ବିନା ବିସ୍ଫୋରଣରେ କେମିତି ନିହତ ହେଲେ ଅଲକାଏଦା ମୁଖ୍ୟ

ଓ୍ବାଶିଂଟନ,୨।୮: ଆମେରିକାର ଡ୍ରୋନ ଆକ୍ରମଣରେ ଆଖି ବୁଜିଛନ୍ତି ଅଲ କାଏଦା ମୁଖ୍ୟ ଆୟମାନ ଅଲ-ଜାୱାହିରି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଲ ଜାୱାହିରିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଏହି ମିଶନ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଆମେରିକା କୌଣସି ବିସ୍ଫୋରଣ କିମ୍ବା ଅନ୍ୟ କାହାର କ୍ଷତି ନ କରି ଅଲ-ଜାୱାହିରିଙ୍କ ମୁଣ୍ଡ ନେଇଛି।
ଏହି ଆକ୍ରମଣ ପାଇଁ ଆମେରିକା ଏହାର ବିପଜ୍ଜନକ ‘ନିଞ୍ଜା ମିସାଇଲ’ ଭାବରେ ଜଣାଶୁଣା ହେଲଫାୟାର ଆର୯ଏକ୍ସ ମିଶାଇଲ ବ୍ୟବହାର କରିଛି। ଆମେରିକାର ଏହି ଆର୯ଏକ୍ସ ମିସାଇଲରେ ଛୁରି ପରି ୬ଟି ବ୍ଲେଡ ଥାଏ ଏବଂ ଟାର୍ଗେଟ କରିବା ପୂର୍ବରୁ ଏହି ବ୍ଲେଡ ବାହାରକୁ ଯାଇଥାଏ। ଏହି ମିଶାଇଲର ବ୍ଲେଡ ଏତେ ବିପଜ୍ଜନକ ହୋଇଥାଏ ଯେ ଏହା ଏକ କୋଠା ଏବଂ କାର ମଧ୍ୟ କାଟି ପାରେ। ଏହି ମିଶାଇଲର ଲକ୍ଷ୍ୟ ଏକଦମ ସଠିକ ହୋଇଥାଏ। ଏଥିରେ ଅନ୍ୟ ଲୋକଙ୍କୁ କ୍ଷତି କରିବାର କମ ସମ୍ଭାବନା ଥାଏ।
ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଆମେରିକା ସରକାର ଏହାକୁ ପରିକଳ୍ପନା କରିଥିଲେ। ଏହି ମିସାଇଲ ଏପରି ଭାବରେ ତିଆରି କରାଯାଇଥିଲା ଯେ ଅନ୍ୟ ସାଧାରଣ ନାଗରିକଙ୍କର କୌଣସି କ୍ଷତି ହେବ ନାହିଁ।
ଆଫଗାନିସ୍ତାନ, ପାକିସ୍ତାନ, ଇରାକ, ସିରିଆ, ସୋମାଲିଆ, ୟେମେନ ଇତ୍ୟାଦି ଦେଶରେ ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଏହି ମିସାଇଲ ଆମେରିକା ଦ୍ୱାରା ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳ ସମୟରେ ଏହା ହୋଇଥିଲା।
ଅଲ-ଜାୱାହିରିଙ୍କୁ ଆମେରିକା ବର୍ଷ ବର୍ଷ ଧରି ଖୋଜୁଥିଲା। ସେ ଆଫଗାନିସ୍ତାନର କାବୁଲରେ ଶରଣ ନେଇଥିଲା। ଆମେରିକା ଏହି ସୂଚନା ପାଇବା ପରେ ଆକ୍ରମଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ରାଷ୍ଟ୍ରପତି ଜୋ ବାଇଡେନ ଏହି ପୂରା ଘଟଣା ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଥିଲେ। ଆକ୍ରମଣର ବହୁ ସପ୍ତାହ ପୂର୍ବରୁ ବାଇଡେନ ନିଜ କ୍ୟାବିନେଟ ମନ୍ତ୍ରୀ ଓ ସହଯୋଗୀଙ୍କ ସହ ବାରମ୍ବାର ମିଟିଙ୍ଗ କରି ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲେ। ଏହାପରେ ଏହି ଆକ୍ରମଣ ଗତ ଶନିବାର ହୋଇଥିଲା। ଜୁଲାଇ ୩୧ ରାତିରେ ଜାୱାହିରି ନିଜ ଘରର ବାଲକୋନି ଉପରେ ବୁଲୁଥିଲେ। ଏତିକି ବେଳେ ୨ଟି ମିଶାଇଲ ମାଡ଼ କରାଯାଇଥିଲା। ଏଥିରେ ସେ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri