ଡାକ୍ତରଶୂନ୍ୟ ଡାକ୍ତରଖାନା

ବଇଣ୍ଡା,୧୯ା୩(ଡି.ଏନ.ଏ.)
ରାଜପଥ ପାର୍ଶ୍ୱରେ ଡାକ୍ତରଖାନା। ପ୍ରତିଦିନ ଏକାଧିକ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଅଣାଯାଉଛି ଏଠାକୁ। ଆଖପାଖ ୭ଟି ପଞ୍ଚାୟତରୁ ବହୁ ରୋଗୀ ମଧ୍ୟ ଆସୁଛନ୍ତି। ହେଲେ ସେବା ଯୋଗାଇବାକୁ ଏଠାରେ ଡାକ୍ତର, ଷ୍ଟାଫ୍‌ନର୍ସ ଓ ଡ୍ରେସର, ସୁଇପର କେହି ନାହାନ୍ତି। କେବଳ ଜଣେ ମାତ୍ର ଫାର୍ମାସିଷ୍ଟ ଯାହା ଯେମିତି କାମ ଚଳାଉଛନ୍ତି। ଦୀର୍ଘ ୨ ବର୍ଷ ହେଲା ଏପରି ଡାକ୍ତରଶୂନ୍ୟ ଅବସ୍ଥାରେ ରହିଛି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଡାକ୍ତରଖାନା। ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏଠାରେ ଡାକ୍ତର, କର୍ମଚାରୀ ନିଯୁକ୍ତି କରାଯାଉ ନାହିଁ।
କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ହଣ୍ଡପା, ବିଲେଇନାଳୀ, ନାକିଚି, ଠେଲକନାଳୀ, ଉରୁକୁଳା, କଟରଙ୍ଗା ଓ କଣ୍ଟେଇକୁଳିଆ ପଞ୍ଚାୟତର ୩୫ ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ଏଠାରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ଡାକ୍ତର ଓ କର୍ମଚାରୀ ନ ଥିବାରୁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ଥଣ୍ଡା କି ଜ୍ୱର ରୋଗୀ ଏଠାରେ ଡାକ୍ତରଙ୍କୁ ନ ପାଇ କିଶୋରନଗର ନଚେତ ୫୦ କିଲୋମିଟର ଦୂର ଜିଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଷ୍ଟାଫ୍‌ନର୍ସ ନ ଥିବାରୁ ଗର୍ଭବତୀ ଓ ପ୍ରସୂତିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେସର ନ ଥିବାରୁ ଦୁର୍ଘଟଣାଗ୍ରସ୍ତଙ୍କ ଡ୍ରେସିଂ କରାଯାଇପାରୁ ନାହିଁ। ବ୍ୟବଚ୍ଛେଦ ନିମନ୍ତେ ପୋଲିସ ପଠାଉଥିବା ମୃତଦେହ ଘଣ୍ଟା ଘଣ୍ଟା ଧରି ଏଠାରେ ପଡ଼ିରହୁଛି। ସରକାର ଯୋଗାଇ ଦେଉଥିବା ମାଗଣା ଔଷଧ ଅନେକ ସମୟରେ ଏଠାକାର ରୋଗୀଙ୍କୁ ମିଳୁ ନ ଥିବା ପାପସରା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ହଣ୍ଡପା ଡାକ୍ତରଖାନାରେ ଏକ ସ୍ଥାୟୀ ଏମ୍‌ବିବିଏସ୍‌ ଡାକ୍ତର ନିଯୁକ୍ତି ପାଇଁ ୧୨ ଫେବୃୟାରୀ ୨୦୧୮ ଓ ୧୮ ଏପ୍ରିଲ ୨୦୧୯ରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲାପାଳ, ଆଠମଲ୍ଲିକ ବିଧାୟକ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ କୁମାର ଦାସ କହିଛନ୍ତି, ଡାକ୍ତର ଅଭାବ ଲାଗି ରହିଛି। ଆଠମଲ୍ଲିକ ବିଧାୟକ ଲେଖିକରି ଦେଲେ ଡାକ୍ତର ଯୋଗାଇ ଦିଆଯିବ।

ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛୁ
ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ମିଳୁନାହିଁ। ତେଣୁ ଦୂର ହେଉଥିଲେ ବି କିଶୋରନଗର ନଚେତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ବହୁବାର ଅଭିଯୋଗ ସତ୍ତ୍ୱେ ସରକାର ଜଣେ ଡାକ୍ତର ନିଯୁକ୍ତି ଦେଉନାହାନ୍ତି। ତୁରନ୍ତ ଖାଲି ପଦବୀ ପୂରଣ କରାଯାଉ।
-ଅରକ୍ଷିତ ମିଶ୍ର, ବଇଶିଣା

ମୃତଦେହ ବ୍ୟବଚ୍ଛେଦ ବିଳମ୍ବ ହେଉଛି
ଏହି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ବ୍ୟବସ୍ଥା ରହିଛି । କିନ୍ତୁ ଡାକ୍ତର ନ ଥିବାରୁ ବିଭିନ୍ନ ଥାନା ଅଞ୍ଚଳରୁ ଆସୁଥିବା ମୃତଦେହ ଦୀର୍ଘ ସମୟ ପଡ଼ିରହୁଛି । ଅନ୍ୟ ଡାକ୍ତରଖାନାରୁ ବିଭାଗୀୟ ଡାକ୍ତର ଆସି ବ୍ୟବଚ୍ଛେଦ କରିବା ପରେ ପୋଲିସକୁ ହସ୍ତାନ୍ତର କରାଯାଉଛି ।
-ଅମୀୟ ପ୍ରଧାନ, ସରପଞ୍ଚ, ହଣ୍ଡପା

ଲୋକ ପ୍ରତିନିଧି ଦୃଷ୍ଟି ଦିଅନ୍ତୁ
ଦୀର୍ଘବର୍ଷ ହେଲା ଡାକ୍ତର, ଷ୍ଟାଫ୍‌ନର୍ସ, ଡ୍ରେସର, ସୁଇପର ପଦବୀ ପୂରଣ କରାଯାଉ ନାହିଁ। ଫଳରେ ପ୍ରସୂତିଙ୍କଠାରୁ ଶିଶୁମାନଙ୍କ ପର୍ଯ୍ୟନ୍ତ ସମସ୍ତେ ହଇରାଣ ହେଉଛନ୍ତି। ତେଣୁ ସମସ୍ୟା ଦୂର ପାଇଁ ଲୋକପ୍ରତିନିଧିମାନେ ଦୃଷ୍ଟି ଦେଲେ ଲୋକେ ଉପକୃତ ହୁଅନ୍ତେ।
-ସୁବ୍ରଜିତ ସାହୁ, ପାପସରା

ସରକାର ଗୁରୁତ୍ୱ ଦେଉନାହାନ୍ତି
କିଶୋରନଗର ବ୍ଲକରେ ସ୍ବାସ୍ଥ୍ୟସେବାରେ ସୁଧାର ନିମନ୍ତେ ଜିଲା ପ୍ରଶାସନ କିମ୍ବା ସରକାର କିଛି ବ୍ୟବସ୍ଥା କରୁନାହାନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହଣ୍ଡପା ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦିଆଗଲେ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ହୋଇପାରନ୍ତା।
-ଗର୍କି ଦେଓ, ନାକିଚି

ଏପ୍ରିଲରେ ଡାକ୍ତର ନିଯୁକ୍ତି ହେବ
ଆଠମଲ୍ଲିକ ଉପଖଣ୍ଡର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଯୋଗାଇ ଦେବା ପାଇଁ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଏପ୍ରିଲ ମାସରେ ନୂଆ ଡାକ୍ତର ନିଯୁକ୍ତି ଦିଆଯିବ। ତଥାପି ହଣ୍ଡପା ଡାକ୍ତରଖାନାରେ କିପରି ଶୀଘ୍ର ଡାକ୍ତର ନିଯୁକ୍ତ ହେବେ ସେ ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri