Posted inଜାତୀୟ

ସମାଧାନ ଆଡ଼େ ମୁହାଁଉଛି କେନ୍ଦ୍ର-କୃଷକ ବିବାଦ

ନୂଆଦିଲ୍ଲୀ,୩୧ା୧୨- ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ବିବାଦ ଦୀର୍ଘ ମାସକ ପରେ ସମାଧାନ ମୁହଁା ହୋଇଛି। ବୁଧବାର କୃଷକ ସଂଗଠନର ପ୍ରତିନିଧି ଓ ୩ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ୪ ପ୍ରସଙ୍ଗକୁ ନେଇ ଆଲୋଚନ ହୋଇଥିଲା। ଷଷ୍ଠ ରାଉଣ୍ଡ ଆଲୋଚନାରେ ୨ଟି (ବାୟୁ ପ୍ରଦୂଷଣ ଆଇନ ଓ ବିଦ୍ୟୁତ୍‌ ସଂଶୋଧିତ ବିଲ) ପ୍ରସଙ୍ଗରେ ସହମତି ପ୍ରକାଶ କରିଛନ୍ତି ଉଭୟ ପକ୍ଷ। ହେଲେ ଆଇନଗତ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଓ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି ଛାଡ଼ିବାକୁ ରାଜି ନାହାନ୍ତି କୃଷକ ପ୍ରତିନିଧି।

ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ୫ ଥର ଆଲୋଚନାରେ କୃଷକମାନେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ମନା କରିଥିଲେ। ମାତ୍ର ଏଥର କେବଳ ଚା’ ଗ୍ରହଣ କରିଥିଲେ। ପ୍ରତିବଦଳରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳବାଇ ମନ୍ତ୍ରୀ ପିୟୂଷ ଗୋଏଲ କୃଷକଙ୍କ ସହ ଭୋଜନ (ଲାଙ୍ଗର) କରିଥିଲେ। ଏହା ଦର୍ଶାଉଛି ଉଭୟ ପକ୍ଷ ମୁଣ୍ଡ ନୁଆଇବାକୁ ପ୍ରସ୍ତୁତ। ଆସନ୍ତା ୪ ତାରିଖରେ ପୁଣି ଥରେ ଆଲୋଚନା କରାଯିବା ନେଇ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ରେ ବଦଳି, ୧୮ରେ ବାତିଲ: କଳାହାଣ୍ଡି ଶିକ୍ଷା ବିଭାଗରେ ବଦଳି ନାଟକ

ଭବାନୀପାଟଣା,୨୦ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ସରକାରୀ ନିୟମ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠିକୁ ବେଖାତିର କରି ମନମୁଖୀ କାର୍ଯ୍ୟ ଚାଲିଥିବା ଭଳି ଘଟଣା…

ଅଜଣା ରୋଗରେ ପୀଡିତ ଜୟଲାଲ, ସରକାରୀ ସହାୟତା ପାଇଁ ନିବେଦନ

ନୂଆପଡ଼ା,୨୦ା୬ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ପଞ୍ଚାୟତ ଧରମପୁର ଗଁାର ଜୟଲାଲ ଖର୍ସେଲ (୩୨) ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଅଛନ୍ତି।…

ପିଏମ ସୂର୍ଯ୍ୟଘର: ଓଡ଼ିଶାର ପ୍ରଥମ ସୋଲାର ଦିଦି ବ୍ୟାଚ୍‌ର ପ୍ରଶିକ୍ଷଣ ସମ୍ପନ୍ନ

ଭୁବନେଶ୍ୱର, ୨୦।୬: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ପକ୍ଷରୁ କଟକସ୍ଥିତ ଟାଟା ପାୱାର ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ (ଟିପିଏସଡିଆଇ)ରେ ପିଏମ ସୂର୍ଯ୍ୟଘର: ମୁଫ୍ତ…

ବୈଜ୍ଞାନିକଙ୍କ ଚେତାବନୀ: ଓଡ଼ିଶାରୁ ଲୋପ ପାଇଯାଇପାରନ୍ତି ‘ନୀଳରକ୍ତ କଙ୍କଡ଼ା’

କେନ୍ଦ୍ରାପଡ଼ା,୨୦ା୬ (ପି.ଟି.)ଓଡ଼ିଶା ଉପକୂଳରୁ ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ବିରଳ‘ଘୋଡ଼ା ନାଲ କଙ୍କଡ଼ା’ ବା ‘ନୀଳରକ୍ତ କଙ୍କଡ଼ା’ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି…

ଗାଁ ଭିତରେ ପଶିଲା ଦନ୍ତା ହାତୀ: ଗ୍ରାମବାସୀ ଆତଙ୍କିତ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର):ଗାଁ ଭିତରେ ପଶିଲା ଦନ୍ତା ହାତୀ। ଗ୍ରାମବାସୀ ଆତଙ୍କିତ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ନୁଆଁଡିହ ପଞ୍ଚାୟତର ମହାସିନ୍ଧୁ ଗ୍ରାମରେ ଏକ ଦନ୍ତା ହାତୀ…

ଜନ୍ମମାଟିରେ ଜନ୍ମଦିନ ପାଳିବେ ରାଷ୍ଟ୍ରପତି, ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୦।୬: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଜନ୍ମମାଟିରେ ଜନ୍ମଦିନ ପାଳନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଶୁକ୍ରବାର…

ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣା: ତଦନ୍ତ ଆରମ୍ଭ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଗୁଣ୍ଡୁରିପୋଷି କଲୋନୀ ସାହିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ…

‘ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଉ’, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, ୨୦।୬ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରାୟ ୧୮ ଲକ୍ଷ ସାମାଜିକ ସୁରକ୍ଷା ପେନ୍‌ସନଭୋଗୀଙ୍କୁ ଗତ ୩ ମାସ ହେଲା ପେନ୍‌ସନ ଟଙ୍କା ମିଳିନାହିଁ। ଭତ୍ତା ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri