Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ ହାସଲ କରିବେ। ଘରର କେତେକ ସ୍ଥଗିତ କାମ ସମ୍ପନ୍ନ କରିବା ସକାଶେ ତତ୍ପର ରହିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ସତ, ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଧ୍ୟାପନା, ପ୍ରଶାସନିକ ସେବା, କ୍ରୀଡ଼ା ଓ ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, ବକ୍ତୃତା, ସଙ୍ଗୀତ କ୍ଷେତ୍ର ଭଲ ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ କାର୍ଯ୍ୟ ପରିସର ବୃଦ୍ଧି ପାଇବ। ଫଳରେ ବହୁତ କାମ ହାତକୁ ନେଇ ଟେନ୍‌ସନ୍‌ ମଧ୍ୟରେ ରହିବେ। କଳା, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ସାମାଜିକ ସ୍ତରରେ ଆଶା ଓ ଆଶଙ୍କା ମଧ୍ୟରେ ଗତି କରିବାକୁ ପଡ଼ିପାରେ। ପାରିବାରିକ ସ୍ଥିତି ମନ୍ଦ ହେବନି, କିନ୍ତୁ ସାମୟିକ ମତାନ୍ତର ଘଟିବ।
ମିଥୁନ
ମିଥୁନ
ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଜାଗ୍ରତ ହୋଇପାରେ। ଆଲୋଚନାକାଳରେ ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ। ସାଙ୍ଗଠନିକ, ରାଜନୈତିକ, ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ମନକୁ ଉଲ୍ଲସିତ କରିବ।
କର୍କଟ
କର୍କଟ
ସ୍ଥଗିତ କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣି ପାରନ୍ତି।
ସି˚ହ
ସି˚ହ
ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ଦୂରଯାତ୍ରା କରିବାର ସୂଚନା ରହିଛି। ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବାର ଆଶଙ୍କାକୁ ଏଡ଼ି ହେବ ନାହିଁ। ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡ଼ା ହୋଇପାରେ। ପ୍ରଶାସନ, ବ୍ୟବସାୟ, ବନ୍ଧୁମିଳନ, ଅର୍ଥପ୍ରାପ୍ତି, ସଭା ସମିତିରେ ଯୋଗଦାନ ପ୍ରଭୃତି ସୁଯୋଗ ଜୁଟିପାରେ।
କନ୍ୟା
ସକାଳୁ ସକାଳୁ ବନ୍ଧୁଙ୍କ ଆହ୍ବାନ ଆପଣଙ୍କୁ ଯାତ୍ରାର ପ୍ରସ୍ତୁତିକୁ ତ୍ୱରାନ୍ବିତ କରାଇବ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ନିଜର କୌଣସି କାର୍ଯ୍ୟ ସକାଶେ ଅନୁରୋଧ କରିପାରନ୍ତି। ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ। ବିଶେଷତଃ ଅଭାବନୀୟ ପରିସ୍ଥିତି ମଧ୍ୟରେ କାମ କରିବାକୁ ବାଧ୍ୟ ହୋଇପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଜଟିଳତା କ୍ରମଶଃ ଦୂରେଇ ଯିବାର ଆଶା କରାଯାଇପାରେ। କ୍ରୀଡ଼ା, ସଙ୍ଗୀତ, ପ୍ରତିଯୋଗିତା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହି ବୁଦ୍ଧିଜୀବୀମାନଙ୍କ ପ୍ରଶଂସାଭାଜନ ହେବେ। ଶାରୀରିକ ଅସୁସ୍ଥତା ଲାଗି ରହିପାରେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ମଧ୍ୟ ସମସ୍ୟା ଦେଖାଦେବାର ସୂଚନା ରହିଛି।
ବିଛା
ବିଛା
କିଛି ମନ୍ତବ୍ୟକୁ କେନ୍ଦ୍ର କରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ମାନସିକ ଦ୍ୱନ୍ଦ୍ୱ ଦୂରେଇଯିବ ଓ ଭାଙ୍ଗି ପଡ଼ିଥିବା ସମ୍ପର୍କର ପୁନରୁଦ୍ଧାର କରିପାରିବେ। କିଣାବିକା କ୍ଷେତ୍ରରେ କିମ୍ବା ଜମିଜମା କାରବାରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ଧନୁ
ଧନୁ
ଅନ୍ୟମନସ୍କ ହେତୁ ଧନହାନି, କଳହ, ପ୍ରତାରଣା ଓ ଶାରୀରିକ ଆଘାତ ପାଇବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। ସାଙ୍ଗମାନଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରନ୍ତି।
ମକର
ମକର
ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବା ସହ ଲୋକ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଉଚ୍ଚ ଚିନ୍ତା କରିବେ ଏବଂ ସହଯୋଗର ଅଭାବ ରହିବ ନାହିଁ। ଭୁଲ୍‌ ବୁଝାମଣାରୁ ଆତ୍ମୀୟଙ୍କ ସହ ସମ୍ପର୍କ ହାନି ହେବ। ବନ୍ଧୁଙ୍କ ନିକଟରେ ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ
କୁମ୍ଭ
ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ। ପୂର୍ବର କେତେକ ବିବାଦୀୟ କଥାକୁ ମନେ ପକାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ଅର୍ଥ ସମ୍ପର୍କୀୟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।
ମୀନମୀନ
ଆଜିର ପ୍ରତ୍ୟୁଷ ଯାତ୍ରା ସମୟରେ ଜଣେ ଅଜଣା ବନ୍ଧୁଙ୍କ ସାହାଯ୍ୟ ସବୁ ଦିନ ସକାଶେ ମନେରହିବ। ସ୍ବକର୍ମ କ୍ଷେତ୍ରରେ ମଧ୍ୟ ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ । ଅଭାବ ରହିବ ନାହିଁ। ଭୂସମ୍ପତ୍ତି ପ୍ରାପ୍ତିର ମାର୍ଗଦର୍ଶନ ପାଇବେ । ତରବର ହୋଇ କୌଣସି କାମ ନ କରି ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?