ବିଶ୍ୱବିଦ୍ୟାଳୟର ସ୍ବାୟତ୍ତତା ଏବଂ ଅଧ୍ୟାଦେଶ

ଡ. ପ୍ରୀତିଶ କୁମାର ସାହୁ

ଯୁକ୍ତରାଷ୍ଟ୍ର ଶିକ୍ଷକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ, ୨୦୦୯) ମୁତାବକ ବିଶ୍ୱବିଦ୍ୟାଳୟ ତିନୋଟି ମୌଳିକ ଉଦ୍ଦେଶ୍ୟ ଉପରେ ଆଧାରିତ ଅଧ୍ୟାପନା, ଗବେଷଣା ଓ ସମାଜ ସେବା ଯାହା କି ଏକ ସ୍ବୟଂକ୍ରିୟ ଏବଂ ସ୍ବାଧୀନ ବିଚାର ଦ୍ୱାରା ପରିଚାଳିତ। ସିଏ ୧୯୮୬ ମସିହାର ଶିକ୍ଷାନୀତି ହେଉ ବା ୧୯୯୨ ମସିହାର ପରିବର୍ତ୍ତିତ ଶିକ୍ଷାନୀତି ହେଉ ବା ୨୦୨୦ର ନୂତନ ଶିକ୍ଷାନୀତି ହେଉ – ସବୁ ଶିକ୍ଷାନୀତି ମୁଖ୍ୟତଃ ଶିକ୍ଷକ ଏବଂ ଶିକ୍ଷାର ସ୍ବାଧୀନତା ଉପରେ ଉପଯୁକ୍ତ ଗୁରୁତ୍ୱ ଦେଇଛି, ଯାହା ଶୈକ୍ଷଣିକ ଉତ୍କର୍ଷତା ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି। ଏପରି କି ୨୦୨୦ର ନୂତନ ଶିକ୍ଷାନୀତି ନିର୍ଦ୍ଧାରଣ କରିବା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ମତକୁ ବିଚାରାଧୀନକୁ ନେଇଥିଲେ। କିନ୍ତୁ ଏହା ଏକ ଆଶ୍ଚର୍ଯ୍ୟର କଥା ଯେ, ଓଡ଼ିଶା ସରକାର କୌଣସି ବର୍ଗର ଲୋକମାନଙ୍କ ମତ ବା ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ ଶିକ୍ଷାବିତ ଏବଂ ବୁଦ୍ଧିଜୀବୀଙ୍କ ମତାମତକୁ ନ ନେଇ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ରାଜ୍ୟ କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟପାଳ ଏହି ଅଧ୍ୟାଦେଶ ଅନୁମୋଦନ କରିଛନ୍ତି।
କରୋନା ଭଳି ମହାମାରୀ ସମୟରେ ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏକରକମ ବନ୍ଦ ପଡ଼ିଥିବାବେଳେ ଏହି ଆକ୍ଟଟିକୁ ତପତ୍ରତାର ସହିତ ଅଧ୍ୟାଦେଶ ମାଧ୍ୟମରେ ଆଣିବାର ଯଥାର୍ଥତା ଏବଂ ଉଦ୍ଦେଶ୍ୟ କ’ଣ? ରାଜ୍ୟ ସରକାର ଯେତେବେଳେ ବିଧାନସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଉପଭୋଗ କରୁଛନ୍ତି ଏପରି ଏକ ଅଧିନିୟମ ଅଧ୍ୟାଦେଶ ମାଧ୍ୟମରେ ଆଣିବାର କ’ଣ ଜରୁରୀ ଥିଲା କି? ବିଶ୍ୱବିଦ୍ୟାଳୟର ମୁଖ୍ୟ ହିତାଧିକାରୀ ତଥା ଗବେଷଣାରତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଅଧ୍ୟୟନରତ ଛାତ୍ରଙ୍କଠାରୁ କାହିଁକି କିଛି ମତ ନିଆଯାଇ ନ ଥିଲା। ଏପରି ଅନେକ ପ୍ରଶ୍ନବାଚୀ ଉପୁଜିଛି, ଯାହା କି ବିଶ୍ୱବିଦ୍ୟାଳୟର ସାର୍ବଭୌମ ସ୍ବାଧୀନତା ସହିତ ଏହା ଆର୍ଥତ୍କ, ଶୈକ୍ଷିକ, କାର୍ଯ୍ୟାତ୍ମକ ଏବଂ ଗୁଣାତ୍ମକ ସ୍ତରରେ ଏହି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ପ୍ରଭାବ ପକାଇବ ବୋଲି ଶିକ୍ଷାବିତ୍‌ମାନେ ଅନୁଭବ କରୁଛନ୍ତି।
ବିଶ୍ୱବିଦ୍ୟାଳୟ ହେଉଛି ବିଶ୍ୱସ୍ତରୀୟ ଚେତନା ଜାଗରଣ କରିବାର ଏକ କେନ୍ଦ୍ର। ଏହା କେବଳ ଉଚ୍ଚସ୍ତରୀୟ ଶିକ୍ଷା ପାଇବାର ଏବଂ ଦକ୍ଷ କୌଶଳୀ ଜନଶକ୍ତି ବନାଇବାର ସ୍ଥାନ ତାହା ନୁହେଁ ବରଂ ଏହା ସମାଜ ପାଇଁ ପ୍ରଯୁଜ୍ୟ ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ, ଉଦ୍ୟୋଗପତି, ସମାଜଶାସ୍ତ୍ରୀ, ମାନବସେବୀ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର ଏକ ପୂର୍ଣ୍ଣାଙ୍ଗ କେନ୍ଦ୍ର ମଧ୍ୟ। ଏହି ପ୍ରଶିକ୍ଷିତ ବ୍ୟକ୍ତିିବିଶେଷ ହିଁ ଦେଶର ଏବଂ ମାନବ ସମାଜର ଅର୍ଥନୈତିକ ଓ ସାମାଜିକ ଉତ୍‌ଥାନରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଏକ ବିକାଶଶୀଳ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ରୂପାନ୍ତରିତ କରିବାରେ ବିଶ୍ୱବିଦ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟପ୍ରଣାଳୀ ଏବଂ ଭୂମିକାକୁ ସଂକୁଚିତ କରିବା ପରିବର୍ତ୍ତେ ଏକ ବୃହତ୍‌ ସ୍ବାଧୀନ ପରିବେଶ ଏବଂ ସ୍ବାୟତ୍ତତା ଦିଆଯିବା ଯୁକ୍ତିଯୁକ୍ତ।
ଯଦିବା ପୂର୍ବରୁ ଥିବା ଓଡ଼ିଶା ୟୁନିଭରସିଟିଜ୍‌ ଆକ୍ଟ ୧୯୮୯ ଏବଂ ବର୍ତ୍ତମାନର ଅନୁମୋଦିତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ)-୨୦୨୦ ଅଧ୍ୟାଦେଶ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି କିନ୍ତୁ ମୁଖ୍ୟତଃ ବିଶ୍ୱବିଦ୍ୟାଳୟର ନିଯୁକ୍ତି ଚୟନ ପ୍ରକ୍ରିୟା, ବିଶ୍ୱବିଦ୍ୟାଳୟର ସିନେଟ ଉଚ୍ଛେଦ ଏବଂ ସିଣ୍ଡିକେଟରେ ଉଚ୍ଚଶିକ୍ଷା ବିଭାଗର ସଚିବ ବା ତାଙ୍କର ପ୍ରତିନିଧି ରହିବାର ବ୍ୟବସ୍ଥା ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍‌ ମହଲରେ ଅସନ୍ତୋଷ ପ୍ରକାଶ କରିଛି। ବର୍ତ୍ତମାନର ପ୍ରଶ୍ନ ହେଉଛି, ବିଶ୍ୱବିଦ୍ୟାଳୟର ଉନ୍ନତି କ’ଣ ଅମଲାତନ୍ତ୍ରର ଦୃଢ଼ ହସ୍ତକ୍ଷେପ ଦ୍ୱାରା ସମ୍ଭବ କି? ଯଦି ଏହା ସମ୍ଭବ ହେଉଥାଆନ୍ତା ତା’ହେଲେ ଭାରତର ଉଚ୍ଚକୋଟୀର ସରକାରୀ ଶିକ୍ଷାନୁଷ୍ଠାନ ଯଥା ଆଇଆଇଟି, ଆଇଆଇଏମ୍‌, ଭାରତୀୟ ବିଜ୍ଞାନ ସଂସ୍ଥାନ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜେଏନ୍‌ୟୁ ଏବଂ ଅନ୍ୟ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ କେମିତି ଅମଲାତନ୍ତ୍ରର ହସ୍ତକ୍ଷେପ ବିନା ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ବିଶ୍ୱର ତାଲିକାଭୁକ୍ତ (କ୍ୟୁଏସ ର଼୍ୟାଙ୍କିଙ୍ଗ୍‌ ହେଉ ବା ଟାଇମ୍ସ ର଼୍ୟାଙ୍କିଙ୍ଗ୍‌ ହେଉ) ଏମିତି କୌଣସି ବିଶ୍ୱବିଦ୍ୟାଳୟ ନାହିଁ, ଯାହା ସରକାରଙ୍କ ଅମଲାତନ୍ତ୍ରର ପ୍ରତ୍ୟକ୍ଷ ହସ୍ତକ୍ଷେପରେ ପରିଚାଳିତ ହେଉଛି।
ଯେତେବେଳେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନର ଚୟନ ପଦ୍ଧତି କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ସ୍ଥିର ହେଉନାହିଁ ସେତେବେଳେ ଆଜିର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶରେ ଚୟନ ପ୍ରକ୍ରିୟାକୁ ଓଡ଼ିଶା ଲୋକସେବା ଆୟୋଗ ହାତରେ ଧରାଇ ଦିଆଯିବା ପ୍ରୟାସ ହୋଇଛି। ପ୍ରଥମ ପ୍ରଶ୍ନ ହେଲା ପ୍ରାଧ୍ୟାପକମାନେ କ’ଣ ସିଭିଲ୍‌ ସେବା ବା ପ୍ରଶାସନିକ ସେବା ମଧ୍ୟରେ ଅନ୍ତର୍ଭୁକ୍ତ? ଯଦି ପ୍ରାଧ୍ୟାପକମାନେ ସିଭିଲ୍‌ ବା ପ୍ରଶାସନିକ ସେବାରେ ଅନ୍ତର୍ଭୁକ୍ତ ନୁହେଁ ତା’ହେଲେ ଚୟନ ପଦ୍ଧତି ଲୋକସେବା ଆୟୋଗ ଦ୍ୱାରା କାହିଁକି କରାଯିବ? ଦ୍ୱିତୀୟତଃ, ଚୟନ ପଦ୍ଧତି ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଲୋକସେବା ଆୟୋଗ ଯାହା କି ଅତ୍ୟଧିକ କାର୍ଯ୍ୟ ଏବଂ ଚାପ ମଧ୍ୟରେ ଗତି କରୁଛି ତାହା ଚୟନ ପ୍ରକ୍ରିୟା ଭଳି ଆଉ ଏକ ଅତିରିକ୍ତ କାର୍ଯ୍ୟ କ’ଣ ସୂଚାରୁରୂପେ କରିପାରିବ? ତୃତୀୟତଃ, ଏକ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ, ପ୍ରାଧ୍ୟାପକ କିମ୍ବା କୁଳପତି ନିଯୁକ୍ତି ହେବାପାଇଁ ଅନେକ ଗବେଷଣା ସମ୍ବନ୍ଧିତ ପ୍ରକାଶନ ସହିତ ସର୍ବନିମ୍ନ ଯୋଗ୍ୟତା ପିଏଚ.ଡି. (ଡକ୍ଟରେଟ) ହୋଇଥିବାବେଳେ ଜଣେ ପ୍ରଶାସନିକ ଅଧିକାରୀ ହେବାର ସର୍ବନିମ୍ନ ଯୋଗ୍ୟତା ଉପସ୍ନାତକ (ଅଣ୍ଡର ଗ୍ରାଜୁଏଟ୍‌) ଅଟେ ଏବଂ ସେଇମାନେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ବା ମେମ୍ବର ମଧ୍ୟ ହୋଇପାରିବେ। ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନଉଠେ କ’ଣ ପ୍ରଶାସନିକ ଅଧିକାରୀ ଏକ ଗୁଣାତ୍ମକ ଗବେଷଣା କେନ୍ଦ୍ରିତ ପ୍ରକାଶନକୁ ମୂଲ୍ୟାଙ୍କନ କରିପାରିବେ? ସେହିପରି କୁଳପତି ନିଯୁକ୍ତି ସମୟରେ ସିଣ୍ଡିକେଟର ନୋମିନି ମନୋନୟନ ପରିବର୍ତ୍ତେ ବର୍ତ୍ତମାନର ବ୍ୟବସ୍ଥାରେ ସରକାର ଜଣେ ଗବେଷକ (ଶିକ୍ଷାବିତ) ମନୋନୟନ କରିବେ; ଯାହା କି ୟୁଜିସି ନିୟମାବଳୀର ବିରୁଦ୍ଧ। ତାହା ସହିତ ମଧ୍ୟ ଯଦି ସବୁ ବିଶ୍ୱବିଦ୍ୟାଳୟର ଶିକ୍ଷକମାନଙ୍କ ନିଯୁକ୍ତି ଏକାଧାରରେ ଲୋକସେବା ଆୟୋଗ ଦ୍ୱାରା ହେବ ତା’ହେଲେ ଆଗାମୀ ଦିନରେ ସେମାନଙ୍କ ଚାକିରି ମଧ୍ୟ ଏକ ବିଶ୍ୱବିଦ୍ୟାଳୟରୁ ଅନ୍ୟ ଏକ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇପାରିବ, ଯାହାଦ୍ୱାରା ତାଙ୍କ ଅଧୀନରେ ଥିବା ଗବେଷଣାରତ ଛାତ୍ରମାନେ ମଧ୍ୟ ପ୍ରଭାବିତ ହେବେ। ଏହିସବୁ ପ୍ରଶ୍ନ ସନ୍ଦେହ ସୃଷ୍ଟିକରୁଛି କି, ଯଦି ନିଯୁକ୍ତି ପ୍ରକ୍ରିୟା ଲୋକସେବା ଆୟୋଗ ଦ୍ୱାରା କରାଯିବ ତା’ହେଲେ ବିଶ୍ୱବିଦ୍ୟାଳୟ ନିଜର ସ୍ବାଧୀନ ଚିନ୍ତାଧାରା ଏବଂ ସ୍ବାୟତ୍ତତା ସହିତ ଏକ ଗୁଣାତ୍ମକ ଶିକ୍ଷକ ମଧ୍ୟ ହରାଇପାରେ।
ଭାରତରେ ସବୁ ବିଶ୍ୱବିଦ୍ୟାଳୟରେ ସିନେଟ ଏବଂ ସିଣ୍ଡିକେଟର ବ୍ୟବସ୍ଥା ରହିଛି, ଯାହାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ନୂତନ ବିଶ୍ୱବିଦ୍ୟାଳୟ ନୀତିରେ ସିନେଟକୁ ଉଚ୍ଛେଦ କରାଯାଉଛି, ଯାହା ନ ହେବା ଦରକାର। ତାହା ପରିବର୍ତ୍ତେ ସିନେଟକୁ ଏକ ନୂତନ ମାର୍ଗରେ ସଙ୍ଗଠନ କରାଯିବା ଦରକାର, ଯାହା ବିଶ୍ୱବିଦ୍ୟାଳୟର ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଏକ ଅଧିକ ଅର୍ଥପୂର୍ଣ୍ଣ ସହଯୋଗ ମଧ୍ୟ କରିପାରିବ। ସେହିପରି ସିଣ୍ଡିକେଟ ହେଉଛି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ। ବିଶ୍ୱବିଦ୍ୟାଳୟ ସମ୍ବନ୍ଧୀୟ ଯେକୌଣସି ଅନିୟମତା ଉପରେ ପଦକ୍ଷେପ ଏବଂ ସମାଧାନ କରିବାର ଯଥେଷ୍ଟ କ୍ଷମତା ସିଣ୍ଡିକେଟ୍‌ ପାଖରେ ଅଛି। ୟୁଜିସିର ନିୟମ ଅନୁଯାୟୀ ସିଣ୍ଡିକେଟରେ ଅତି ବେଶିରେ ୧୨ଜଣ ସଦସ୍ୟ ରହିବା ଦରକାର। ତେଣୁ ଏହାକୁ ସମ୍ପ୍ରସାରଣ କରିବାର କିଛି ଯଥାର୍ଥତା ନାହିଁ ବରଂ ଏହି ସମ୍ପ୍ରସାରଣ ହୁଏତ ଆଗାମୀ ଦିନରେ ସିଣ୍ଡିକେଟକୁ ପ୍ରଶାସନିକ ଅଧିକାରୀଙ୍କ କବଳରେ ଅଧିକ ରଖିବ।
ବିଶ୍ୱବିଦ୍ୟାଳୟଗୁଡ଼ିକର ମୌଳିକ ସମସ୍ୟାକୁ ସମାଧାନ ନ କରି ଏହା ପରିବର୍ତ୍ତେ ଏହାକୁ ଅଚାନକ ଲୋକସେବା ଆୟୋଗ ଅଧୀନରେ ଆଣିବାଟା କେତେଦୂର ଠିକ୍‌? ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳଗୁଡ଼ିକ ଏକ ପ୍ରକାର ଅବହେଳିତ ହେଲା ପରେ ଆଜିର କୁମ୍ଭୀର କାନ୍ଦଣା କ’ଣ ଓଡ଼ିଶାର ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରରେ ଛିଡ଼ା କରାଇପାରିବ? ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନର ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶଟି ୟୁଜିସିର ଅନେକ ନିୟମାବଳୀକୁ ଉଲ୍ଲଂଘନ କରୁଛି। ଯଦିବା ଏହି ଅଧିନିୟମ ଅଧ୍ୟାଦେଶ ଅନୁମୋଦନ ହୋଇଛି କିନ୍ତୁ ସମ୍ବିଧାନର ୨୦୧ ଧାରା ଅନୁଯାୟୀ ଯେତେବେଳେ ଏହି ବିଲ୍‌ଟି ପାରିତ ହୋଇଆସିବ ତାହା ମହାମହିମ ରାଷ୍ଟ୍ରପତିଙ୍କର ଅନୁମୋଦନ ପାଇଁ ପଠାଯିବା ଆବଶ୍ୟକ। ରାଷ୍ଟ୍ରପତି ନିଜେ ଦୃଷ୍ଟିଗୋଚର କରନ୍ତୁ କି ଏହି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମଟି କ’ଣ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ସହାୟକ ହେବ ନା ଏହା ଶିକ୍ଷା, ଗବେଷଣା ଏବଂ ବିକେନ୍ଦ୍ରୀକୃତ ଶିକ୍ଷା ବ୍ୟବସ୍ଥାରେ ବାଧା ସୃଷ୍ଟି କରିବ।
ପ୍ରାଧ୍ୟାପକ, ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଭୁବନେଶ୍ୱର, ମୋ: ୭୩୮୧୭୩୩୧୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?