Posted inଫୁରସତ

ଆମେ କେତେ ଓଡ଼ିଆ

ଆମେ ଓଡ଼ିଆ- ଅନ୍ୟକୁ ଏହି ପରିଚୟ ଦେବାରେ ଆଜି ଆମକୁ କୁଣ୍ଠା ଲାଗୁଛି। କେହି ଆମକୁ ‘ଓଡ଼ିଆ’ କହିଦେଲେ ଆମ ମନ ଭିତରେ କେମିତି ଗୋଟାଏ ନୂ୍ୟନମନ୍ୟତା ଛାଏଁ ଛାଏଁ ସୃଷ୍ଟି ହୋଇଯାଉଛି। ଆପଣା ଲୋକ ସହ କଥା ହେବାବେଳେ ଇଂଲିଶ ଦି’ପଦ ଯୋଡ଼ିଦେଇ ନିଜକୁ କୃତ୍ୟ କୃତ୍ୟ ମଣୁଛୁ।
ସ୍ତରରେ କେହି ଓଡ଼ିଆକୁ ଗୋଟିଏ ବିଷୟ ନେଇ ପାଠ ପଢ଼ିଲେ ଭିନ୍ନ ଭାଷା ନେଇ ପଢ଼ୁଥିବା ସହପାଠୀମାନେ ନାକ ଟେକୁଛନ୍ତି। ଅନ୍ୟପକ୍ଷରେ ଓଡ଼ିଆ ବିଷୟ ନେଇ ଉଚ୍ଚ ଶିକ୍ଷା ପାଇଥିବା ଛାତ୍ରଟି ପାଇଁ ସେମିତି କିଛି ଆଖିଦୃଶିଆ କର୍ମସଂସ୍ଥାନର ବ୍ୟବସ୍ଥା ନାହିଁ। ସବୁଠି ଯେମିତି ଓଡ଼ିଆକୁ ହତାଦର।
ଦିନ ଥିଲା, ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାରେ ଆମେ ଆନନ୍ଦ ଓ ଗର୍ବ ଅନୁଭବ କରୁଥିଲୁ। କୋଣାର୍କର ଶିଳ୍ପକଳା, କଟକର ତାରକସି କାମ, ପିପିଲିର ଚାନ୍ଦୁଆ, ମାଣିଆବନ୍ଧ ପାଟ, ସମ୍ବଲପୁରୀ ଶାଢ଼ି (ଯାହା ଏକଦା ବାଉଁଶ ନଳାରେ ପଶି ବିଦେଶକୁ ରପ୍ତାନି ହେଉଥିଲା) ଆଦି ସବୁ କାହାଣୀ ହୋଇରହିଛି। କଳାର ଉତ୍କର୍ଷ ଦୃଷ୍ଟିରୁ ଓଡ଼ିଶାର ଅନ୍ୟ ନାମ ଉତ୍କଳ ବୋଲି ଖ୍ୟାତ ହୋଇଥିଲା। ଦିଗ୍‌ବିଜୟୀ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ବୀରତ୍ୱର ପାଦ ତଳେ ନିଜର ପରାଜୟ ସ୍ବୀକାର କରିଥିଲେ। ଓଡ଼ିଆ ସମ୍ରାଟ ମହାମେଘବାହନ ଖାରବେଳଙ୍କ ଅନନ୍ୟ ବୀରତ୍ୱ ଓ ଉଦାରତା ଆଜି ବିସ୍ମୃତ। ଉତ୍କଳର ଗଜପତି ପୁରୁଷୋତ୍ତମ ଦେବଙ୍କ ସମ୍ମାନାର୍ଥେ ନିଜେ ସ୍ବୟଂ ଜଗନ୍ନାଥ କାଞ୍ଚତ୍ ଅଭିଯାନରେ ପାଇକ ସାଜିଥିବାର କାହାଣୀ କିମ୍ବଦନ୍ତୀ ଓଡ଼ିଆମାନେ ଭୁଲିଗଲେଣି। ଭାରତର ଅନ୍ୟାନ୍ୟ ପ୍ରଦେଶ ଇଂରେଜ ଅଧୀକୃତ ଥିବାବେଳେ ଓଡ଼ିଶା ତା’ର ବୀରତ୍ୱ ପାଇଁ ବହୁ ପଛରେ ଅର୍ଥାତ୍‌ ୧୮୦୩ ମସିହାରେ ପରାଧୀନତା ସ୍ବୀକାର କରିଥିଲା। ଏସବୁ ଆଜି ଇତିହାସ ହୋଇରହିଛି।
ଓଡ଼ିଆ! ପଖାଳ ଆମ ଜୀବନ। ପଖାଳ ସାଙ୍ଗକୁ ଶାଗ, ଆମ୍ବଚଟଣି କି ବଡ଼ିଚୂରା ନ ହେଲେ ଆମ୍ବୁଲ ଫଡାଏ ପାଣି କରିଦେଲେ ତା’ ସହିତ କୋଉ ବିଦେଶୀ ବ୍ୟଞ୍ଜନ ସରି ହେବ। କିନ୍ତୁ ପ୍ରିୟ ପଖାଳକୁ ଭୁଲିଗଲୁଣି। ଓଡ଼ିଆ ସାଧବର ନୌଯାତ୍ରାରେ ବେଶିଦିନ ସତେଜ ଓ ତିଷ୍ଠି ରହୁଥିବା ଆରିସା ପିଠା, ଚୁଡ଼ା, ମୁଢ଼ି ଆଦିର ବ୍ୟବହାର ଅତୀତର କଥାବସ୍ତୁ ହୋଇଗଲାଣି।
ଓଡ଼ିଆ। ଦୁଃଖ ଆମର ସହଚର। ନଅଙ୍କ ଦୁର୍ଭିକ୍ଷ, ନଈବଢ଼ି, ମରୁଡ଼ି, ମହାବାତ୍ୟା ପରି ବହୁ ଦୁଃଖକଷ୍ଟକୁ ଆମେ ମଥାପାତି ସହିଛୁ। ଶିକ୍ଷା କ୍ଷେତ୍ରରେ ଆମେ ପର ଦେଖାଶିଖାରେ ପାଗଳ ଭଳି ମାତିଛୁ। ପାଠପଢ଼ା ପାଇଁ ବହୁଳ ଅର୍ଥ ବ୍ୟୟ କରି ପିଲାଟି ମୁହଁରୁ ଇଂଲିଶ ଗୀତ ଦି’ପଦ ଶୁଣି ଆମେ ନିଜକୁ ଧନ୍ୟ ମନେକରୁଛୁ। ଆମେ ଆମର ରାଧାନାଥ, ଫକୀରମୋହନ, ମଧୁସୂଦନ, ଗୋପବନ୍ଧୁ ଆଦି ପ୍ରାତଃସ୍ମରଣୀୟ ମହାନ୍‌ ବ୍ୟକ୍ତିତ୍ୱଙ୍କୁ ଭୁଲିଯାଉଛୁ।
ଓଡ଼ିଆ। ଆମର ପାଇକପଣ, ଆମର ଗଡ଼ଖାଇ ଦୁର୍ଗ, ଆମର ବୀରତ୍ୱ କେଉଁ ଏକ ଅପଦେବତାର ଅଭିଶାପରେ ଆଜି ଅଥର୍ବ ଓ ସ୍ଥାଣୁ ପାଲଟିଯାଇଛି। କର୍ପୂର ଉଡ଼ିଯାଇଛି, କେବଳ କନାର ଗନ୍ଧକୁ ଜାବୁଡ଼ି ଧରି ଓଡ଼ିଆ ଧ୍ୱଜା ଉଡ଼ାଇବାକୁ ଅଗତ୍ୟା ବାହାଦୁରି ମଣିଛୁ।
ଆମେ ଓଡ଼ିଆ। ସ୍ବତନ୍ତ୍ର ପ୍ରଦେଶ ହେବାର ୮୬ ବର୍ଷ ପରେ ବି ପ୍ରଚୁର ପ୍ରାକୃତିକ ସମ୍ପଦକୁ ସମ୍ବଳ କରି ଆମେ ତଥାପି ଗରିବ ଓ ଦୁଃଖୀ ହୋଇ ବଞ୍ଚତ୍ରହିଛୁ। ଆମର ଯଥେଷ୍ଟ ସମ୍ପତ୍ତି ଥାଇ ଆମେ ଦରିଦ୍ରର ବାନା ଉଡ଼ାଇଚାଲିଛୁ। ଆଜି ଗାଉଛି ଓଡ଼ିଆ ପର ସଙ୍ଗୀତ, ନିଜେ ନ ଜାଣୁଛି ନିଜର ବିତ୍ତ। ଏଭଳି ଦୁଃସ୍ଥିତିରେ କବି ଗୋଦାବରୀଶଙ୍କ ମହାନ୍‌ ଚେତାବନୀ-ବାଣୀ ଆଜି ଅନିବାର୍ଯ୍ୟ ହୋଇପଡ଼ିଛି-
‘ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ପୂରିଉଠୁ ସେହି ହୃତ ଗୌରବ, ମୃତ ଗୌରବ, ଗତ ଗୌରବ ରାଜି।
-ରାଧାମୋହନ ମହାପାତ୍ର
ମୋ: ୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?