୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା ସମ୍ପୂର୍ଣ୍ଣ ଭୁଲ। ପେଟ୍ରୋଲର ମୂଲ୍ୟ ତୈଳ କମ୍ପାନୀ ଓ ସରକାରଙ୍କ ନିୟମ ଅନୁଯାୟୀ ସ୍ଥିର ହୋଇଥାଏ। ଡିଲରଙ୍କୁ ପ୍ରତି ଲିଟରରେ ପ୍ରାୟ ୩-୪ ଟଙ୍କା କମିଶନ ମିଳିଥାଏ। ଏଥିରୁ କର୍ମଚାରୀଙ୍କ ଦରମା, ବିଦ୍ୟୁତ ବିଲ, ମେସିନ ରକ୍ଷଣାବେକ୍ଷଣ, ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାହାରିଥାଏ। ସବୁ ଖର୍ଚ୍ଚ କାଟିବା ପରେ ଲିଟର ପିଛା ମାତ୍ର ୧-୧.୫ ଟଙ୍କା ହିଁ ଲାଭ ରହେ। ଅର୍ଥାତ ଅଧିକ ରୋଜଗାର ପାଇଁ ଅଧିକ ପେଟ୍ରୋଲ ବିକ୍ରି କରିବା ଆବଶ୍ୟକ।

୧ ଡିସେମ୍ୱର ୨୦୨୪ରୁ ପେଟ୍ରୋଲ ପମ୍ପ ଡିଲରଙ୍କ କମିଶନର ନୂଆ ହିସାବ ଲାଗୁ ହୋଇଛି। ପ୍ରତି ୧,୦୦୦ ଲିଟର ପେଟ୍ରୋଲରେ ତାଙ୍କୁ ୩,୧୪୪.୦୩ ଟଙ୍କାର ର୍ନିଦ୍ଧାରିତ କମିଶନ ମିଳେ। ଅର୍ଥାତ ଲିଟର ପିଛା ପ୍ରାୟ ୩.୧୪ ଟଙ୍କା। ଏହା ବ୍ୟତୀତ ପେଟ୍ରୋଲର ବିଲ ମୂଲ୍ୟର ୦.୮୭୦ ପ୍ରତିଶତ ଭାଗ ମଧ୍ୟ କମିଶନରେ ଯୋଡ଼ିହୁଏ। ଉଭୟକୁ ମିଶାଇ ଡିଲରଙ୍କୁ ଲିଟର ପିଛା ପ୍ରାୟ ୩ ରୁ ୩.୫ ଟଙ୍କା ମିଳିପାରେ। ତେବେ ଏହି ପୂରା ଟଙ୍କା ତାଙ୍କର ଲାଭ ନୁହେଁ, କାରଣ ପମ୍ପ ଚଲାଇବାର ଅନେକ ଖର୍ଚ୍ଚ ଏହି ଅର୍ଥରୁ ହିଁ ବହନ କରାଯାଏ।

ଧରିନିଅନ୍ତୁ କୌଣସି ପେଟ୍ରୋଲ ପମ୍ପ ଦିନକୁ ୧,୦୦୦ ଲିଟର ପେଟ୍ରୋଲ ବିକ୍ରି କରୁଛି। ଏହା ଉପରେ ତାଙ୍କୁ ର୍ନିଦ୍ଧାରିତ କମିଶନ ବାବଦକୁ ପ୍ରାୟ ୩,୧୪୪ ଟଙ୍କା ମିଳିଥାଏ। ଏହା ବ୍ୟତୀତ ବିଲ ମୂଲ୍ୟ ଉପରେ ୦.୮୭୦ ପ୍ରତିଶତ କମିଶନ ମଧ୍ୟ ଯୋଡ଼ିହୁଏ। ଯଦି ବିକ୍ରି ୫,୦୦୦ ଲିଟରରେ ପହଞ୍ଚେ, ତେବେ ର୍ନିଦ୍ଧାରିତ କମିଶନ ପ୍ରାୟ ୧୫,୭୨୦ ଟଙ୍କା ହୋଇଯାଏ ଏବଂ ପ୍ରତିଶତ ହିସାବର କମିଶନ ଅଲଗା ମିଳେ। ତେଣୁ ପେଟ୍ରୋଲ ପମ୍ପର ରୋଜଗାର କେବଳ ଲିଟର ପିଛା କମିଶନରୁ ସ୍ଥିର ହୁଏନାହିଁ, ବରଂ ଦୈନିକ କେତେ ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି ତାହା ଉପରେ ର୍ନିଭର କରେ।

ଡିଜେଲ ବିକ୍ରି ଉପରେ ମଧ୍ୟ ପେଟ୍ରୋଲ ପମ୍ପ ଡିଲରଙ୍କୁ ତୈଳ କମ୍ପାନୀରୁ କମିଶନ ମିଳିଥାଏ। ୧ ଡିସେମ୍ୱର ୨୦୨୪ରୁ ପ୍ରତି ୧,୦୦୦ ଲିଟର ଡିଜେଲରେ ପ୍ରାୟ ୨,୩୩୩ ଟଙ୍କାର ର୍ନିଦ୍ଧାରିତ କମିଶନ ରହିଛି। ଅର୍ଥାତ ଲିଟର ପିଛା ପ୍ରାୟ ୨.୩୩ ଟଙ୍କା। ଏହା ବ୍ୟତୀତ ଡିଜେଲ ବିଲ ମୂଲ୍ୟର ୦.୨୬୬ ପ୍ରତିଶତ ଭାଗ କମିଶନ ଭାବେ ଯୋଡ଼ିହୁଏ। ଯଦି କୌଣସି ପମ୍ପ ଦୈନିକ ୫,୦୦୦ ଲିଟର ଡିଜେଲ ବିକ୍ରି କରେ, ତେବେ ର୍ନିଦ୍ଧାରିତ କମିଶନରୁ ପ୍ରାୟ ୧୧,୬୬୩ ଟଙ୍କା ମିଳିବ। ଏହା ଉପରେ ପ୍ରତିଶତ କମିଶନ ଅଲଗା ମିଳିବ।

ଯଦି ଆପଣ ଭାବୁଛନ୍ତି ୧୦୦ ଟଙ୍କାର ପେଟ୍ରୋଲ ବିକ୍ରି କଲେ ମାଲିକଙ୍କୁ ସିଧାସଳଖ ୪ ଟଙ୍କାର ଲାଭ ହୁଏ, ତେବେ ତାହା ନୁହେଁ। ତୈଳ କମ୍ପାନୀରୁ ମିଳୁଥିବା କମିଶନ ତାଙ୍କର ସମ୍ପୂର୍ଣ୍ଣ ରୋଜଗାର ନୁହେଁ। ଏହି ଅର୍ଥରୁ କର୍ମଚାରୀଙ୍କ ଦରମା, ବିଦ୍ୟୁତ୍ ବିଲ, ମେସିନ ରକ୍ଷଣାବେକ୍ଷଣ, ସଫେଇ, ସୁରକ୍ଷା ଏବଂ ଡିଜିଟାଲ ପେମେଣ୍ଟ ଭଳି ଅନେକ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ।

ଉଦାହରଣ: ଯଦି ଗୋଟିଏ ପେଟ୍ରୋଲ ପମ୍ପ ଦୈନିକ ୫,୦୦୦ ଲିଟର ପେଟ୍ରୋଲ ବିକ୍ରି କରେ, ତେବେ ର୍ନିଦ୍ଧାରିତ କମିଶନରୁ ଦିନକୁ ପ୍ରାୟ ୧୫,୭୨୦ ଟଙ୍କା ମିଳିଥାଏ।ମାସିକ ଆୟ: ଏହି ବିକ୍ରି ପୂରା ୩୦ ଦିନ ଜାରି ରହିଲେ ମାସିକ କମିଶନ ପ୍ରାୟ ୪.୭୧ ଲକ୍ଷ ଟଙ୍କା ହେବ।ପ୍ରକୃତ ଲାଭ: ସବୁ ଖର୍ଚ୍ଚ କାଟିବା ପରେ ଯେଉଁ ଅର୍ଥ ବଞ୍ଚେ, ତାହା ହିଁ ମାଲିକଙ୍କ ପ୍ରକୃତ ଲାଭ। ଯଦି ଏହି ଖର୍ଚ୍ଚ ବାବଦକୁ ପ୍ରାୟ ୨ ଲକ୍ଷ ଟଙ୍କା ଚାଲିଯାଏ, ତେବେ ମାସ ଶେଷରେ ପ୍ରାୟ ୨.୭ ଲକ୍ଷ ଟଙ୍କା ବଞ୍ଚିପାରିବ। ତେଣୁ ୧୦୦ ଟଙ୍କାର ପେଟ୍ରୋଲରେ ୪ ଟଙ୍କାର ଶୁଦ୍ଧ ଲାଭ (Net Profit) ଭାବିବା ଠିକ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

କଙ୍ଗନାଙ୍କୁ ରକ୍ଷାବନ୍ଧନର ବିଶେଷ ଉପହାର ପଠାଇଲେ ବାବା ରାମଦେବ, ଜାଣନ୍ତୁ କ’ଣ ଦେଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ରାଜନୈତିକ ଓ ସାର୍ବଜନୀନ ଜୀବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ସଂଳାପର ଆବଶ୍ୟକତା ଉପରେ ବଡ଼ ବାର୍ତ୍ତା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ହରିଦ୍ୱାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri