ନିଜ ଦୁଇ ସ୍ତ୍ରୀଙ୍କୁ କେତେ ଆଲିମନି ଦେଇଥିଲେ ଆମୀର ଖାନ୍‌? ଜାଣିଲେ ଚମକି ପଡିବେ…

ମୁମ୍ୱାଇ: ୬୧ ବର୍ଷ ବୟସରେ ବଲିଉଡ ସୁପରଷ୍ଟାର ଆମିର ଖାନ ଏବେ ନିଜର ତୃତୀୟ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଖବର ଆସିଛି ଯେ, ସେ ଖୁବଶୀଘ୍ର ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟଙ୍କ ସହ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ୱରୁ ରୀନା ଦତ୍ତା ଏବଂ କିରଣ ରାଓଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ବେଶ ଖାସ ଏବଂ ଦୀର୍ଘଦିନର ଥିଲା। ତେବେ ଉଭୟଙ୍କ ସହ ୧୬-୧୬ ବର୍ଷ ସଂସାର କରିବା ପରେ ସେ ଅଲଗା ହୋଇଯାଇଥିଲେ। ଏହି ସମୟରେ, ଆସନ୍ତୁ ଜାଣିବା ଅଲଗା ହେବା ପରେ ଆମିର ସେମାନଙ୍କୁ କେତେ ଟଙ୍କାର ଆଲିମନି (ଭରଣପୋଷଣ ଭତ୍ତା) ଦେଇଥିଲେ।

ଆମିର ଖାନଙ୍କ ଲଭ ଷ୍ଟୋରୀ କୌଣସି ଫିଲ୍ମ କାହାଣୀଠାରୁ କମ ନୁହେଁ। ମାତ୍ର ୨୧ ବର୍ଷ ବୟସରେ ଆମିର ୧୯୮୬ ମସିହାରେ ୧୯ ବର୍ଷର ରୀନା ଦତ୍ତାଙ୍କୁ ପ୍ରଥମ ବିବାହ କରିଥିଲେ। ସେତେବେଳେ ଦୁହେଁ ପଡ଼ୋଶୀ ଥିଲେ ଏବଂ ପରସ୍ପରକୁ ଭଲ ପାଇବସିଥିଲେ। ଏହି କାରଣରୁ ଦୁହେଁ ପରିବାରକୁ ନଜଣାଇ ଘରୁ ପଳାଇ ବିବାହ କରିଥିଲେ। ଆମିରଙ୍କ କ୍ୟାରିୟର ସେତେବେଳେ ଆରମ୍ଭ ହେଉଥିଲା ଏବଂ ସେ ‘କୟାମତ ସେ କୟାମତ ତକ’ ଫିଲ୍ମର ସୁଟିଂ କରୁଥିଲେ, ଯେଉଁଥିପାଇଁ ସେ ଏହି କଥାକୁ ସମସ୍ତଙ୍କଠାରୁ ଲୁଚାଇ ରଖିଥିଲେ। କିନ୍ତୁ ଯେତେବେଳେ ଏହି ଫିଲ୍ମ ସୁପରହିଟ ହେଲା, ସେହି ବର୍ଷ ଶେଷ ସୁଦ୍ଧା ସେ ନିଜ ବିବାହ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ।

ରୀନା ଏବଂ ଆମିରଙ୍କର ଦୁଇଟି ସନ୍ତାନ ଅଛନ୍ତି ଜୁନୈଦ ଏବଂ ଇରା। ତେବେ ଏହି ସମ୍ପର୍କ ଅଧିକ ଦିନ ଚାଲିପାରିନଥିଲା ୨୦୦୨ ମସିହାରେ ଦୁହେଁ ଆପୋଷ ବୁଝାମଣାରେ ଛାଡ଼ପତ୍ର ନେଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆମିର ଖାନ ଆଲିମନି ବାବଦକୁ ରୀନା ଦତ୍ତାଙ୍କୁ ୫୦ କୋଟି ଟଙ୍କା ଦେଇଥିଲେ।

ଅନ୍ୟପକ୍ଷରେ, ଦ୍ୱିତୀୟ ପତ୍ନୀଙ୍କ କଥା କହିବାକୁ ଗଲେ, ନିର୍ଦ୍ଦେଶିକା କିରଣ ରାଓଙ୍କ ସହ ଆମିର ଖାନଙ୍କ ଲଭ ଷ୍ଟୋରୀ ‘ଲଗାନ’ ଫିଲ୍ମର ସେଟ୍ରୁ ଆରମ୍ଭ ହୋଇଥିଲା। ରୀନାଙ୍କଠାରୁ ଛାଡ଼ପତ୍ର ପରେ ସେ ବହୁତ ମାନସିକ ଚିନ୍ତାରେ ରହୁଥିଲେ ଏବଂ ସେହି କଠିନ ସମୟରେ କିରଣ ତାଙ୍କୁ ସମ୍ଭାଳିଥିଲେ। ଧୀରେ ଧୀରେ ଦୁହିଁଙ୍କ ବନ୍ଧୁତା ପ୍ରେମରେ ବଦଳିଯାଇଥିଲା ଏବଂ ବିବାହ ପୂର୍ୱରୁ ହିଁ ଦୁହେଁ ଲିଭ-ଇନରେ ରହୁଥିଲେ।

୨୦୦୫ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ସେତେବେଳେ କିରଣ ଆମିରଙ୍କଠାରୁ ୧୦ ବର୍ଷ ସାନ ଥିଲେ। ଏହାପରେ ୨୦୧୧ ମସିହାରେ ଦୁହେଁ ସେମାନଙ୍କ ପୁତ୍ର ଆଜାଦଙ୍କୁ ସୱାଗତ କରିଥିଲେ। କିନ୍ତୁ ଏହି ସମ୍ପର୍କ ମଧ୍ୟ ୧୬ ବର୍ଷରୁ ଅଧିକ ଚାଲିପାରିନଥିଲା ଏବଂ ୨୦୨୧ ମସିହାରେ ଦୁହେଁ ଅଲଗା ହୋଇଯାଇଥିଲେ। ତେବେ କିରଣଙ୍କ ଆଲିମନିକୁ ନେଇ କୌଣସି ସଠିକ ଖବର ସାମ୍ନାକୁ ଆସିନାହିଁ।

ସୂଚନାଯୋଗ୍ୟ ଯେ, ଗୌରୀ ସ୍ପ୍ରେଟଙ୍କ ସହ ଆମିର ଖାନ ପ୍ରାୟ ବର୍ଷରୁ ଅଧିକ ସମୟ ହେବ ସମ୍ପର୍କରେ ଅଛନ୍ତି। ନିଜର ୬୦ତମ ଜନ୍ମଦିନରେ ସେ ଗଣମାଧ୍ୟମକୁ ଗୌରୀଙ୍କ ବିଷୟରେ ଜଣାଇଥିଲେ ଏବଂ ସେବେଠାରୁ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି। ଆମିର ମଧ୍ୟ ତାଙ୍କ ସହ ବହୁତ ଖୁସି ଅଛନ୍ତି ଏବଂ ଏହି ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଚାହୁଁଛନ୍ତି। ଏହି କାରଣରୁ ଆସନ୍ତା ଜୁଲାଇ ୫ ତାରିଖରେ ଦୁହେଁ ନିଜ ଘରେ ପରିବାର ଏବଂ ନିକଟତର ସଙ୍ଗୀସାଥୀଙ୍କ ଗହଣରେ ବିବାହ କରିବାକୁ ଯାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri