ଼ିକର ସମ୍ପର୍କ ପାକିସ୍ତାନୀ ସେନା ଇଙ୍ଗିତରେ ପରିଚାଳିତ ଆତଙ୍କବାଦୀ ସଙ୍ଗଠନ ସହିତ ରହିଥିବା ସାମ୍ନାକୁ ଆସିଛି। ଚ୍ୟାରିଟି ନାମରେ ସଂଗୃହୀତ ଅର୍ଥର ବ୍ୟବହାର ବିକ୍ଷୋଭ ପ୍ରଦର୍ଶନ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ କରାଯାଇପାରେ। ଭାରତକୁ ସାହାଯ୍ୟ ଆଳରେ ଏଭଳି କାମ କରିଥିବା ଚ୍ୟାରିଟି ସଂସ୍ଥା ମଧ୍ୟରେ ଇସ୍‌ଲାମିକ୍‌ ମେଡିକାଲ ଆସୋସିଏଶନ ଅଫ୍‌ ନର୍ଥ ଆମେରିକା (ଇମାନା) ସାମିଲ ଅଛି। ୨୦୨୧ ଏପ୍ରିଲ ୨୭ରେ ଇମାନା ହ୍ୟାସ୍‌ଟ୍ୟାଗ୍‌ ହେଲ୍ପ ଇଣ୍ଡିଆ ବ୍ରିଦ୍‌ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ପ୍ରାଥମିକ ଭାବେ ୧.୮ କୋଟି ଡଲାର ସଂଗ୍ରହର ଲକ୍ଷ୍ୟ ରଖାଯାଇଥିଲା। ତେବେ ଏହି ସଂସ୍ଥା ମିଛ କହି ଲୋକଙ୍କଠାରୁ କେତେ ଅର୍ଥ ନେଇଛି ସେନେଇ କିଛି ସ୍ପଷ୍ଟ କରିନାହିଁ। ସଂଗୃହୀତ ଅର୍ଥ କେବେ ଓ କେଉଁ କାର୍ଯ୍ୟରେ ଲଗାଯାଇଛି ତାହା ମଧ୍ୟ କହିନାହିଁ। ଆମେରିକାରେ ଥିବା ଅନ୍ୟ ଚ୍ୟାରିଟି ସଙ୍ଗଠନଗୁଡ଼ିକ ମଧ୍ୟ ଏଭଳି ଭାବେ ଅର୍ଥ ସଂଗ୍ରହ କରିଛନ୍ତି। ରିପୋର୍ଟରେ ଏହାକୁ ମାନବ ଇତିହାସରେ ସବୁଠୁ ନିକୃଷ୍ଟ ଭ୍ରଷ୍ଟାଚାର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି। ଅଭିଯାନ ଚଳାଇଥିବା ସଙ୍ଗଠନ ଇମାନା ଆମେରିକାର ଇଲିନୋଇସ୍‌ରେ ସକ୍ରିୟ ରହିଛି। ଏହି ସଂସ୍ଥା ୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ଡକ୍ଟର ଇସ୍‌ମାଇଲ ମେହର ଇମାନା ଏହାର ଅଧ୍ୟକ୍ଷ। ମୁଖ୍ୟତଃ ଡକ୍ଟର ଇମାନା ‘ହେଲ୍ପ ଇଣ୍ଡିଆ ବ୍ରିଦ୍‌’ର ଯୋଜନା ତିଆରି କରିଥିଲେ। ପ୍ରକାଶ ଯେ, ଇମାନାର କୌଣସି ସ୍ଥାନରେ ଅଫିସ କିମ୍ବା ବ୍ରାଣ୍ଡ୍‌ ନାହିଁ। ଏଥିଲାଗି ଏହି ସଂସ୍ଥାକୁ ଅର୍ଥ ସଂଗ୍ରହ କରିବାରେ ରୋକାଯାଇ ପାରିନାହିଁ। ଏକ ଆକଳନ ଅନୁସାରେ ସଂଗୃହୀତ ରାଶି ୩୦-୧୫୮ କୋଟି ଡଲାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୮୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ୧୮୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୬୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

କରୋନା ସଂକ୍ରମିତଙ୍କ ଆଉ ଏକ କରୁଣ ଦୃଶ୍ୟ

ହାଇଦ୍ରାବାଦ,୨୭।୭: ତେଲେଙ୍ଗାନାର କରିମନଗରରେ ଜଣେ କରୋନା ସଂକ୍ରମିତଙ୍କ ବେଡ୍‌ରୁ ଖସିପଡି ମୃତ୍ୟୁ ହେବା ଘଟଣା ଏବେ ଆସିଛି ଚର୍ଚ୍ଚାକୁ। ଜିଲା ହସ୍ପିଟାଲରେ କରୋନାରେ ସଂକ୍ରମିତ ହୋଇ...

୫୦୮ ଦୀପ ପ୍ରଜ୍ଜ୍ୱୋଳନ କଲେ ଯୁବଗୋଷ୍ଠୀ

ବନ୍ତ,୬ା୪(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ସାରା ଦେଶରେ ରବିବାର ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ ପ୍ରଜ୍ଜ୍ୱୋଳନ କରାଯାଇଥିଲା। ଏହି ଅବସରରେ...

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା...

ତିନି କପ୍‌ରୁ ବେଶି କଫି ପିଇଲେ ଅଧାକପାଳି ବିନ୍ଧା ହୁଏ

ନ୍ୟୁୟର୍କ: କଫିପ୍ରିୟ ବ୍ୟକ୍ତିମାନେ ଟିକେ ସାବଧାନ ହୋଇଯାଆନ୍ତୁ। ଦିନକୁ ତିନି କପ୍‌ରୁ ବେଶି କଫି ପିଅନ୍ତୁନାହିଁ। ନଚେତ ଅଧାକପାଳି ବିନ୍ଧାର ଶିକାର ହୋଇପାରନ୍ତି। ଯେଉଁଦିନ ତିନିି...

ସୁଦାନ ହିଂସାକାଣ୍ଡ: ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ଏସ୍‌. ଜୟଶଙ୍କର

କାହିରା/ନୂଆଦିଲ୍ଲୀ,୧୬ା୪: ସୁଦାନର ରାଜଧାନୀ ଖାର୍ତୁମରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଠାରେ ହିଂସା ସମୟରେ ଗୁଳି ଚଳାଇବାରୁ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି।...

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦୫ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୩।୭(ବ୍ୟୁରୋ)-ରାଜ୍ୟରେ ସୋମବାର ପୁଣି ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୪୮ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ...

ଇସ୍ରାଏଲ୍‌ ବୋମାମାଡ଼ରେ ପାଲେଷ୍ଟାଇନ୍‌ ଆତଙ୍କବାଦୀ ମୁଖ୍ୟ ବାହା ଅବୁ ନିହତ

ଗାଜା,୧୩।୧୧: ଇସ୍ରାଏଲ୍‌ ବୋମାମାଡ଼ରେ ପାଲେଷ୍ଟାଇନ୍‌ ଆତଙ୍କବାଦୀ ମୁଖ୍ୟ ବାହା ଅବୁ ଅଲ୍‌-ଅଟ୍ଟା ନିହତ ହୋଇଛନ୍ତି। ଗାଜା ଅଞ୍ଚଳରେ ଇସ୍ରାଏଲ୍‌ ମିଳିତ ସୈନ୍ୟ ବାହିନୀ ପକ୍ଷରୁ ପ୍ରବଳ...

Advertisement
Archives

Model This Week