ଉନ୍ନତୀକରଣ ଦିଗରେ ଉଷ୍ଣ ପ୍ରସ୍ରବଣ

ଖମାର,୧୮ା୩:  ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ପର୍ଯ୍ୟଟନର ଭରପୂର ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ଦର୍ଶନୀୟ ସ୍ଥାନ ଏବେ ବି ଲୋକଲୋଚନକୁ ଆସିପାରି ନାହିଁ। ରୋହିଲା ପଞ୍ଚାୟତ ମଗରମୁହାଣ ଗ୍ରାମସ୍ଥିତ ମଗରନାକ ଉଷ୍ଣ ପ୍ରସ୍ରବଣ ଏହାର ଏକ ଉଦାହରଣ। ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ଉଷ୍ଣ ପ୍ରସ୍ରବଣ ଉପରେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ନଜର ପଡ଼ିଛି। ଏଠାରେ ଥିବା ପାହାଡ଼ ମଧ୍ୟରୁ ଅନବରତ ଉଷ୍ମ ଜଳ ପ୍ରବାହିତ ହେଉଛି। ଉକ୍ତ ପଥର ଖୋଲ ମଗରମୁହଁ ଆକୃତିର ହୋଇଥିବାରୁ ସେହି ଅନୁଯାୟୀ ଏହି ସ୍ଥାନକୁ ନାମିତ କରାଯାଇଥାଇପାରେ ବୋଲି କୁହାଯାଉଛି। ପାହାଡ଼ ପାଦଦେଶରେ ଥିବା ଏହି ଉଷ୍ଣ ପ୍ରସ୍ରବଣକୁ ଘେରି ରହିଛି ଘଞ୍ଚ ଜଙ୍ଗଲ। ତେଣୁ ବିକାଶ କାର୍ଯ୍ୟ କରାଗଲେ ଏହା ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିପାରିବ। ସ୍ଥାନୀୟ ଅଞ୍ଚଳବାସୀ ଏ ନେଇ ବହୁବାର ପ୍ରସ୍ତାବ ଦେଇଥିବାବେଳେ ଏବେ ବିଧାୟକ ପାଲ ଏ ଦିଗରେ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ଉଷ୍ଣ ପ୍ରସ୍ରବଣ ପାର୍ଶ୍ୱରେ ଥିବା ପୁରୁଣା ଶିବ ମନ୍ଦିରର ନବୀକରଣ ପାଇଁ ବିଧାୟକ ୩ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏଥିସହ ମଗରନାକର ଉନ୍ନତି ପାଇଁ ସ୍ଥିତି ଅନୁଧ୍ୟାନ ନିମନ୍ତେ ଗତ ରବିବାର ବିଧାୟକ ଏକ ପ୍ରତିନିଧି ଦଳ ପଠାଇଥିବା ଜଣାପଡ଼ିଛି। ପାଲଲହାଡ଼ା ବ୍ଲକ ଅଧ୍ୟକ୍ଷ ନବକିଶୋର ନାଏକ, ରୋହିଲା ସରପଞ୍ଚ କାବେରୀ ସାହୁ, ୱାର୍ଡ ମେମ୍ବର ବୈକୁଣ୍ଠ ସାହୁଙ୍କ ସହିତ ମନ୍ଦିର କମିଟିର ସଦସ୍ୟମାନେ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ଏଠାରେ ଆବଶ୍ୟକ ପାହାଚ, କୁଣ୍ଡ ନିର୍ମାଣ ସହ ଅନ୍ୟ ଆବଶ୍ୟକ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ପ୍ରତିନିଧି ଦଳ ସୂଚନା ଦେଇଛନ୍ତି।

ପର୍ଯ୍ୟଟନସ୍ଥଳୀର ଉନ୍ନତି ବିଧାୟକଙ୍କ ଲକ୍ଷ୍ୟ
ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତୀକରଣ ପାଇଁ ବିଧାୟକ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ମଗରନାକ ଉଷ୍ଣ ପ୍ରସ୍ରବଣ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍‌ଶୀଘ୍ର ଏହାର ବିକାଶ କାର୍ଯ୍ୟ ଆରମ୍ଭ ହେବ।
-ନବକିଶୋର ନାଏକ, ବ୍ଲକ ଅଧ୍ୟକ୍ଷ, ପାଲଲହଡ଼ା

ଅଧିକ କୁଣ୍ଡ ନିର୍ମାଣ କରାଯାଉ
ଦୀର୍ଘବର୍ଷ ଧରି ଏହି ପ୍ରାକୃତିକ ସ୍ଥାନ ଲୋକଲୋଚନକୁ ଆସିପାରୁନାହିଁ। ଏହାର ଉନ୍ନତି କାର୍ଯ୍ୟ ନିମନ୍ତେ ପଦକ୍ଷେପ ନିଆଯାଉଥିବା ନିଶ୍ଚିତ ସ୍ବାଗତଯୋଗ୍ୟ। ଏଠାରେ ଆଉ ୨ କି ୩ଟି କୁଣ୍ଡ ନିର୍ମାଣ କରାଗଲେ ଭଲ ହୁଅନ୍ତା।
-ଚକ୍ରଧର ଶତପଥୀ, ପୂଜକ, ମଗରନାକ ମନ୍ଦିର

ପ୍ରସ୍ତାବ ଉପରେ ପଦକ୍ଷେପ ନିଆଯାଉଛି
ପରିତ୍ୟକ୍ତ ହୋଇପଡ଼ିଥିବା ମଗରନାକ ଉଷ୍ଣ ପ୍ରସ୍ରବଣର ବିକାଶ ନିମନ୍ତେ ଏକ ପ୍ରତିନିଧି ଦଳ ଏଠାକୁ ପରିଦର୍ଶନରେ ଆସିବା ଖୁସିର ବିଷୟ। ଏହାର ଉନ୍ନତି ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ପଦକ୍ଷେପ ନିଆଯାଉଥିବା ସୂଚନା ମିଳୁଛି।
-ସନାତନ ପ୍ରଧାନ, ଗ୍ରାମ ସଭାପତି

ପର୍ଯ୍ୟଟକ ଆକର୍ଷିତ ହେବେ
ମଗରନାକର ବିକାଶ କାର୍ଯ୍ୟ କରାଗଲେ ଏଥିପ୍ରତି ପର୍ଯ୍ୟଟକ ଆକର୍ଷିତ ହେବେ। ଫଳରେ ଆଖପାଖ ଅଞ୍ଚଳ ଲୋକେ ବିଭିନ୍ନ ବ୍ୟବସାୟ କରି ଆର୍ଥିକ ଉପକୃତ ହୋଇପାରିବେ। ପାହାଚ ଓ କୁଣ୍ଡ ନିର୍ମାଣ ହେଲେ ଏହାର ସୌନ୍ଦର୍ଯ୍ୟ ବେଶ୍‌ ବଢ଼ିଯିବ।
-ସୁରେଶ ଚନ୍ଦ୍ର ପ୍ରଧାନ, ସ୍ଥାନୀୟ ବାସିନ୍ଦା

ଯଥାଶୀଘ୍ର ସୌନ୍ଦର୍ଯ୍ୟକରଣ ଆରମ୍ଭ ହେଉ
ଏହି ଉଷ୍ଣ ପ୍ରସ୍ରବଣର ଉନ୍ନତି ଦିଗରେ ଦୀର୍ଘବର୍ଷ ପରେ ପଦକ୍ଷେପ ନିଆଯିବା ଅଞ୍ଚଳବାସୀଙ୍କୁ ଆନନ୍ଦିତ କରିଛି। ଯଥାଶୀଘ୍ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏଠାରେ ଆରମ୍ଭ କରାଯିବା ସହ ଆଗାମୀ ଦିନରେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯାଉ।
-ସରୋଜ ସାମଲ, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?