ଜୁନ୍‌ରେ ବଢ଼ିଲା, ଜୁଲାଇରେ କମିଲା

ସମ୍ବଲପୁର, ୪। ୮(ବ୍ୟୁରୋ) ମୌସୁମୀ ବର୍ଷା ଠିକ୍‌ ସମୟରେ ଆସିଥିଲେ ମଧ୍ୟ ଧୋକା ଦେଇଛି। ଓଡ଼ିଶାର ବିଭିନ୍ନ ଜିଲାରେ ଅଦ୍ୟାବଧି ବର୍ଷା ପରିମାଣ ସ୍ବାଭାବିକ ହୋଇନାହିଁ। ପଡୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ଜୁଲାଇ ମାସରେ ବର୍ଷା ସ୍ବାଭାବିକ ହୋଇ ନ ଥିବା ଜଣାପଡିଛି। ତେଣୁ ହୀରାକୁଦ ଜଳ ଭଣ୍ଡାରକୁ ଜୁନ୍‌ ମାସରେ ହାରାହାରି ୦.୮୯୩ ମିଲିୟନ ଏକର ଫୁଟ ଜଳ ପ୍ରବେଶ କରିବାର ଥିବାବେଳେ ୨.୨୬୩ ମିଲିୟନ ଏକର ଫୁଟ ପ୍ରବେଶ କରିଥିଲା। ସେହିପରି ଜୁଲାଇ ମାସରେ ୫.୪୧୯ ମିଲିୟନ ଏକର ଫୁଟ ଜଳ ପ୍ରବେଶ କରିବାକୁ ଥିବାବେଳେ ୪.୧୬୩ ମିଲିୟନ ଏକର ଫୁଟ ପ୍ରବେଶ କରିଛି। ହୀରାକୁଦ ଡ୍ୟାମ୍‌କୁ ଜୁନ୍‌ରେ ଜଳ ପ୍ରବେଶ ବଢ଼ିଥିବା ବେଳେ ଜୁଲାଇରେ କମିଛି। ହେଲେ ବିଗତ ବର୍ଷ ତୁଳନାରେ ସୋମବାର ସୁଦ୍ଧା ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ସ୍ବାଭାବିକ ରହିଛି। ଉଭୟ ମାସକୁ ମିଶାଇଲେ ମୋଟ ୬.୪୨୬ ମିଲିୟନ ଏକର ଫୁଟ ଜଳ ଡ୍ୟାମ୍‌କୁ ଆସିଥିବା ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଉପର ମୁଣ୍ଡ ଛତିଶଗଡ ରାଜ୍ୟ ବର୍ଷା ଉପରେ ମୁଖ୍ୟତଃ ନିର୍ଭର କରିଥାଏ। ଛତିଶଗଡ ଜଳସେଚନ ବିଭାଗ ସହ ସମନ୍ବୟ ରଖି ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଥାଏ। ଛତିଶଗଡରେ କମ୍‌ ବର୍ଷା ହେବାରୁ ଏବେ କମ୍‌ ଗେଟରେ ଜଳ ନିଷ୍କାସନ କରାଯାଉଛି। ହେଲେ ଜଳ ଭଣ୍ଡାରର ରୁଲ କର୍ଭ ଅନୁସାରେ ଜଳସ୍ତର ରହିଛି। ଏହି ଅନୁସାରେ ଜୁନ୍‌ ମାସରେ ସର୍ବନିମ୍ନ ୫୯୦ରୁ ୫୯୫, ଜୁଲାଇ ୧ ତାରିଖରେ ସର୍ବନିମ୍ନ ୫୯୦ରୁ ୬୦୦, ଜୁଲାଇ ୨୧ରେ ୬୦୦ରୁ ୬୧୦, ଅଗଷ୍ଟ ୧୧ ତାରିଖରେ ୬୦୫ରୁ ୬୫୧ ଫୁଟ ଜଳସ୍ତର ରହିବାର ନିୟମ ରହିଛି। କିନ୍ତୁ ସୋମବାର ରିପୋର୍ଟ ଅନୁସାରେ ଡ୍ୟାମ୍‌ର ଜଳସ୍ତର ୬୦୫.୨୭ ଫୁଟ ରହିଛି। ୨୦୧୯ ଅଗଷ୍ଟ ୩ ତାରିଖରେ ମଧ୍ୟ ଜଳସ୍ତର ୬୦୭.୧୫ ଫୁଟ୍‌ ରହିଥିଲା। ଅନ୍ୟପଟେ ପ୍ରତିବର୍ଷ ବର୍ଷା ପୂର୍ବରୁ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଜଳ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥାଏ। ତେବେ ଏଯାଏ ଉଭୟ ରାଜ୍ୟ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇନ ଥିବା ଜଣାପଡିଛି। ଜୁଲାଇ ଶେଷ ସପ୍ତାହରେ ବନ୍ଧ ସୁରକ୍ଷା କମିଟିକୁ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିଲା। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବନିମ୍ନ ୫୯୦ ଓ ସର୍ବାଧିକ ୬୩୦ ଫୁଟ ଜଳସ୍ତର ରହିବା କ୍ଷମତା ରହିଛି। ଜଳଭଣ୍ଡାରରେ ପ୍ରତିବର୍ଷ ୨୪.୧୯୯ ମିଲିୟନ ଏକର ଫୁଟ ଜଳ ରହିଥାଏ। ଏଥିରେ ବର୍ଷ ତମାମ ବୁର୍ଲା ପାୱାର ହାଉସ, ଚିପିଲିମା ପାୱାର ହାଉସ, ଚାଷ ଓ କମ୍ପାନୀକୁ ଜଳ ଯୋଗାଇ ଦିଆଯାଇଥାଏ। ଜୁନ ମାସରେ ଜଳଭଣ୍ଡାରରୁ ୧.୮୧୧, ଜୁଲାଇରେ ୩.୦୭୮ ମିଲିୟନ ଏକର ଜଳ ନିଷ୍କାସନ ହୋଇଛି। ସେଥିମଧ୍ୟରୁ ଜୁନ ମାସରେ ପାୱାର ଜେନେରେଟ୍‌ ପାଇଁ ୦.୭୯୪ ମିଲିୟନ ଏକର ଫୁଟ, ଜୁଲାଇରେ ୦.୮୦୯ ମିଲିୟନ ଏକର ଫୁଟ ନିଷ୍କାସିତ ହୋଇଛି। ସେହିପରି କୃଷି କାର୍ଯ୍ୟ ପାଇଁ ଜୁନ ମାସରେ ଶାସନ ଓ ବରଗଡ କେନାଲରେ ୦.୦୨୮, ଜୁଲାଇ ମାସରେ ୦.୨୫୧ ମିଲିୟନ ଏକର ଫୁଟ ପାଣି ଛଡାଯାଇଛି। ଜୁନରେ ୦.୦୪୫ ଓ ଜୁଲାଇରେ ୦.୦୨୦ ମିଲିୟନ ଏକର ଫୁଟ ଜଳ ଖରାରେ ବାଷ୍ପୀଭୂତ ହୋଇଥିବା ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?