ସବୁଠାରୁ ମହଙ୍ଗା ହେବ ହ୍ରିତିକ-ଦୀପିକାଙ୍କ ଫିଲ୍ମ ‘ଫାଇଟର’!

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଓ ନାୟକ ହ୍ରିତିକ ରୋଶନଙ୍କ ଯୋଡିକୁ ଖୁବଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ନିକଟରେ ହ୍ରିତିକଙ୍କ ଜନ୍ମଦିନ ଅବସରରେ ଅପକମିଂ ଫିଲ୍ମ ‘ଫାଇଟର’ର ୩୦ ସେକେଣ୍ଡର ଟିଜର ରିଲିଜ କରି ପ୍ରଶଂସକଙ୍କୁ ଏକ ଭଲ ଉପହାର ଦେଇଛନ୍ତି ହ୍ରିତିକ । ଏହା ବଲିଉଡ୍‌ର ସବୁଠାରୁ ମହଙ୍ଗା ଫିଲ୍ମ ହେବ ବୋଲି କୁହାଯାଉଛି । ଏଥିରେ ଜବରଦସ୍ତ ଆକ୍ସନ ଥିବା ଜଣାପଡିଛି । ହ୍ରିତିକଙ୍କ ଜନ୍ମଦିନରେ ଫିଲ୍ମ ସମ୍ପର୍କରେ ସୂଚନା ଦିଆଗଲା ସତ ହେଲେ ଏବେ ଇନସାଇଡ ଡିଟେଲ୍ସ ସାମ୍ନାକୁ ଆସିଲାଣି । ପିଙ୍କଭିଲାର ସୂଚନା ଅନୁଯାୟୀ, ଏହି ଫିଲ୍ମର ବଜେଟ ୨୫୦ କୋଟି ରଖାଯାଇଛି । ଯଦି ଏହା ସତ ହୋଇଥାଏ ତେବେ ଏହା ହ୍ରିତିକଙ୍କ କ୍ୟାରିୟରର ସବୁଠାରୁ ବଡ ଫିଲ୍ମ ହେବ ବୋଲି କୁହାଯାଉଛି । ଏଥିରେ ହ୍ରିତିକ ବାୟୁସେନା ଅଧିକାରୀ ଭାବେ ନଜର ଆସିବେ । ସେ ପାଇଲଟ ଭାବେ ବାୟୁସେନା ଜେଟ ମଧ୍ୟ ଉଡାଇବା ଦେଖାଯିବ । ଫିଲ୍ମ ନିର୍ବାତାଙ୍କ କହିବା କଥା ହେଲା ବଲିଉଡ୍ ଫିଲ୍ମରେ ନୌସେନା ଓ ସ୍ଥଳସେନାର ସବୁକିଛି ଏମ୍ସପ୍ଲୋର କରିଥିଲେ ବି ବାୟୁସେନାର କାହାଣୀ ଏପର୍ଯ୍ୟନ୍ତ ପରିବେଷଣ କରାଯାଇ ନାହିଁ । ତେଣୁ ଫାଇଟର ଜରିଆରେ ଏହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି । ଏହି ଫିଲ୍ମରେ ଦେଶଭକ୍ତି ସହ ରୋମାନ୍ସ ବି ଦେଖିବେ ଦର୍ଶକେ । ଏହାର ଶୁଟିଂ ୨୦୨୧ ସେପ୍ଟେମ୍ବରରେ ଆରମ୍ଭ କରାଯିବାକୁ ଥିବା ବେଳେ ଏହା ୨୦୨୨ରେ ରିଲିଜ ହେବାର ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?