କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର ଲୋକମାନେ ଏହାକୁ ବହୁ ଉତ୍ସାହର ସହ ପାଳନ କରିବେ। ଖ୍ରୀଷ୍ଟମାସ ମଧ୍ୟ ଭାରତରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଆମର ବିଶ୍ୱାସ ରହିଛି ଯେ, ସାଣ୍ଟା କ୍ଲଜ ଖ୍ରୀଷ୍ଟମାସ ଦିନ ଆସି ଲୋକଙ୍କ ଇଚ୍ଛା ପୂରଣ କିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଇଚ୍ଛା ପୂରଣ କରୁଥିବା ସାଣ୍ଟା କ୍ଲଜ କିଏ ଏବଂ ମୃତ୍ୟୁ ପରେ ତାଙ୍କୁ କେଉଁଠାରେ ସମାଧି ଦିଆଯାଇଛି ଏବଂ ବର୍ତ୍ତମାନ ତାଙ୍କର କବର କେଉଁଠାରେ ଅଛି? କୁହାଯାଉଛି ଯେ ସାଣ୍ଟାଙ୍କ କବର ଆୟର୍ଲାଣ୍ଡରେ ଅଛି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ସାରା ବିଶ୍ୱରେ ସାଣ୍ଟା କ୍ଲଜ ଭାବରେ ଜଣାଶୁଣା ଏହି ବ୍ୟକ୍ତିଙ୍କର ପ୍ରକୃତ ନାମ ସେଣ୍ଟ ନିକୋଲାସ। ସେ ଆଧୁନିକ ତୁର୍କୀର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ପ୍ରାଚୀନ ଲାଇସିଆର ମାୟରା ସହରରେ ରହୁଥିଲେ। ବର୍ତ୍ତମାନ ଏହା ତୁର୍କୀର ଆଣ୍ଟାଲିଆ ପ୍ରଦେଶର ଏକ ଅଂଶ। ସେ ୨୮୦ଖ୍ରୀଷ୍ଟାବ୍ଦରେ ତୁର୍କମେନିସ୍ତାନର ମାୟରା ସହରରେ (ଆଧୁନିକ ତୁର୍କୀ) ରେ ଜନ୍ମଗ୍ରହଣ କରିଥିଲେ।

ପ୍ରଭୁ ଯୀଶୁଙ୍କ ମୃତ୍ୟୁ ପରେ ସେଣ୍ଟ ନିକୋଲାସ ଜନ୍ମ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ। ସେ ଡିସେମ୍ବର ୬ରେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଧାର୍ମିକ ବିଶ୍ୱାସ ଏପରି ରହିଛି ଯେ ସାନ୍ତା କ୍ଲଜ ଏବେବି ଜୀବିତ ଅଛନ୍ତି। କୁହାଯାଏ ସାଣ୍ଟା କ୍ଲଜ, କ୍ରିସ କ୍ରିଙ୍ଗଲେ, ଫାଦର ଖ୍ରୀଷ୍ଟମାସ ଏବଂ ସେଣ୍ଟ ନିକ ଭଳି ନାମ ସେହି ବ୍ୟକ୍ତିଙ୍କଠାରୁ ଆସିଛି ଯିଏ ଉପହାର ଦେଉଥିଲେ। ଏହା ମଧ୍ୟ କୁହାଯାଏ ଯେ ସେଣ୍ଟ ନିକୋଲାସ ଏବଂ ଫାଦର ଖ୍ରୀଷ୍ଟମାସ ଭିନ୍ନ ଥିଲେ ଏବଂ ସମୟ ସହିତ ଉଭୟଙ୍କ ଚରିତ୍ର ଗୋଟିଏ ବୋଲି କୁହାଯାଥିଲା। କିନ୍ତୁ ପର ମୂହୁର୍ତ୍ତରେ ସେଣ୍ଟ ନିକୋଲାସ ଆଧୁନିକ ସାଣ୍ଟା କ୍ଲଜ ଭାବରେ ପରିଚିତ ହେଲେ।

କୁହାଯାଏ ଯେ ସାଧୁ ହେବା ପୂର୍ବରୁ ନିକୋଲାସ ଅନାଥ ଥିଲେ। ଆର୍ନ୍ତଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ସେ ନିଜର ସମସ୍ତ ସମ୍ପତ୍ତି ଅଭାବୀ, ଗରିବ ଏବଂ ରୋଗୀଙ୍କୁ ଦାନ କରିଦେଇଥିଲେ। ଏହା ମଧ୍ୟ କୁହାଯାଇଛି ଯେ ସେଣ୍ଟ ନିକୋଲାସ ୩୨୫ରେ କାଉନସିଳ ଅଫ୍‌ ନାଇସିଆରେ ଜିସସ ହୋଇଥିଲେ, ଯେଉଁଠାରେ ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ପୁତ୍ର ଭାବରେ ଘୋଷଣା କରାଯାଇଥିଲା।

ସେଣ୍ଟ ନିକୋଲାସଙ୍କ ସମାଧି କେଉଁଠି ତା’ ନେଇ କୌଣସି ସୂଚନା ନାହିଁ। କିନ୍ତୁ ବିଶେଷଜ୍ଞଙ୍କୁ ଏନେଇ ଭିନ୍ନ ଭିନ୍ନ ମତ ଦେଉଥିବା ଦେଖିବାକୁ ମିଳିଛି। ପ୍ରାୟତଃ କୁହାଯାଏ ଯେ ତାଙ୍କ କବର ଆୟର୍ଲାଣ୍ଡରେ ଅଛି। କିଛି ଲୋକ କୁହନ୍ତି ଯେ ତାଙ୍କ କବର ତୁର୍କୀର ଆଣ୍ଟାଲିଆସ୍ଥିତ ସେଣ୍ଟ ନିକୋଲାସ ଚର୍ଚ୍ଚ ଭିତରେ ଅଛି। କେହି କେହି ଦାବି କରିଛନ୍ତି ଯେ ତାଙ୍କ ମୃତଦେହ ଚୋରି ହୋଇ ପରେ ଇଟାଲୀର ବରୀରେ ପୋତି ଦିଆଯାଇଛି। ତେବେ ଆର୍ୟଲାଣ୍ଡର କେନେଲ ଜୋରପଏଣ୍ଟ ପାର୍କରେ ସେଣ୍ଟ ନିକୋଲାସ ଚର୍ଚ୍ଚର ଦୁର୍ଗର ଧ୍ୱଂସାବଶେଷ ଥିବା ଦାବି କରାଯାଉଛି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ଶ୍ମଶାନରେ ମାୟରାର ସେଣ୍ଟ ନିକୋଲାସଙ୍କୁ ଏଠାରେ ସମାଧି ଦିଆଯାଇଛି। କିନ୍ତୁ ର୍ଆଲାଣ୍ଡର ଐତିହାସିକମାନେ କହିଛନ୍ତି ଯେ ସେଣ୍ଟ ନିକୋଲାସଙ୍କ ମୃତଦେହ ଇଟାଲୀର ବେସିଲିକା ଡି ସାନ ନିକୋଲା ଚର୍ଚ୍ଚର ତଳ ମହଲାରେ ପୋତି ଦିଆଯାଇଛି। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ସେଣ୍ଟ ନିକୋଲାସଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ବିକ୍ରି କରାଯାଇଥିଲା କିମ୍ବା ଲୋକଙ୍କୁ ଉପହାର ସ୍ବରୂପ ଦିଆଯାଇଥିଲା।

ସମ୍ପ୍ରତି ବୈଜ୍ଞାନିକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସାଣ୍ଟା କ୍ଲଜଙ୍କ ଚେହେରା ସୃଷ୍ଟି କରିଥିବା ଦାବି କରିଛନ୍ତି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ତାଙ୍କ ମୃତ୍ୟୁର ୧୭୦୦ ବର୍ଷ ପରେ ଖପୁରୀ ତଥ୍ୟ ବିଶ୍ଳେଷଣ କରି ସେଣ୍ଟ ନିକୋଲାସଙ୍କ ଚେହେରା ପୁନଃସୃଷ୍ଟି କରାଯାଉଛି। ଏଥିରେ ସମ୍ପୃକ୍ତ ମୁଖ୍ୟ ଗବେଷକ ସିସେରୋ ମୋରେସ କହିଛନ୍ତି ଯେ ସେଣ୍ଟ ନିକୋଲାସଙ୍କ ଚେହେରା ସୃଷ୍ଟି କରିବା ପାଇଁ ବୈଜ୍ଞାନିକମାନେ ୧୯୫୦ରେ ଲୁଗି ମାର୍ଟିନୋଙ୍କ ଦ୍ୱାରା ସଂଗୃହିତ ତଥ୍ୟକୁ ବ୍ୟବହାର କରୁଛନ୍ତି।

ତେବେ ସେଣ୍ଟ ନିକୋଲାସଙ୍କ ଶରୀରର ଅବଶିଷ୍ଟାଂଶରୁ ଜଣାପଡିଛି ଯେ ସେ ମେରୁଦଣ୍ଡ ଏବଂ ପେଲଭାଇନରେ କ୍ରୋନିକ ଆର୍ଥ୍ରାଇଟିସରେ ପୀଡିତ ଥିଲେ। ତେବେ ଗବେଷଣା ସମୟରେ ସେଣ୍ଟ ନିକୋଲାସଙ୍କର ସମାନ ଅବଶିଷ୍ଟାଂଶ ବ୍ୟବହାର କରାଯାଉଛି, ଯାହା ପ୍ରଥମେ ମାୟରାରେ ପୋତି ଦିଆଯାଇଥିଲା ଏବଂ ପରେ ତାଙ୍କ ହାଡଗୁଡ଼ିକୁ ଇଟାଲୀକୁ ନିଆଯାଇ ବରୀରେ ପୋତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?