କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ହସ୍ପିଟାଲର ଲାଇସେନ୍ସ ରଦ୍ଦ

ଥାନେ,୨୪।୮: କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ଏକ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ ହସ୍ପିଟାଲ ବିରୋଧରେ ସରକାରୀ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ମହାରାଷ୍ଟ୍ରର ଥାନେରେ ଥିବା ଶ୍ରୀଦେବୀ ହସ୍ପିଟାଲରେ। ସୂଚନାଯୋଗ୍ୟ, କଲ୍ୟାଣ ଡୋମ୍ବିଭାଲି ମ୍ୟୁନସିପାଲିଟି କର୍ପୋରେଶନ (କେଡିଏମ୍‌ସି) ସ୍ଥିତ ଶ୍ରୀଦେବୀ ହସ୍ପିଟାଲ କରୋନା ରୋଗୀଙ୍କଠାରୁ ଅତ୍ୟଧିକ ଫି’ ଆଦାୟ କରୁଛି ବୋଲି ଅଭିଯୋଗ ହୋଇଥିଲା। ଏଥିସହ ସମସ୍ତ ସରକାରୀ ନିର୍ଦ୍ଦେଶ ମଧ୍ୟ ପାଳନ ହୋଇ ନ ଥିବା ଅଭିଯୋଗ ହୋଇଥିଲା। ଏହାପରେ କେଡିଏମ୍‌ସି କମିଶନର ଡା.ବିଜୟ ସୂର୍ଯ୍ୟବଂଶୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ହସ୍ପିଟାଲର ଲାଇସେନ୍ସ ଅଗଷ୍ଟ ୩୧ ଯାଏ ରଦ୍ଦ କରାଯାଇଛି। ଅନ୍ୟପଟେ ଉକ୍ତ ହସ୍ପିଟାଲରେ ହୋମ୍‌ ଡାଇଲିସିସ୍‌ ସେବା ପ୍ରଦାନ କରିବାକୁ ଅନୁମତି ଦିଆଯାଇଥିବା ବେଳେ କିନ୍ତୁ ନୂଆ ରୋଗୀ ଭର୍ତ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡ଼ିଛି। ସୂଚନା ମୁତାକ ଅନେକ ରାଜ୍ୟରେ କରୋନା ଚିକିତ୍ସା ପାଇଁ ଫି’ ସ୍ଥିର କରାଯାଇଛି। ତେଣୁ ନିର୍ଦ୍ଧାରିତ ଫି’ରୁ ଅଧିକ ଟଙ୍କା ଆଦାୟ ନ କରିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ ବି ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ନଜର ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଗି କି ବିନା ବିଜୁଳିରେ ୧ ଘଣ୍ଟା କାମ କଲେ ଏହି ଆଇଏଏସ୍‌ ଅଫିସର, ଜାଣନ୍ତୁ କାହିଁକି?

ଲକ୍ଷ୍ନୌ,୧୧ା୯: ଆଇଏଏସ୍‌ ଅଫିସର ତଥା ଜିଲାପାଳ (ଡିଏମ୍‌) ଅଜୟ ଶଙ୍କର ପାଣ୍ଡେ ଗାଜିଆବାଦ ଅଫିସରେ ବିନା ବିଜୁଳିରେ ୧ ଘଣ୍ଟା କାମ କରିଛନ୍ତି। କାରଣ ସରକାରୀ...

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି...

ନ୍ୟାଶନାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପାଇପ୍‌ଲାଇନର ଶୁଭାରମ୍ଭ କଲେ ସୀତାରାମନ:ଖର୍ଚ୍ଚ ହେବ ୧୦୨ ଲକ୍ଷ କୋଟି

ନୂଆଦିଲ୍ଲୀ,୧-୧:ଦେଶର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ କେନ୍ଦ୍ର ସରକାର ୧୦୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବେ। ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ...

୧୪ ବର୍ଷ ପରେ ଆସିଲା ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣର ରାୟ: ୪ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ପ୍ରୟାଗରାଜ,୧୮।୬: ଆଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ୨୦୦୫ ଜୁଲାଇ ୫ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶୁଣାଣି ହୋଇଛି। ମଙ୍ଗଳବାର ପ୍ରୟାଗରାଜର ସ୍ବତନ୍ତ୍ର କୋର୍ଟ ଏହି ମାମଲାର...

ଏହି ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ: ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା

ଶିମଲା,୨୩।୧୧: ହିମାଚଳ ପ୍ରଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।...

ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ...

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

କଂଗ୍ରେସ ନେତା ପୱନ ଖେରାଙ୍କ ବିରୋଧରେ ବାରାଣସୀ-ଲକ୍ଷ୍ନୌରେ ଏଫଆଇଆର

ନୂଆଦିଲ୍ଲୀ,୨୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣି କରିଥିବା କଂଗ୍ରେସ ନେତା ପୱନ ଖେରାଙ୍କୁ ମହଙ୍ଗା ପଡିଛି । ତାଙ୍କର ଏହି...

Advertisement
Archives

Model This Week