କିଭଳି କରିବେ ମୁକାବିଲା

ରାତି ପାହିଲେ କଲେଜ ହେଉ ଅବା ଜବ୍‌ ଲାଗି ବାହାରକୁ ଯିବାକୁ ପ୍ରଥମେ ଲୋଡ଼ା ଗାଡ଼ି। ହେଲେ ଏବେ ତୈଳ ଦର ଆକାଶଛୁଆଁ, ଯାହାକି ସାଜିଛି ଅନେକଙ୍କ ପାଇଁ ମୁଣ୍ଡବିନ୍ଧାର
କାରଣ । ଏମିତିରେ ଇନ୍ଧନ ଖର୍ଚ୍ଚ କମାଇବା ଲାଗି ବିଭିନ୍ନ ଦିଗରେ ସଚେତନ ହେବା ଅବା ଅନ୍ୟ ବିକଳ୍ପ ଆପଣେଇବା ହିଁ ଏହାର ସମାଧାନର ଉପାୟ…

ଯାନବାହନ ବ୍ୟବହାର କରିବାରେ ସବୁଠୁ ଆଗରେ ଅଛନ୍ତି ଯୁବପିଢ଼ି। ହେଲେ ବର୍ତ୍ତମାନ ବାରମ୍ବାର ତୈଳ ଦର ବୃଦ୍ଧି ହେଉଥିବାରୁ ଅନେକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଗାଡ଼ି ଚଲାଇବା ସମୟରେ କେତୋଟି ଛୋଟ କଥା ପ୍ରତି ଦୃଷ୍ଟି ଦେଲେ ପେଟ୍ରୋଲ, ଡିଜେଲ ଆଦି ଇନ୍ଧନ ଖର୍ଚ୍ଚ କିଛି ପରିମାଣରେ କମାଇ ପାରିବେ…
ସ୍ମୁଥ୍‌ ଡ୍ରାଇଭିଂ ପ୍ରତି ଧ୍ୟାନ ଦିଅନ୍ତୁ: ଅନେକ ଯୁବପିଢ଼ିଙ୍କର ରଫ୍‌ ଡ୍ରାଇଭିଂ ବା ସାପ ଭଳି ଗାଡି ଚଲାଇବା, ମନଇଚ୍ଛା ଗାଡ଼ିର ଏକ୍ସଲିଟର ବଢ଼ାଇବା, ହଠାତ୍‌ ବ୍ରେକ୍‌ କରିବା ଆଦି ବଦାଭ୍ୟାସ ରହିଛି। ହେଲେ ଏପରି ଷ୍ଟାଇଲ୍‌ ଡ୍ରାଇଭିଂ ଯୋଗୁ ମଧ୍ୟ ଗାଡ଼ିର ଇନ୍ଧନ ଅଧିକ ସରିଥାଏ। ତେଣୁ ଗାଡ଼ି ଚଲାଇବା ସମୟରେ ଠିକ୍‌ ଭାବେ ଗିୟର ବ୍ୟବହାର କରି ସ୍ମୁଥ୍‌ ଡ୍ରାଇଭିଂ କଲେ କିଛି ମାତ୍ରାରେ ପେଟ୍ରୋଲ, ଡିଜେଲ ସେଭ୍‌ କରିପାରିବେ।
ଟ୍ରାଫିକ୍‌ରେ ଷ୍ଟାର୍ଟ ବନ୍ଦ କରନ୍ତୁ: ଟ୍ରାଫିକ୍‌ କିମ୍ବା ଅନ୍ୟ କୌଣସି ସ୍ଥାନରେ ଠିଆ ହୋଇ କାହା ସହ କଥା ହେବା ବେଳେ ଅନେକେ ଗାଡିକୁ ଷ୍ଟାର୍ଟ ମୋଡ୍‌ରେ ରଖିଥାନ୍ତି। ଯାହାଦ୍ୱାରା ଅଯଥା ଇନ୍ଧନ ନଷ୍ଟ ହୋଇଥାଏ। ତେଣୁ ତୈଳ ଖର୍ଚ୍ଚ କମ୍‌ କରିବା ଲାଗି ଠିଆ ହୋଇଥିବା ସମୟରେ ଷ୍ଟାର୍ଟ ବନ୍ଦ ରଖନ୍ତୁ।
ଠିକ୍‌ ରାସ୍ତା ବାଛନ୍ତୁ- କଲେଜ, ଅଫିସ ହେଉ କିମ୍ବା ମାର୍କେଟ୍‌ ଆଦି ସ୍ଥାନକୁ ଯିବା ଲାଗି ସବୁଠୁ କମ୍‌ ଦୂରତା ଥିବା ରାସ୍ତା ବାଛନ୍ତୁ। ଏହାଦ୍ୱାରା କମ୍‌ ଇନ୍ଧନ ଖର୍ଚ୍ଚ ହେବ। ସେହିପରି କୌଣସି ନୂଆ ସ୍ଥାନକୁ ଯିବାର ଥିଲେ ପ୍ରଥମେ ଉକ୍ତ ସ୍ଥାନର ଅବସ୍ଥିତି ସମ୍ପର୍କରେ ଭଲ ଭାବେ ବୁଝି ସବୁଠୁ ଶର୍ଟକଟ୍‌ ରାସ୍ତା ବାଛନ୍ତୁ। ନଚେତ୍‌ ଏଣେ ତେଣେ ଖୋଜିବାରେ ଉଭୟ ସମୟ ଏବଂ ଇନ୍ଧନ ଅଧିକ ନଷ୍ଟ ହେବ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭଲ ରାସ୍ତା ବାଛନ୍ତୁ, କାରଣ ଶର୍ଟକର୍ଟ ଆଳରେ ଖାଳଢିପ ରାସ୍ତା ବାଛିଲେ ବାରମ୍ବାର ବ୍ରେକ୍‌, ଗିୟର ଆଦି ବ୍ୟବହାର କରିବା ଦ୍ୱାରା ଇନ୍ଧନ ଖର୍ଚ୍ଚ କମିବା ବଦଳରେ ବଢ଼ିବ।
ଛାଇରେ ପାର୍କିଂ କରନ୍ତୁ: ଗାଡ଼ିକୁ ସିଧାସଳଖ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ପାର୍କିଂ କରୁଥିଲେ ବି ଆପଣଙ୍କ ଇନ୍ଧନ ଖର୍ଚ୍ଚ ବଢ଼ିବ। କାରଣ ଖରାରେ ଗାଡ଼ିର ଇଞ୍ଜିନ ଗରମ ହୋଇଥାଏ। ଗାଡି ଷ୍ଟାର୍ଟ ହେବା ପରେ ଇଞ୍ଜିନ ଥଣ୍ଡା ହେବା ଲାଗି ଅଧିକ ଇନ୍ଧନ ଆବଶ୍ୟକ କରିଥାଏ। ତେଣୁ ଦିନବେଳା ସବୁବେଳେ ଗାଡ଼ିକୁ ଛାଇରେ ପାର୍କିଂ କରନ୍ତୁ ଇନ୍ଧନ ଖର୍ଚ୍ଚ ଅପେକ୍ଷାକୃତ କମ୍‌ ହେବ।
ଇଲେକ୍ଟ୍ରିକ୍‌ ଗାଡ଼ି ଭଲ ବିକଳ୍ପ: ବର୍ତ୍ତମାନ ଇନ୍ଧନ ଖର୍ଚ୍ଚ କମାଇବା ଲାଗି ବିଭିନ୍ନ କମ୍ପାନୀର ଇଲେକ୍ଟ୍ରିକ୍‌ ବାଇକ୍‌ ବଜାର ପ୍ରବେଶ କରିସାରିଛି। ଚାହିଁଲେ ଏହାକୁ ମଧ୍ୟ ବ୍ୟବହାର କରିପାରିବେ। ଯଦି ଆପଣ କାର୍‌ରେ ଯାତାୟତ କରୁଛନ୍ତି ତବେ ଇଲେକ୍ଟ୍ରିକ୍‌ ବା ହାଇବ୍ରିଡ୍‌ କାର ଆପଣଙ୍କ ପାଇଁ ଭଲ ବିକଳ୍ପ।
ଏସି କମ୍‌ ବ୍ୟବହାର କରନ୍ତୁ: କାର୍‌ ବ୍ୟବହାର କରୁଥିବା ଅଧିକାଂଶ ଯୁବପିଢ଼ି ବିନା ଏସିରେ ଗାଡ଼ି ଚଲାନ୍ତି ନାହିଁ। ଏସିରେ ବସିବା ଯଦିଓ ଆରାମଦାୟକ ହେଲେ ଆପଣ ଜାଣନ୍ତି କି, ଏସି ପ୍ରାୟ ୧୦% ଅଧିକ ଇନ୍ଧନ ଖର୍ଚ୍ଚ କରିଥାଏ। ତେଣୁ ଏସି ଅନ୍‌ କରୁଥିଲେ ଗାଡ଼ି ଭିତର ଥଣ୍ଡା ହେବାପରେ ତୁରନ୍ତ ବନ୍ଦ କରିଦିଅନ୍ତୁ।
ସାଇକେଲ୍‌ ଏବେ ବେଷ୍ଟ ଅପ୍ସନ: ଏବେ ଧିରେ ଧିରେ ଯୁବପିଢି ପୂନର୍ବାର ସାଇକେଲ୍‌ ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ଏହାର ଦୁଇଟି ଲାଭ ରହିଛି। ଏଥିରେ ଇନ୍ଧନ ଖର୍ଚ୍ଚ ଆଦୌ ନ ଥିବା ବେଳେ ପ୍ରତିଦିନ ସାଇକେଲିଂ କରିବା ଦ୍ୱାରା ଶରୀର ଫିଟ୍‌ ମଧ୍ୟ ରହୁଛି।
କ’ଣ କୁହନ୍ତି ଏମାନେ…
ସୌଭାଗ୍ୟ ରଞ୍ଜନ ତ୍ରିପାଠୀ
(କର୍ମଜୀବୀ, ଭୁବନେଶ୍ୱର)-
ବର୍ତ୍ତମାନ ପେଟ୍ରୋଲ କିଣିଲେ ପକେଟ୍‌ ଖାଲି ହୋଇଯାଉଛି। ଗୋଟିଏ ପଟେ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ଅନ୍ୟପଟେ ପେଟ୍ରୋଲ। ଯାହାକି ଆମ ପାଇଁ କଷ୍ଟକର ହୋଇପଡ଼ିଛି। କେନ୍ଦ୍ର ସରକାର ସବୁବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ଆଳ ଦେଖାଇ ପେଟ୍ରୋଲ ମୂଲ୍ୟ ବଢ଼ାଇ ଚାଲିଛନ୍ତି। ରାଜ୍ୟ ସରକାର ମଧ୍ୟ ସେହିପରି କରୁଛନ୍ତି। ତେଣୁ ମୋର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍‌ କମାନ୍ତୁ।
ସାର୍ଥକ କୁମାର ମହାପାତ୍ର
(ଛାତ୍ର, ବୌଦ୍ଧ)- ପେଟ୍ରୋଲ, ଡିଜେଲ ଦର ଏବେ ଯେଉଁ ହାରରେ ବଢ଼ି ଚାଲିଛି ତାହା ନ କହିବା ଭଲ। ପୂର୍ବରୁ ସହର ଭିତରେ ଥିବା ଯେ କୌଣସି ସ୍ଥାନକୁ ବାଇକ୍‌ରେ ଯାଉଥିବା ବେଳେ ଏବେ ପେଟ୍ରୋଲ ଦର ବଢ଼ିଯିବାରୁ ନିଜ ପାଇଁ ସାଇକେଲଟିଏ କିଣିଦେଇଛି ଏବଂ ସେଥିରେ ଯିବା ଆସିବା କରୁଛି। ପେଟ୍ରୋଲ ଦର ଏତେ ବଢ଼ିଯାଇଛି ଯେ ବାପାଙ୍କଠାରୁ ବାରମ୍ବାର ଟଙ୍କା ମାଗିବାକୁ ଭଲ ଲାଗୁନି। ସେଥିପାଇଁ ଏବେ ବାଇକ୍‌ ଧରି ବାହାରେ ବୁଲାବୁଲି କରିବା କି କୌଣସି ସ୍ଥାନକୁ ଯିବା ବହୁତ କମାଇ ଦେଇଛି। ମୋ ମତରେ, ସମସ୍ତଙ୍କୁ ସୁହାଇଲା ଭଳି ପେଟ୍ରୋଲ ଦର ହେବା ଦରକାର।
ସୁବ୍ରତ କୁମାର ସତପଥୀ (କର୍ମଜୀବୀ, କଟକ)- ଖାଦ୍ୟ, ପାନୀୟ ପରି ଏବେ ପେଟ୍ରୋଲ ବି ମୋ ପାଇଁ ଅତ୍ୟାବଶ୍ୟକ ହୋଇଯାଇଛି। ପ୍ରତିଦିନ ଘରୁ ବାହାରିଲେ ପ୍ରଥମେ ଗାଡ଼ି ଚେକ୍‌ କରେ ପେଟ୍ରୋଲ ଅଛି କି ନାହିଁ। ପୂର୍ବରୁ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲି। ସେଥିରୁ ଯେତିକି ଦରମା ଆସୁଥିଲା ତା’ର ଏକ ଚତୁର୍ଥାଂଶ କେବଳ ପେଟ୍ରୋଲ ପକାଇବାରେ ହିଁ ଖର୍ଚ୍ଚ ହୋଇ ଯାଉଥିଲା। ଯେହେତୁ ସମାଜସେବା କରୁଛି, ମୋତେ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଛି। ଫଳରେ ପ୍ରତିଦିନ ଗାଡ଼ିରେ ୧୫୦-୨୦୦ଟଙ୍କାର ପେଟ୍ରୋଲ ପକାଇବାକୁ ପଡୁଛି। ତେଣୁ ପେଟ୍ରୋଲ ଦର କମିଗଲେ ବେଶ୍‌ ଭଲ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡ ଜିନ୍ସ ଫ୍ୟାଶନ୍‌ …

ବିଭିନ୍ନ ପ୍ରକାର ଜିନ୍ସ ମଧ୍ୟରେ ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ କମ୍ଫର୍ଟେବଲ୍‌ ଲାଗୁଥିବାରୁ ବର୍ତ୍ତମାନ ବୟଫ୍ରେଣ୍ଡ ଜିନ୍ସ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦି ଆପଣ ବି ଏହାକୁ...

ଘରେ ବି ସହଜରେ କରିହେବ ଥାଇରଏଡ୍‌ ପରୀକ୍ଷା…

ଥାଇରଏଡ୍‌ ସମସ୍ୟା ଥିଲେ ମେଟାବୋଲିକ୍‌ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ଏହା ସାଧାରଣତଃ ଦୁଇ ପ୍ରକାର। ହାଇପୋଥାଇରଏଡ୍‌ ଏବଂ ହାଇପର୍‌ଥାଇରଏଡ୍‌। ହାଇପୋଥାଇରଏଡ୍‌ରେ ଥାଇରଏଡ୍‌ ଗ୍ଲାଣ୍ଡ୍‌ରୁ ହରମୋନ୍‌...

୪୦ ପରେ ବି ଫିଟ୍‌

ସାଧାରଣତଃ ୪୦ ବର୍ଷ ପରେ ମହିଳାଙ୍କର ହାଡ଼, ମାଂସପେଶୀ, ତ୍ୱଚା ସମ୍ପର୍କିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ସେହି ସମୟରେ ନିଜ ପ୍ରତି ଅଧିକ ଧ୍ୟାନଦେବାକୁ...

କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ମନେରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା, ହେବେ ନାହିଁ ପ୍ରତାରିତ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

ଗର୍ଭାବସ୍ଥାରେ ପିଉଛନ୍ତି କି ମୃଦୁପାନୀୟ? ପଡ଼ିପାରନ୍ତି ଏହି ସମସ୍ୟାରେ

ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ସେମାନେ ଖାଉଥିବା ଖାଦ୍ୟର ପ୍ରଭାବ ପେଟରେ ବଢ଼ୁଥିବା ଶିଶୁ ଉପରେ ପଡ଼ିବ। ଅନେକ...

ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍‌ ଟି’

ଗ୍ରୀନ୍‌ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ...

ପଢ଼ା ସହ ଜବ୍‌

ପାଠପଢ଼ା ପରେ ଭଲ ଜବ୍‌ଟିଏ ପାଇବାର ଲକ୍ଷ୍ୟ କାହାର ବା ନ ଥାଏ! ହେଲେ କେବେ ଜଣେ ଭଲ ଶିକ୍ଷାର୍ଥୀକୁ ସଫଳ ହେବାରେ ଅର୍ଥ ବାଧକ...

ଫ୍ରିଜ୍‌ରେ ବଟର୍‌ ରଖୁଛନ୍ତି କି…

ଖାଦ୍ୟରେ ବଟର୍‌ ବା ଲହୁଣୀ ବ୍ୟବହାର କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ବଟରକୁ ବ୍ୟବହାର କରି ସାରିବା ପରେ ଆମେ ଏହାକୁ ଫ୍ରିଜ୍‌ରେ ରଖି...

Advertisement
Archives

Model This Week