Posted inଫୁରସତ

ଉଡିକି ଆସିଲେ ଅଟୋ ଡ୍ରାଇଭର୍‌,ମହିଳାଙ୍କୁ ଦେଲେ ଧକ୍କା: ଆଉ ତା’ପରେ

ବେଙ୍ଗାଲୁରୁ,୪।୮: ବେଙ୍ଗାଲୁରୁରେ ଜଣେ ମହିଳା ରାସ୍ତାରେ ଯାଉଥିବାବେଳେ ଏକ ହୃଦୟଥରା ଘଟଣା ଘଟିଛି। ଅଚାନକ ଜଣେ ବ୍ୟକ୍ତି ଉଡିକି ଆସି ମହିଳାଙ୍କୁ ଏତେ ଜୋରରେ ଧକ୍କା ଦେଇଥିଲେ ଯେ, ମହିଳା ତଳେ ପଡିଯାଇଥିଲେ। ଏହାଦ୍ୱାରା ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରରେ ୫୨ଟି ଷ୍ଟିଚ୍‌ ପଡିଛି। ସୋସିଆଲ ମିଡିଆରେ ଏହାର ସିସିଟିଭି ଫୁଟେଜ୍‌ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, ଟିସି ପାଲ୍ୟା ରୋଡରେ ଏକ ଟେଲିକମ୍‌ ତାର ଝୁଲୁଥିଲା। ତାରଟି ଏତେ ଢିଲା ଯେ ଓହଳି ପଡି ରାସ୍ତାରେ ଲାଗୁଥିଲା। ଏକ ଓଟୋ ଚକାରେ ଲାଗିଯିବା ଫଳରେ ଡ୍ରାଇଭର ଜଣଙ୍କ ତାରଟିକୁ ବାହାର କରୁଥିଲେ। ଏହି ସମୟରେ ଏକ ଗାଡି ଆସିବାରୁ ତାରରେ ଫଶି ହୋଇଯାଇଥିଲା। ଫଳରେ ଅଟୋ ଡ୍ରାଇଭର ଜଣଙ୍କ ଛିଟ୍‌କି ହୋଇ ମହିଳାଙ୍କୁ ଧକ୍କା ଦେଇଥିବା ସିସିଟିଭିରୁ ଜଣାପଡିଛି। ଗତ ଜୁଲାଇ ୧୬ରେ ଏହି ଘଟଣା ଘଟିଥିଲା। ୪୨ ବର୍ଷୀୟା ସୁନୀତାଙ୍କ କହିବା ଅନୁଯାୟୀ ମୁଁ ଅନ୍ନପୁର୍ଣ୍ଣେଶ୍ୱରୀ ହୋଟେଲକୁ ଯାଉଥିବାବେଳେ ହଠାତ୍‌ ମୋତେ ଜଣେ କେହି ଡାକିଥିଲେ। ପଛକୁ ଅନେଇଲା ବେଳକୁ ବ୍ୟକ୍ତି ଉଡିକି ମୋ ଶରୀରରେ ପିଟି ହୋଇଥିଲେ। ପରେ ମୁଁ ରାସ୍ତାରେ ପଡିଯାଇଥିଲି। ମୋ ବେକରୁ ପ୍ରବଳ ରକ୍ତ ବାହାରିଥିଲା। ସ୍ବାମୀ ପାଖରେ କାମ କରୁଥିଲେ। ସେ ଘଟଣାସ୍ଥଳରେ ପହଞ୍ଚି ହସ୍ପିଟାଲ ମୋତେ ଦେଇଥିଲେ। ଏବେ ୫୨ଟି ଷ୍ଟିଚ୍‌ ପଡିଥିବା ସେ କହିଛନ୍ତି। ଏହି ଘଟଣାରେ ପୋଲିସ ଟେଲିକମ କମ୍ପାନୀ ନାଁରେ ଏକ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri