ମୁମ୍ବାଇ: ବଲିଉଡ୍ କୁଇନ୍ ଶ୍ରୀଦେବୀଙ୍କ ଅବିକଳ ନକଲ ହେଉଛନ୍ତି ତାଙ୍କ ଝିଅ ଜାହ୍ନବୀ କପୁର। ମା’ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କର ଅଧୁରା ସ୍ବପ୍ନ ପୂରା କରିବାକୁ ଅଣ୍ଟା ଭିଡ଼ିଛନ୍ତି ଜାହ୍ନବୀ। ସେ ଲଗାତର ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହିବାକୁ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି। ଯାହା କିଛି କଲେ ସେ ପ୍ରଶଂସକମାନଙ୍କ ସହ ଶେୟାର କରିବାକୁ ଆଦୌ ଭୁଲୁ ନାହାନ୍ତି। ଏବେ ଜାହ୍ନବୀ କିଛି ହଟ୍ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେଉଛି।
ଏହି ଫଟୋରେ ଜାହ୍ନବୀ ବିକିନୀ ପିନ୍ଧିଥିବା ନଜର ଆସିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏହି ଫଟୋଗୁଡ଼ିକ ଶେୟାର କରିଛନ୍ତି। ସେ ସମୁଦ୍ର କୂଳରେ ବୁଲୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ଜଣେ ପୁରୁଷ ବନ୍ଧୁ ମଧ୍ୟ ଅଛନ୍ତି। ଜାହ୍ନବୀ ତାଙ୍କ ହାତ ଧରି ସମୁଦ୍ର କୂଳରେ ବୁଲୁଛନ୍ତି। ଗୋଟିଏ ଫଟୋରେ ସେ ପଥର ଉପରେ ବସି ପୋଜ୍ ଦେଇଥିବା ବେଳେ ଅନ୍ୟ ଫଟୋଟିରେ ପାଣିରେ ପଶି ଖୁବ୍ ମଜା ନେଉଛନ୍ତି। ଦର୍ଶକ ତାଙ୍କ ଫଟୋଗୁଡ଼ିକୁ ବେଶ୍ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଶେୟାର କରିଥିବା ଏହି ଫଟୋକୁ ଲକ୍ଷେରୁ ଅଧିକ ଲୋକ ଦେଖିସାରିଲେଣି। କିଛି ଲୋକ ଜାହ୍ନବୀଙ୍କ ଏହି ଲୁକ୍କୁ ଖୁବ୍ ପସନ୍ଦ କରିଛନ୍ତି।