କେତେଟା ଫୋନ୍‌ ବ୍ୟବହାର କରନ୍ତି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୪।୭: ଗୁଗୁଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ ତାଙ୍କର କିଛି ବୈଷୟିକ ଅଭ୍ୟାସ ବିଷୟରେ ସୂଚନା ଦେଇଛନ୍ତି। ପାସୱାର୍ଡ କେବେ ଏବଂ କେତେ ଶୀଘ୍ର ବଦଳାଯିବ ଏବଂ ସେ କେତେ ମୋବାଇଲ ଫୋନ ବ୍ୟବହାର କରନ୍ତି ସେ ସମସ୍ତ ସୂଚନା ଦେଇଛନ୍ତି। ସୁନ୍ଦର ପିଚାଇଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ ସେ ନିଜ ପିଲାମାନଙ୍କୁ ଫୋନ ବ୍ୟବହାର କେତେ ସମୟ ଅନୁମତି ଦିଅନ୍ତି?ଏହାର ଜବାବରେ ସେ କହିଛନ୍ତି ଯେ ସେ ନିଜ ପିଲାମାନଙ୍କୁ ନିଜର ସୀମା ସ୍ଥିର କରିବାକୁ ସ୍ବାଧୀନତା ଏବଂ ଉତ୍ସାହ ପ୍ରଦାନ କରନ୍ତି। ମୁଁ ଏହାକୁ ଏକ ବ୍ୟକ୍ତିଗତ ଦାୟିତ୍ୱ ବୋଲି ଭାବୁଛି, ଯାହା ବ୍ୟକ୍ତିର ନିଷ୍ପତ୍ତି ହେବା ଉଚିତ୍‌।ସେ ପାସୱାର୍ଡକୁ କେତେଥର ବଦଳାନ୍ତି ବୋଲି ପଚରାଗଲା, ସେ କହିଥିଲେ ଯେ ସେ ବାରମ୍ବାର ପାସୱାର୍ଡ ପରିବର୍ତ୍ତନ କରନ୍ତି ନାହିଁ। ପାସୱାର୍ଡ ସମ୍ବନ୍ଧରେ ଦୁଇଟି ଫ୍ୟାକ୍ଟର୍‌ ପ୍ରାମାଣିକରଣ(two-factor authentication) ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ଅନେକ ପ୍ରକାରର ସୁରକ୍ଷା ଯୋଗାଏ।
ଆପଣ କେତେ ଫୋନ ବ୍ୟବହାର କରନ୍ତି ବୋଲି ପଚରାଗଲା, ସେ କହିଥିଲେ ଯେ ଏକ ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ ୨୦ରୁ ଅଧିକ ଫୋନ ବ୍ୟବହାର କରନ୍ତି। ମୁଁ ଲଗାତାର ଫୋନ ବଦଳାଇ ନୂଆ ନେବାକୁ ଚେଷ୍ଟା କରେ ଏବଂ ମୁଁ ସବୁବେଳେ ସେଗୁଡିକୁ ପରୀକ୍ଷା କରେ। ମଣିଷ ଦ୍ୱାରା ସୃଷ୍ଟି ହୋଇଥିବା ଏହି ପ୍ରଯୁକ୍ତିବିଦ୍ୟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରୟାନ-୩ର ସଫଳତାରେ ଗୁଗ୍‌ଲର ସ୍ପେଶାଲ୍‌ ‘ଡୁଡ୍‌ଲ’

ନୂଆଦିଲ୍ଲୀ,୨୪।୮: ଭାରତର ସଫଳତା ପାଇଁ ଗୁଗ୍‌ଲ ଭାରତକୁ ଏକ ସ୍ବତନ୍ତ୍ର ଢଙ୍ଗରେ ଅଭିନନ୍ଦନ ଜଣାଇଛି । ଡୁଡ୍‌ଲ ଚନ୍ଦ୍ରାୟନ-୩ର ସଫଳତା ଉପରେ ଭାରତର ସଫଳତାକୁ ଏକ...

ପୁଣି ଚିନ୍ତା ବଢ଼ାଇବ ନୂଆ ଭାରିଆଣ୍ଟ: ଓମିକ୍ରନଠାରୁ ୧୦ଗୁଣା ଅଧିକ ସଂକ୍ରମଣ

ଜେନେଭା,୨।୪: କରୋନା ଭାଇରସ୍‌ର ଏକ ନୂଆ ଭାରିଆଣ୍ଟ ପୁଣି ଥରେ ଚିନ୍ତା ବଢ଼ାଇବାକୁ ଯାଉଛି। କରୋନାର ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍‌ଭାରିଆଣ୍ଟ ବିଏ-୨...

ପାକିସ୍ତାନରେ ବ୍ରିଟେନ୍‌ର ୧୭୮ ଜଣିଆ ଶିଖ୍‌ ପ୍ରତିନିଧି ଦଳ

ଇସଲାମାବାଦ୍‌,୪।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଅବସରରେ ପାକିସ୍ତାନରେ ବ୍ରିଟେନ୍‌ରୁ ୧୭୮ ଜଣିଆ ପ୍ରତିନିଧି ଦଳ ଆସି ପହଞ୍ଚିଛନ୍ତି। ସେମାନେ ଶେଖୁପୁରା ସ୍ଥିତ...

ଫୁକା ଗାଁର କୃଷିଯନ୍ତ୍ର କାରିଗର

ଏକ ନିପଟ ଆଦିବାସୀ ଅଧ୍ୟୁଷିତ ଗାଁର ଜଣେ ଯୁବକ। ଇଞ୍ଜିନିୟରିଂ ପାଠ ପଢ଼ିନାହାନ୍ତି, ମାତ୍ର ନିଆରା କୃଷିଯନ୍ତ୍ର ତିଆରି କରିଛନ୍ତି । ଏହି ଯନ୍ତ୍ରକୁ ଚାଷକାମରେ...

୨୪ ଘଣ୍ଟା ପର୍ଯ୍ୟନ୍ତ ଶରୀର ବାହାରେ ସୁରକ୍ଷିତ ରହିପାରିବ ମାନବ ହୃଦୟ

ଲଣ୍ଡନ,୧୫।୨: ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ସହଜ ହୋଇପାରିବ। ଶରୀର ବାହାରେ ନୂତନ ଜ୍ଞାନକୌଶଳ ଦ୍ୱାର ୨୪ ଘଣ୍ଟା ସୁରକ୍ଷିତ ରଖାଯାଇପାରିବ। କେତେକ କୃତ୍ରିମ ଉପକରଣ...

୧୦ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

କଲମ୍ବୋ,୮।୮ : ଶ୍ରୀଲଙ୍କା ନୌସେନା ୧୦ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ସେମାନଙ୍କର ଟ୍ରଲର ମଧ୍ୟ ଜବତ କରିଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା...

ୟୁକ୍ରେନକୁ ପୁଣି ସହଯୋଗର ହାତ ବଢାଇଲା ବ୍ରିଟେନ

ଲଣ୍ଡନ,୧୨।୫: ୟୁକ୍ରେନ ସହ ରୁଷିଆର ଯୁଦ୍ଧ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଲାଗି ରହିଥିବା ବେଳେ ବିଭିନ୍ନ ଦେଶରୁ ଦୁଇ ଦେଶକୁ ସହାୟତା ବି ଯୋଗାଇ...

ଭଉଣୀର ରାଖୀ ଉପହାର: ଆଗ୍ରାର ବନ୍ଦନା ସାନ ଭାଇକୁ ଦେଲେ କିଡ୍‌ନୀ

ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧେ। ଭାଇ ପ୍ରତିବଦଳରେ ପ୍ରତିଶ୍ରୁତି ଦିଏ ସବୁ ବିପଦ ଆପଦରେ ଭଉଣୀକୁ ସୁରକ୍ଷା ପ୍ରଦାନ କରିବ। ତା’ସହ...

Advertisement
Archives

Model This Week