How To Clean Silver At Home: କେଇ ସେକେଣ୍ଡରେ ଚମକିବ ରୁପା ବାସନ-ଗହଣା, ଆପଣାନ୍ତୁ ଏଭଳି ସହଜ ଘରୋଇ ଉପାୟ…

ରୂପା ବାସନ ଏବଂ ଅଳଙ୍କାର ରଖିବା ତଥା ବ୍ୟବହାର କରିବା ଅନେକଙ୍କୁ ପସନ୍ଦ। ହେଲେ ସମୟ ସହିତ ଏହା କଳା ପଡ଼ିଯାଇଯାଏ। ରୂପା ବାୟୁ ଏବଂ ଆର୍ଦ୍ରତା ସଂସ୍ପର୍ଶରେ ଆସିବା ଯୋଗୁ ଏଭଳି ହୋଇଥାଏ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ଘରେ ମଧ୍ୟ ରୂପାର ସାମଗ୍ରୀ ରହିଛି ଏବଂ ସେଗୁଡ଼ିକ ଚମକ ହରାଇଛି, ତେବେ ଚିନ୍ତା କରନ୍ତୁ ନାହିଁ। କିଛି ସହଜ ଘରୋଇ ଉପାୟ ସାହାଯ୍ୟରେ ସେଗୁଡ଼ିକ ଚମକ ଫେରିପାଇପାରିବେ।

ବେକିଂ ସୋଡ଼ା ଏବଂ ଆଲୁମିନିୟମ ଫଏଲର ବ୍ୟବହାର:
ଏହି ପଦ୍ଧତିକୁ ରୂପା ପାତ୍ର ଏବଂ ଅଳଙ୍କାରକୁ ଚମକାଇବା ପାଇଁ ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏଥିପାଇଁ ଏକ ପାତ୍ରରେ ଗରମ ପାଣି ନିଅନ୍ତୁ, ସେଥିରେ ଗୋଟିଏ ଚାମଚ ବେକିଂ ସୋଡ଼ା ଏବଂ ଗୋଟିଏ ଚାମଚ ଲୁଣ ମିଶାନ୍ତୁ। ଏବେ ଏଥିରେ ଆଲୁମିନିୟମ ଫଏଲର ଖଣ୍ଡ ମିଶାନ୍ତୁ ଏବଂ ତା’ପରେ ଏହି ପାଣିରେ ରୂପା ସାମଗ୍ରୀକୁ ବୁଡ଼ାନ୍ତୁ। ୫ ରୁ ୧୦ ମିନିଟ ପରେ ରୂପାର କଳାପଣ ଦୂର ହୋଇଯିବ ଏବଂ ଏହା ପୁଣି ଚମକିବା ଆରମ୍ଭ କରିବ।

ଟୁଥ୍‌ପେଷ୍ଟରେ ସଫା କରନ୍ତୁ:
ଟୁଥ୍‌ପେଷ୍ଟ କେବଳ ଦାନ୍ତ ସଫା କରେ ନାହିଁ, ବରଂ ରୂପାକୁ ପଲିସ୍‌ କରିବାରେ ମଧ୍ୟ ବହୁତ ଲାଭଦାୟକ। ଏକ ନରମ କପଡ଼ା କିମ୍ବା ଟୁଥବ୍ରଶ୍‌ ଉପରେ ଟିକିଏ ଟୁଥପେଷ୍ଟ ଲଗାନ୍ତୁ ଏବଂ ରୂପା ଜିନିଷଟିକୁ ଧୀରେ ଘଷନ୍ତୁ। ଏହା ପରେ ଏହାକୁ ଉଷୁମ ପାଣିରେ ଧୋଇଦିଅନ୍ତୁ। ଦେଖିବେ ରୂପା ପୁଣି ନୂତନ ପରି ଚମକିବ।

ଲେମ୍ବୁ ଏବଂ ବେକିଂ ସୋଡ଼ା ପେଷ୍ଟ:
ଲେମ୍ବୁ ଏବଂ ବେକିଂ ସୋଡ଼ାର ମିଶ୍ରଣ ମଧ୍ୟ ରୂପା ସଫା କରିବାର ଏକ ସହଜ ଏବଂ ପ୍ରଭାବଶାଳୀ ଉପାୟ। ଏଥିପାଇଁ ଆପଣଙ୍କୁ ଏକ ପାତ୍ରରେ ଗୋଟିଏ ଚାମଚ ବେକିଂ ସୋଡ଼ା ନେଇ ସେଥିରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ତିଆରି କରିବାକୁ ପଡିବ। ଏହି ପେଷ୍ଟକୁ ରୂପା ସାମଗ୍ରୀ ଉପରେ ଲଗାନ୍ତୁ ଏବଂ ଧୀରେ ଧୀରେ ଘଷନ୍ତୁ, କିଛି ମିନିଟ ମଧ୍ୟରେ ରୂପା ଚମକିବ।

ଭିନେଗାର ଏବଂ ବେକିଂ ସୋଡ଼ା:
ରୂପା ସଫା କରିବାରେ ଭିନେଗାର କିମ୍ବା ଭିନେଗାର ଏବଂ ବେକିଂ ସୋଡ଼ାର ମିଶ୍ରଣ ମଧ୍ୟ ସହାୟକ ହୋଇଥାଏ। ଉଭୟକୁ ଏକ ପାତ୍ରରେ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ଏହାକୁ ରୂପା ଜିନିଷ ଉପରେ ଲଗାନ୍ତୁ। କିଛି ସମୟ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

କୋକାକୋଲା ସହିତ ସଫା କରନ୍ତୁ:
ଯଦି ଆପଣଙ୍କ ପାଖରେ କୋଲା କିମ୍ବା କୌଣସି ସୋଡ଼ା ଅଛି, ତେବେ ଏହାକୁ ରୂପା ସଫା କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ରୂପା ଜିନିଷଟିକୁ କିଛି ଘଣ୍ଟା ପାଇଁ କୋଲାରେ ବୁଡ଼ାଇ ରଖନ୍ତୁ ଏବଂ ତା’ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

ସମବାୟରେ ମାନବ ସମ୍ବଳ ନୀତି

ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ତରଫରୁ ୨୦୨୪ ନଭେମ୍ବରରେ ଯେଉଁ ଅନ୍ତର୍ଜାତୀୟ ସମବାୟ ସମ୍ମିଳନୀ କରାଯାଇଥିଲା ତାହାର ନିଷ୍କର୍ଷକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଯୋଜନାମାନ…

ପୋଲିସ ଏନ୍‌କାଉଣ୍ଟର

ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ୧୫ ନଭେମ୍ବରରେ ପୋଲିସ ଗୁଳିରେ ରତନ ଶେଖ୍‌ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ହତ୍ୟାକୁ ଏନ୍‌କାଉଣ୍ଟର ଆଖ୍ୟା ଦିଆଯାଇଛି। ପୋଲିସ…

ବଡ଼ ଗୁମର ଖୋଲିଲେ ଆର୍ଯ୍ୟବୀର ସେହ୍ବାଗ: ଯନ୍ତ୍ରଣାରେ ଛଟପଟ ହେଉଥିଲେ….

ନୂଆଦିଲ୍ଲୀ,୧୭।୧୧: କ୍ରିକେଟ ପଡ଼ିଆରେ ଲଢ଼େଇ କେବଳ ବ୍ୟାଟ ଓ ବଲ୍‌ରେ ହୁଏ ନାହିଁ, ବେଳେବେଳେ ମନୋବଳ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ମଧ୍ୟ ବଡ଼ ଭୂମିକା ନିଭାଇଥାଏ।…

ସୁନା, ରୁପା ମୂଲ୍ୟରେ ଲଗାତର ହ୍ରାସ

ନୂଆଦିଲ୍ଲୀ,୧୭ା୧୧: ଗତ କିଛିଦିନ ଧରି ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇ ଆସିଥିଲା ବେଳେ ସୋମବାର ଉଭୟ ଧାତୁ ମୂଲ୍ୟରେ ପୁଣି ହ୍ରାସ ଘଟିଛି। ଗତ…

ନ୍ୟୁଜିଲାଣ୍ଡକୁ ୪୪୦ ଭୋଲ୍ଟର ଝଟ୍‌କା: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୧୧: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା ଲାଗିଛି। ନଭେମ୍ବର ୧୫ରେ ଖେଳାଯାଇଥିବା ପଞ୍ଚମ ଦିନିକିଆ ମ୍ୟାଚ୍‌ରେ ଆହତ ହୋଇଥିବା…

ଜୀବନ୍ତ ଫେରି ନ ପାରେ: ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ,୧୭ା୧୧(ପି.ଟି.): ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ପ୍ରଧାନ ବିଚାରପତି ଏବଂ ଅନ୍ୟ ମୁଖ୍ୟ ବିଚାରପତିମାନଙ୍କୁ ଏକ ଖୋଲା ଚିଠି ଲେଖି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?