କିଭଳି କରିବେ ମୁକାବିଲା

ରାତି ପାହିଲେ କଲେଜ ହେଉ ଅବା ଜବ୍‌ ଲାଗି ବାହାରକୁ ଯିବାକୁ ପ୍ରଥମେ ଲୋଡ଼ା ଗାଡ଼ି। ହେଲେ ଏବେ ତୈଳ ଦର ଆକାଶଛୁଆଁ, ଯାହାକି ସାଜିଛି ଅନେକଙ୍କ ପାଇଁ ମୁଣ୍ଡବିନ୍ଧାର
କାରଣ । ଏମିତିରେ ଇନ୍ଧନ ଖର୍ଚ୍ଚ କମାଇବା ଲାଗି ବିଭିନ୍ନ ଦିଗରେ ସଚେତନ ହେବା ଅବା ଅନ୍ୟ ବିକଳ୍ପ ଆପଣେଇବା ହିଁ ଏହାର ସମାଧାନର ଉପାୟ…

ଯାନବାହନ ବ୍ୟବହାର କରିବାରେ ସବୁଠୁ ଆଗରେ ଅଛନ୍ତି ଯୁବପିଢ଼ି। ହେଲେ ବର୍ତ୍ତମାନ ବାରମ୍ବାର ତୈଳ ଦର ବୃଦ୍ଧି ହେଉଥିବାରୁ ଅନେକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଗାଡ଼ି ଚଲାଇବା ସମୟରେ କେତୋଟି ଛୋଟ କଥା ପ୍ରତି ଦୃଷ୍ଟି ଦେଲେ ପେଟ୍ରୋଲ, ଡିଜେଲ ଆଦି ଇନ୍ଧନ ଖର୍ଚ୍ଚ କିଛି ପରିମାଣରେ କମାଇ ପାରିବେ…
ସ୍ମୁଥ୍‌ ଡ୍ରାଇଭିଂ ପ୍ରତି ଧ୍ୟାନ ଦିଅନ୍ତୁ: ଅନେକ ଯୁବପିଢ଼ିଙ୍କର ରଫ୍‌ ଡ୍ରାଇଭିଂ ବା ସାପ ଭଳି ଗାଡି ଚଲାଇବା, ମନଇଚ୍ଛା ଗାଡ଼ିର ଏକ୍ସଲିଟର ବଢ଼ାଇବା, ହଠାତ୍‌ ବ୍ରେକ୍‌ କରିବା ଆଦି ବଦାଭ୍ୟାସ ରହିଛି। ହେଲେ ଏପରି ଷ୍ଟାଇଲ୍‌ ଡ୍ରାଇଭିଂ ଯୋଗୁ ମଧ୍ୟ ଗାଡ଼ିର ଇନ୍ଧନ ଅଧିକ ସରିଥାଏ। ତେଣୁ ଗାଡ଼ି ଚଲାଇବା ସମୟରେ ଠିକ୍‌ ଭାବେ ଗିୟର ବ୍ୟବହାର କରି ସ୍ମୁଥ୍‌ ଡ୍ରାଇଭିଂ କଲେ କିଛି ମାତ୍ରାରେ ପେଟ୍ରୋଲ, ଡିଜେଲ ସେଭ୍‌ କରିପାରିବେ।
ଟ୍ରାଫିକ୍‌ରେ ଷ୍ଟାର୍ଟ ବନ୍ଦ କରନ୍ତୁ: ଟ୍ରାଫିକ୍‌ କିମ୍ବା ଅନ୍ୟ କୌଣସି ସ୍ଥାନରେ ଠିଆ ହୋଇ କାହା ସହ କଥା ହେବା ବେଳେ ଅନେକେ ଗାଡିକୁ ଷ୍ଟାର୍ଟ ମୋଡ୍‌ରେ ରଖିଥାନ୍ତି। ଯାହାଦ୍ୱାରା ଅଯଥା ଇନ୍ଧନ ନଷ୍ଟ ହୋଇଥାଏ। ତେଣୁ ତୈଳ ଖର୍ଚ୍ଚ କମ୍‌ କରିବା ଲାଗି ଠିଆ ହୋଇଥିବା ସମୟରେ ଷ୍ଟାର୍ଟ ବନ୍ଦ ରଖନ୍ତୁ।
ଠିକ୍‌ ରାସ୍ତା ବାଛନ୍ତୁ- କଲେଜ, ଅଫିସ ହେଉ କିମ୍ବା ମାର୍କେଟ୍‌ ଆଦି ସ୍ଥାନକୁ ଯିବା ଲାଗି ସବୁଠୁ କମ୍‌ ଦୂରତା ଥିବା ରାସ୍ତା ବାଛନ୍ତୁ। ଏହାଦ୍ୱାରା କମ୍‌ ଇନ୍ଧନ ଖର୍ଚ୍ଚ ହେବ। ସେହିପରି କୌଣସି ନୂଆ ସ୍ଥାନକୁ ଯିବାର ଥିଲେ ପ୍ରଥମେ ଉକ୍ତ ସ୍ଥାନର ଅବସ୍ଥିତି ସମ୍ପର୍କରେ ଭଲ ଭାବେ ବୁଝି ସବୁଠୁ ଶର୍ଟକଟ୍‌ ରାସ୍ତା ବାଛନ୍ତୁ। ନଚେତ୍‌ ଏଣେ ତେଣେ ଖୋଜିବାରେ ଉଭୟ ସମୟ ଏବଂ ଇନ୍ଧନ ଅଧିକ ନଷ୍ଟ ହେବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭଲ ରାସ୍ତା ବାଛନ୍ତୁ, କାରଣ ଶର୍ଟକର୍ଟ ଆଳରେ ଖାଳଢିପ ରାସ୍ତା ବାଛିଲେ ବାରମ୍ବାର ବ୍ରେକ୍‌, ଗିୟର ଆଦି ବ୍ୟବହାର କରିବା ଦ୍ୱାରା ଇନ୍ଧନ ଖର୍ଚ୍ଚ କମିବା ବଦଳରେ ବଢ଼ିବ।
ଛାଇରେ ପାର୍କିଂ କରନ୍ତୁ: ଗାଡ଼ିକୁ ସିଧାସଳଖ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ପାର୍କିଂ କରୁଥିଲେ ବି ଆପଣଙ୍କ ଇନ୍ଧନ ଖର୍ଚ୍ଚ ବଢ଼ିବ। କାରଣ ଖରାରେ ଗାଡ଼ିର ଇଞ୍ଜିନ ଗରମ ହୋଇଥାଏ। ଗାଡି ଷ୍ଟାର୍ଟ ହେବା ପରେ ଇଞ୍ଜିନ ଥଣ୍ଡା ହେବା ଲାଗି ଅଧିକ ଇନ୍ଧନ ଆବଶ୍ୟକ କରିଥାଏ। ତେଣୁ ଦିନବେଳା ସବୁବେଳେ ଗାଡ଼ିକୁ ଛାଇରେ ପାର୍କିଂ କରନ୍ତୁ ଇନ୍ଧନ ଖର୍ଚ୍ଚ ଅପେକ୍ଷାକୃତ କମ୍‌ ହେବ।
ଇଲେକ୍ଟ୍ରିକ୍‌ ଗାଡ଼ି ଭଲ ବିକଳ୍ପ: ବର୍ତ୍ତମାନ ଇନ୍ଧନ ଖର୍ଚ୍ଚ କମାଇବା ଲାଗି ବିଭିନ୍ନ କମ୍ପାନୀର ଇଲେକ୍ଟ୍ରିକ୍‌ ବାଇକ୍‌ ବଜାର ପ୍ରବେଶ କରିସାରିଛି। ଚାହିଁଲେ ଏହାକୁ ମଧ୍ୟ ବ୍ୟବହାର କରିପାରିବେ। ଯଦି ଆପଣ କାର୍‌ରେ ଯାତାୟତ କରୁଛନ୍ତି ତବେ ଇଲେକ୍ଟ୍ରିକ୍‌ ବା ହାଇବ୍ରିଡ୍‌ କାର ଆପଣଙ୍କ ପାଇଁ ଭଲ ବିକଳ୍ପ।
ଏସି କମ୍‌ ବ୍ୟବହାର କରନ୍ତୁ: କାର୍‌ ବ୍ୟବହାର କରୁଥିବା ଅଧିକାଂଶ ଯୁବପିଢ଼ି ବିନା ଏସିରେ ଗାଡ଼ି ଚଲାନ୍ତି ନାହିଁ। ଏସିରେ ବସିବା ଯଦିଓ ଆରାମଦାୟକ ହେଲେ ଆପଣ ଜାଣନ୍ତି କି, ଏସି ପ୍ରାୟ ୧୦% ଅଧିକ ଇନ୍ଧନ ଖର୍ଚ୍ଚ କରିଥାଏ। ତେଣୁ ଏସି ଅନ୍‌ କରୁଥିଲେ ଗାଡ଼ି ଭିତର ଥଣ୍ଡା ହେବାପରେ ତୁରନ୍ତ ବନ୍ଦ କରିଦିଅନ୍ତୁ।
ସାଇକେଲ୍‌ ଏବେ ବେଷ୍ଟ ଅପ୍ସନ: ଏବେ ଧିରେ ଧିରେ ଯୁବପିଢି ପୂନର୍ବାର ସାଇକେଲ୍‌ ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ଏହାର ଦୁଇଟି ଲାଭ ରହିଛି। ଏଥିରେ ଇନ୍ଧନ ଖର୍ଚ୍ଚ ଆଦୌ ନ ଥିବା ବେଳେ ପ୍ରତିଦିନ ସାଇକେଲିଂ କରିବା ଦ୍ୱାରା ଶରୀର ଫିଟ୍‌ ମଧ୍ୟ ରହୁଛି।
କ’ଣ କୁହନ୍ତି ଏମାନେ…
ସୌଭାଗ୍ୟ ରଞ୍ଜନ ତ୍ରିପାଠୀ
(କର୍ମଜୀବୀ, ଭୁବନେଶ୍ୱର)-
ବର୍ତ୍ତମାନ ପେଟ୍ରୋଲ କିଣିଲେ ପକେଟ୍‌ ଖାଲି ହୋଇଯାଉଛି। ଗୋଟିଏ ପଟେ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ଅନ୍ୟପଟେ ପେଟ୍ରୋଲ। ଯାହାକି ଆମ ପାଇଁ କଷ୍ଟକର ହୋଇପଡ଼ିଛି। କେନ୍ଦ୍ର ସରକାର ସବୁବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ଆଳ ଦେଖାଇ ପେଟ୍ରୋଲ ମୂଲ୍ୟ ବଢ଼ାଇ ଚାଲିଛନ୍ତି। ରାଜ୍ୟ ସରକାର ମଧ୍ୟ ସେହିପରି କରୁଛନ୍ତି। ତେଣୁ ମୋର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍‌ କମାନ୍ତୁ।
ସାର୍ଥକ କୁମାର ମହାପାତ୍ର
(ଛାତ୍ର, ବୌଦ୍ଧ)- ପେଟ୍ରୋଲ, ଡିଜେଲ ଦର ଏବେ ଯେଉଁ ହାରରେ ବଢ଼ି ଚାଲିଛି ତାହା ନ କହିବା ଭଲ। ପୂର୍ବରୁ ସହର ଭିତରେ ଥିବା ଯେ କୌଣସି ସ୍ଥାନକୁ ବାଇକ୍‌ରେ ଯାଉଥିବା ବେଳେ ଏବେ ପେଟ୍ରୋଲ ଦର ବଢ଼ିଯିବାରୁ ନିଜ ପାଇଁ ସାଇକେଲଟିଏ କିଣିଦେଇଛି ଏବଂ ସେଥିରେ ଯିବା ଆସିବା କରୁଛି। ପେଟ୍ରୋଲ ଦର ଏତେ ବଢ଼ିଯାଇଛି ଯେ ବାପାଙ୍କଠାରୁ ବାରମ୍ବାର ଟଙ୍କା ମାଗିବାକୁ ଭଲ ଲାଗୁନି। ସେଥିପାଇଁ ଏବେ ବାଇକ୍‌ ଧରି ବାହାରେ ବୁଲାବୁଲି କରିବା କି କୌଣସି ସ୍ଥାନକୁ ଯିବା ବହୁତ କମାଇ ଦେଇଛି। ମୋ ମତରେ, ସମସ୍ତଙ୍କୁ ସୁହାଇଲା ଭଳି ପେଟ୍ରୋଲ ଦର ହେବା ଦରକାର।
ସୁବ୍ରତ କୁମାର ସତପଥୀ (କର୍ମଜୀବୀ, କଟକ)- ଖାଦ୍ୟ, ପାନୀୟ ପରି ଏବେ ପେଟ୍ରୋଲ ବି ମୋ ପାଇଁ ଅତ୍ୟାବଶ୍ୟକ ହୋଇଯାଇଛି। ପ୍ରତିଦିନ ଘରୁ ବାହାରିଲେ ପ୍ରଥମେ ଗାଡ଼ି ଚେକ୍‌ କରେ ପେଟ୍ରୋଲ ଅଛି କି ନାହିଁ। ପୂର୍ବରୁ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲି। ସେଥିରୁ ଯେତିକି ଦରମା ଆସୁଥିଲା ତା’ର ଏକ ଚତୁର୍ଥାଂଶ କେବଳ ପେଟ୍ରୋଲ ପକାଇବାରେ ହିଁ ଖର୍ଚ୍ଚ ହୋଇ ଯାଉଥିଲା। ଯେହେତୁ ସମାଜସେବା କରୁଛି, ମୋତେ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଛି। ଫଳରେ ପ୍ରତିଦିନ ଗାଡ଼ିରେ ୧୫୦-୨୦୦ଟଙ୍କାର ପେଟ୍ରୋଲ ପକାଇବାକୁ ପଡୁଛି। ତେଣୁ ପେଟ୍ରୋଲ ଦର କମିଗଲେ ବେଶ୍‌ ଭଲ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri