ଡାକ୍ତରଶୂନ୍ୟ ଡାକ୍ତରଖାନା

ବଇଣ୍ଡା,୧୯ା୩(ଡି.ଏନ.ଏ.)
ରାଜପଥ ପାର୍ଶ୍ୱରେ ଡାକ୍ତରଖାନା। ପ୍ରତିଦିନ ଏକାଧିକ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଅଣାଯାଉଛି ଏଠାକୁ। ଆଖପାଖ ୭ଟି ପଞ୍ଚାୟତରୁ ବହୁ ରୋଗୀ ମଧ୍ୟ ଆସୁଛନ୍ତି। ହେଲେ ସେବା ଯୋଗାଇବାକୁ ଏଠାରେ ଡାକ୍ତର, ଷ୍ଟାଫ୍‌ନର୍ସ ଓ ଡ୍ରେସର, ସୁଇପର କେହି ନାହାନ୍ତି। କେବଳ ଜଣେ ମାତ୍ର ଫାର୍ମାସିଷ୍ଟ ଯାହା ଯେମିତି କାମ ଚଳାଉଛନ୍ତି। ଦୀର୍ଘ ୨ ବର୍ଷ ହେଲା ଏପରି ଡାକ୍ତରଶୂନ୍ୟ ଅବସ୍ଥାରେ ରହିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଡାକ୍ତରଖାନା। ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏଠାରେ ଡାକ୍ତର, କର୍ମଚାରୀ ନିଯୁକ୍ତି କରାଯାଉ ନାହିଁ।
କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ହଣ୍ଡପା, ବିଲେଇନାଳୀ, ନାକିଚି, ଠେଲକନାଳୀ, ଉରୁକୁଳା, କଟରଙ୍ଗା ଓ କଣ୍ଟେଇକୁଳିଆ ପଞ୍ଚାୟତର ୩୫ ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ଏଠାରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଡାକ୍ତର ଓ କର୍ମଚାରୀ ନ ଥିବାରୁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ଥଣ୍ଡା କି ଜ୍ୱର ରୋଗୀ ଏଠାରେ ଡାକ୍ତରଙ୍କୁ ନ ପାଇ କିଶୋରନଗର ନଚେତ ୫୦ କିଲୋମିଟର ଦୂର ଜିଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଷ୍ଟାଫ୍‌ନର୍ସ ନ ଥିବାରୁ ଗର୍ଭବତୀ ଓ ପ୍ରସୂତିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେସର ନ ଥିବାରୁ ଦୁର୍ଘଟଣାଗ୍ରସ୍ତଙ୍କ ଡ୍ରେସିଂ କରାଯାଇପାରୁ ନାହିଁ। ବ୍ୟବଚ୍ଛେଦ ନିମନ୍ତେ ପୋଲିସ ପଠାଉଥିବା ମୃତଦେହ ଘଣ୍ଟା ଘଣ୍ଟା ଧରି ଏଠାରେ ପଡ଼ିରହୁଛି। ସରକାର ଯୋଗାଇ ଦେଉଥିବା ମାଗଣା ଔଷଧ ଅନେକ ସମୟରେ ଏଠାକାର ରୋଗୀଙ୍କୁ ମିଳୁ ନ ଥିବା ପାପସରା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ହଣ୍ଡପା ଡାକ୍ତରଖାନାରେ ଏକ ସ୍ଥାୟୀ ଏମ୍‌ବିବିଏସ୍‌ ଡାକ୍ତର ନିଯୁକ୍ତି ପାଇଁ ୧୨ ଫେବୃୟାରୀ ୨୦୧୮ ଓ ୧୮ ଏପ୍ରିଲ ୨୦୧୯ରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲାପାଳ, ଆଠମଲ୍ଲିକ ବିଧାୟକ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ କୁମାର ଦାସ କହିଛନ୍ତି, ଡାକ୍ତର ଅଭାବ ଲାଗି ରହିଛି। ଆଠମଲ୍ଲିକ ବିଧାୟକ ଲେଖିକରି ଦେଲେ ଡାକ୍ତର ଯୋଗାଇ ଦିଆଯିବ।

ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛୁ
ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ମିଳୁନାହିଁ। ତେଣୁ ଦୂର ହେଉଥିଲେ ବି କିଶୋରନଗର ନଚେତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ବହୁବାର ଅଭିଯୋଗ ସତ୍ତ୍ୱେ ସରକାର ଜଣେ ଡାକ୍ତର ନିଯୁକ୍ତି ଦେଉନାହାନ୍ତି। ତୁରନ୍ତ ଖାଲି ପଦବୀ ପୂରଣ କରାଯାଉ।
-ଅରକ୍ଷିତ ମିଶ୍ର, ବଇଶିଣା

ମୃତଦେହ ବ୍ୟବଚ୍ଛେଦ ବିଳମ୍ବ ହେଉଛି
ଏହି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ବ୍ୟବସ୍ଥା ରହିଛି । କିନ୍ତୁ ଡାକ୍ତର ନ ଥିବାରୁ ବିଭିନ୍ନ ଥାନା ଅଞ୍ଚଳରୁ ଆସୁଥିବା ମୃତଦେହ ଦୀର୍ଘ ସମୟ ପଡ଼ିରହୁଛି । ଅନ୍ୟ ଡାକ୍ତରଖାନାରୁ ବିଭାଗୀୟ ଡାକ୍ତର ଆସି ବ୍ୟବଚ୍ଛେଦ କରିବା ପରେ ପୋଲିସକୁ ହସ୍ତାନ୍ତର କରାଯାଉଛି ।
-ଅମୀୟ ପ୍ରଧାନ, ସରପଞ୍ଚ, ହଣ୍ଡପା

ଲୋକ ପ୍ରତିନିଧି ଦୃଷ୍ଟି ଦିଅନ୍ତୁ
ଦୀର୍ଘବର୍ଷ ହେଲା ଡାକ୍ତର, ଷ୍ଟାଫ୍‌ନର୍ସ, ଡ୍ରେସର, ସୁଇପର ପଦବୀ ପୂରଣ କରାଯାଉ ନାହିଁ। ଫଳରେ ପ୍ରସୂତିଙ୍କଠାରୁ ଶିଶୁମାନଙ୍କ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହେଉଛନ୍ତି। ତେଣୁ ସମସ୍ୟା ଦୂର ପାଇଁ ଲୋକପ୍ରତିନିଧିମାନେ ଦୃଷ୍ଟି ଦେଲେ ଲୋକେ ଉପକୃତ ହୁଅନ୍ତେ।
-ସୁବ୍ରଜିତ ସାହୁ, ପାପସରା

ସରକାର ଗୁରୁତ୍ୱ ଦେଉନାହାନ୍ତି
କିଶୋରନଗର ବ୍ଲକରେ ସ୍ବାସ୍ଥ୍ୟସେବାରେ ସୁଧାର ନିମନ୍ତେ ଜିଲା ପ୍ରଶାସନ କିମ୍ବା ସରକାର କିଛି ବ୍ୟବସ୍ଥା କରୁନାହାନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହଣ୍ଡପା ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦିଆଗଲେ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ହୋଇପାରନ୍ତା।
-ଗର୍କି ଦେଓ, ନାକିଚି

ଏପ୍ରିଲରେ ଡାକ୍ତର ନିଯୁକ୍ତି ହେବ
ଆଠମଲ୍ଲିକ ଉପଖଣ୍ଡର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଯୋଗାଇ ଦେବା ପାଇଁ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଏପ୍ରିଲ ମାସରେ ନୂଆ ଡାକ୍ତର ନିଯୁକ୍ତି ଦିଆଯିବ। ତଥାପି ହଣ୍ଡପା ଡାକ୍ତରଖାନାରେ କିପରି ଶୀଘ୍ର ଡାକ୍ତର ନିଯୁକ୍ତ ହେବେ ସେ ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri